‘ରିମ୍‌ଝିମ୍‌’କୁ ତିନିମାସ ମହଲତ

ଢେଙ୍କାନାଳ ଅଫିସ୍‌, ୨୨।୬ – ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କୁରଣ୍ଟିସ୍ଥିତ ରିମ୍‌ଝିମ୍‌ ଇସ୍ପାତ କାରଖାନାରେ ପୁନଃନିଯୁକ୍ତି ଦାବିରେ ଚାଲିଥିବା କ୍ଷତିଗ୍ରସ୍ତ ପ୍ରଜାଙ୍କ ଆନ୍ଦୋଳନ ମଙ୍ଗଳବାର ପ୍ରତ୍ୟାହୃତ ହୋଇଛି। ୩ମାସ ମଧ୍ୟରେ ଦକ୍ଷତା ଭିତ୍ତିରେ ୧୫୦ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ନିଯୁକ୍ତି, ଅବସର ସମୟରେ ଉପନୀତ ୨୫ କର୍ମଚାରୀଙ୍କୁ ଥଇଥାନ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ସ୍ଥଗିତ ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଦାବି ପୂରଣ ନ ହେଲେ ପୁନର୍ବାର ଗଣଅନଶନ ଆରମ୍ଭ ହେବ ବୋଲି ଚେତାବନୀ ଦେଇଛନ୍ତି କ୍ଷତିଗ୍ରସ୍ତ ପ୍ରଜା।
ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ଜିଲା କାର୍ଯ୍ୟାଳୟ ସଦଭାବନା ଗୃହରେ ପ୍ରଶାସନ, କମ୍ପାନୀ କର୍ତ୍ତୃପକ୍ଷ, କ୍ଷତିଗ୍ରସ୍ତପ୍ରଜାଙ୍କୁ ନେଇ ତ୍ରିପାକ୍ଷିକ ବୈଠକ ଜିଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବିଧାୟକ ସୁଧୀର କୁମାର ସାମଲ ଯୋଗଦେଇ କହିଲେ, କ୍ଷତିଗ୍ରସ୍ତ ପ୍ରଜାଙ୍କ ଜମିରେ ବିଆର୍‌ଜି କମ୍ପାନୀ ଗଢ଼ି ଉଠିଥିଲା। ଏହାକୁ ରିମ୍‌ଝିମ୍‌ କମ୍ପାନୀ କିଣିନେବା ପରେ ଯୋଗ୍ୟତା ଏବଂ ଦକ୍ଷତା ଭିତ୍ତିରେ ସମ୍ପୃକ୍ତ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ଥଇଥାନ କରାଯିବା ଜରୁରୀ। ଆପୋସ ଆଲୋଚନା ଏବଂ ସରକାରୀ ନିୟମ ଆଧାରରେ ଏହାର ସମାଧାନ ହେଉ। ୧୭୫ଜଣ କ୍ଷତିଗ୍ରସ୍ତ ପ୍ରଜାଙ୍କ ମଧ୍ୟରୁ ଅବସର ଗ୍ରହଣ ସମୟ ହୋଇଯାଇଥିବା ୨୫ଜଣଙ୍କୁ ନିୟମ ଅନୁଯାୟୀ ଥଇଥାନ କରିବା, ଅବଶିଷ୍ଟ ୧୫୦ଜଣଙ୍କୁ ପାତରଅନ୍ତର ନ କରି ନିଯୁକ୍ତି ପ୍ରଦାନ କରିବା ପାଇଁ ବିଧାୟକ ପରାମର୍ଶ ଦେଇଛନ୍ତି। ଜିଲାପାଳ ସେଠୀ କହିଲେ, ଢେଙ୍କାନାଳ ଉପଜିଲାପାଳଙ୍କ ନେତୃତ୍ୱରେ ଏକ କୋର୍‌ କମିଟି ଗଠନ କରାଯିବ। ଏହି କମିଟିରେ କମ୍ପାନୀ କର୍ତ୍ତୃପକ୍ଷ, ଆଞ୍ଚଳିକ କ୍ଷତିଗ୍ରସ୍ତ ପ୍ରଜାସଂଘ କର୍ମକର୍ତ୍ତା, ସେମାନଙ୍କ ପ୍ରତିନିଧି ରହିବେ। ଆଲୋଚନା ମାଧ୍ୟମରେ ଏହାର ସମାଧାନ ପାଇଁ ଉଦ୍ୟମ କରାଯିବ। କ୍ଷତିଗ୍ରସ୍ତ ପ୍ରଜାସଂଘ ସଭାପତି ଗଙ୍ଗାଧର ସାମଲ କହିଲେ, କ୍ଷତିଗ୍ରସ୍ତ ପ୍ରଜାଙ୍କୁ ଥଇଥାନ କରିବା କ୍ଷେତ୍ରରେ ରହିଥିବା ନିୟମକୁ କମ୍ପାନୀ ଉଲ୍ଲଂଘନ କରୁଛି। ଆସନ୍ତା ୩ମାସ ମଧ୍ୟରେ ଏହାର ସମାଧାନ ନ ହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସେ ଚେତାବନୀ ଦେଇଛନ୍ତି।
କ୍ଷତିଗ୍ରସ୍ତ ପ୍ରଜାଙ୍କ ପକ୍ଷରୁ ରାଜୀବ ଗୋପାଳ ସ୍ବାଇଁ, ଚିତ୍ତରଞ୍ଜନ ନାଥ ଆଲୋଚନାରେ ଭାଗନେଇ କହିଲେ, ବିଆର୍‌ଜି କମ୍ପାନୀରେ କାର୍ଯ୍ୟରତ ଜମିହରା ପ୍ରଜାଙ୍କୁ ହଟାଇ ରିମ୍‌ଝିମ୍‌ କମ୍ପାନୀ ବାହାର ରାଜ୍ୟର ଲୋକଙ୍କୁ ନିଯୁକ୍ତି ଦେଉଛି। ଫଳରେ କମ୍ପାନୀ ପାଇଁ ଭିଟାମାଟି ହରାଇଥିବା କ୍ଷତିଗ୍ରସ୍ତଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇପଡ଼ିଛି। ଏ ନେଇ ଜିଲା ପ୍ରଶାସନ ଏବଂ କାରଖାନା କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବା ସତ୍ତ୍ୱେ ସୁଫଳ ମିଳିଲା ନାହିଁ। ତେଣୁ କମ୍ପାନୀ ଫାଟକ ସମ୍ମୁଖରେ ଆନ୍ଦୋଳନ କରାଯାଇଥିଲା। ଜିଲା ଶ୍ରମ ଅଧିକାରୀ ସତ୍ୟନାରାୟଣ ଆଚାର୍ଯ୍ୟ କହିଲେ, ରିମ୍‌ଝିମ୍‌ କମ୍ପାନୀକୁ କାର୍ଯ୍ୟରତ କର୍ମଚାରୀ ଏବଂ ଶ୍ରମିକଙ୍କ ତାଲିକା ମଗାଯାଇଥିଲା। ତେବେ କର୍ତ୍ତୃପକ୍ଷ ବହୁ ବିଳମ୍ବରେ ମଙ୍ଗଳବାର ସକାଳେ ତାଲିକା ଦେଇଛନ୍ତି। ଜିଲା ନିୟୋଜନ ଅଧିକାରୀ ଆଶିଷ କୁମାର ବସନ୍ତିଆ ମଧ୍ୟ ଅନୁରୂପ ଅଭିଯୋଗ ଆଣିଥିଲେ। କମ୍ପାନୀରେ ସ୍ଥାନୀୟ ଅଞ୍ଚଳର କେତେଜଣଙ୍କୁ ନିଯୁକ୍ତି ଦିଆଯାଇଛି, ସେ ସମ୍ପର୍କରେ କର୍ତ୍ତୃପକ୍ଷ ସୂଚନା ଦେଉ ନ ଥିବା ନେଇ ସେ ବୈଠକରେ ଦୃଷ୍ଟି ଆକର୍ଷଣ କରିଥିଲେ।
ବୈଠକରେ ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ଏସ୍‌ପି ଲୋଗାନୟାଗୀ ଦିବ୍ୟା ଭି., ଅତିରିକ୍ତ ଜିଲାପାଳ (ସାଧାରଣ) ରମେଶ ଚନ୍ଦ୍ର ସେଠୀ, ଅତିରିକ୍ତ ଜିଲାପାଳ (ରାଜସ୍ବ) ଉଦୟ କୁମାର ମହାପାତ୍ର, କମ୍ପାନୀ ନିର୍ବାହୀ ନିର୍ଦ୍ଦେଶକ ରୋହିତ ଅଗ୍ରୱାଲ, ନିର୍ଦ୍ଦେଶକ ବିଜୟ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri