ହାତ ଛାଡ଼ି ଶଙ୍ଖ ଧରିଲେ କୋରାପୁଟର ୩ ଟାଣୁଆ ନେତା

ଭୁବନେଶ୍ୱର,୧।୨(ବ୍ୟୁରୋ): କୋରାପୁଟ ଜିଲାର ୩ ଟାଣୁଆ ନେତା ବିଜୁ ଜନତା ଦଳ(ବିଜେଡି)ରେ ମିଶିଛନ୍ତି। ସେମାନେ କୋରାପୁଟ ଓ ମାଲକାନଗିରି ଜିଲା ବିଜେଡି ପର୍ଯ୍ୟବେକ୍ଷକ ଚନ୍ଦ୍ରସାରଥି ବେହେରା ଏବଂ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି । ଜୟପୁର ନିର୍ବାଚନମଣ୍ଡଳୀର ୨୦୦୯ କଂଗ୍ରେସ ବିଧାୟକ ପ୍ରାର୍ଥୀ ନାଗରାଜ ଦୋରା, ବୋରିଗୁମ୍ମା ବ୍ଲକ କଂଗ୍ରେସ କମିଟିର ପୂର୍ବତନ ଉପସଭାପତି ନିରଞ୍ଜନ ପ୍ରଧାନ ଓ ବୋରିଗୁମ୍ମା ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ସୁବାସ ଚନ୍ଦ୍ର ନାୟକ ଶଙ୍ଖ ଧରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଏମାନେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି। ଏଥିସହ ଜିଲାରେ ବିଜେଡି କେମିତି ଅଧିକ ମଜବୁତ ହେବ, ସେ ନେଇ କାମ କରିବେ ବୋଲି ଏହି ୩ ନେତା କହିଛନ୍ତି ।