ବିଜେଡି ନେତା ଦ୍ୱୟଙ୍କୁ ହତ୍ୟା ଘଟଣା: ୩ ଦିନିଆ ପୋଲିସ ରିମାଣ୍ଡରେ ୩ ସୁପାରିକିଲର

ଦିଗପହଣ୍ଡି,୧୨।୫(ଡି.ଏନ.ଏ.): ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ପାଳଝାଡି ଗ୍ରାମର ଦୁଇ ବିଜେଡି ନେତା ସୁଦର୍ଶନ ସୁଆର ଏବଂ ସୁଧୀର ଚନ୍ଦ୍ର ପାତ୍ରଙ୍କ ହତ୍ୟା ଘଟଣାରେ ପୋଲିସ ଅଧିକ ତଥ୍ୟ ଆଦାୟ ପାଇଁ ଉଦ୍ୟମ ଆରମ୍ଭ କରିଛି। ଗତ ପଞ୍ଚାୟତ ନିର୍ବାଚନ ପରେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ସୁପାରୀ କିଲରମାନଙ୍କ ମାଧ୍ୟମରେ ଦୁଇ ନେତାଙ୍କୁ ହତ୍ୟା କରାଯାଇଥିବା ନେଇ ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଜେଲକୁ ପଠାଇ ଦିଆଯାଇଥିଲା। ସେମାନେ ହେଲେ କୁକୁଡାଖଣ୍ଡିର ବୁଡୁ ଦାସ, ଲାଠି ଗ୍ରାମର କୁନା ଗୌଡ଼, ଜଗନ୍ନାଥପୁର ଗ୍ରାମର ବି. ଦେବରାଜ ରେଡି, ପାଳଝାଡି ଗ୍ରାମର କୃଷ୍ଣଚନ୍ଦ୍ର ଗୌଡ, ବସନ୍ତ କୁମାର ଗୌଡ, ଗଡ ସାମନ୍ତରାପୁର ଗ୍ରାମର ସିଦ୍ଧାନ୍ତ ଗୌଡ ଏବଂ ଆଦିକନ୍ଦପୁର ଗ୍ରାମର ସନ୍ତୋଷ କୁମାର ପ୍ରଧାନ। ଦିଗପହଣ୍ଡି ଥାନା ମାମଲା ନଂ. ୧୪୫/୨୨ ପ୍ରକାରେ ସମସ୍ତ ଅଭିଯୁକ୍ତ ଦିଗପହଣ୍ଡି ସବ ଜେଲରେ ରହିଛନ୍ତି। ହତ୍ୟା ମାମଲାର ତଦନ୍ତ ସମୟରେ ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ କୁମାର ଗୌଡ଼ର ଗଞ୍ଜେଇ କାରବାର ସହ ସମ୍ପୃକ୍ତ ଥିବା ଏବଂ ତାକୁ ଗିରଫ ସମୟରେ ଗଞ୍ଜେଇ ଜବତ ହୋଇଥିବାରୁ ପ୍ରଶାନ୍ତ ଓ ତାଙ୍କ ଅନ୍ୟ ସହଯୋଗୀ ସୁମନ୍ତ କୁମାର ନାହାକଙ୍କୁ ଅନ୍ୟ ଏକ ମାମଲା ନଂ. ୧୪୭/୨୨ରେ ବ୍ରହ୍ମପୁର ଜେଲକୁ ପଠାଯାଇଥିଲା। ଏହି ସମ୍ବେଦନଶୀଳ ଘଟଣାରେ ଅଧିକ ତଥ୍ୟ ହାସଲ କରିବା ଲକ୍ଷ୍ୟରେ ବର୍ତ୍ତମାନ ପୋଲିସ ତାର ତଦନ୍ତ ପ୍ରକ୍ରିୟାକୁ ବ୍ୟାପକ କରି ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତଙ୍କ ସହ ସିଧାସଳଖ ହତ୍ୟାକାଣ୍ଡରେ ସମ୍ପୃକ୍ତ କୁନା ଗୌଡ଼, ବୁଡୁ ଦାସ ଓ ଦେବରାଜଙ୍କ ମଧ୍ୟରେ ମୁହାଁମୁହିଁ ଜେରା କରିବା ଚାହୁଁଥିବା ଜଣାପଡିଛି। ସେଥିପାଇଁ ଦିଗପହଣ୍ଡି ମାଜିଷ୍ଟ୍ରେଟଙ୍କ ଅନୁମତି କ୍ରମେ ଦିଗପହଣ୍ଡି ପୋଲିସ ଅଭିଯୁକ୍ତ କୁନା, ବୁଡୁ ଓ ଦେବରାଜଙ୍କୁ ବୁଧବାରଠାରୁ ୩ ଦିନିଆ ରିମାଣ୍ଡରେ ନେଇଛି। ସେହିଭଳି ବ୍ରହ୍ମପୁର ଜେଲରୁ ପ୍ରଶାନ୍ତ ଓ ସୁମନ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିବାକୁ ସ୍ବତନ୍ତ୍ର ଜିଲା ଜଜ୍‌ଙ୍କ ନିକଟରେ ଆବେଦନ ମଧ୍ୟ କରାଯାଇଛି। ଗୁରୁବାର ରିମାଣ୍ଡ ଅନୁମତି ମିଳିବା ପରେ ହତ୍ୟା ଘଟଣାରେ ପୋଲିସ ଅନେକ ରହସ୍ୟର ଉନ୍ମୋଚନ କରିପାରେ ବୋଲି ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’

ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…

ଦିଗପହଣ୍ଡିରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ: ସେନସସ ୱେବସାଇଟ୍‌ରେ ତଥ୍ୟ ପ୍ରଦାନ କଲେ ନଗରପାଳ

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରାଞ୍ଚଳରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗୁରୁବାରଠାରୁ…

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri