୩ ସାଙ୍ଗ ଚାକିରି ଛାଡି କଲେ ଏମିତି କାମ, ସମସ୍ତଙ୍କ ପାଇଁ ସାଜିଲେ ଉଦାହରଣ

କରୋନା ସମୟରେ ଯୁବକମାନେ ସେମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ଅଛନ୍ତି। କିଏ ଚାକିରି ପାଇବାକୁ ନେଇ ତ ଆଉ କିଏ ଚାକିରି ଚାଲିଯିବା ଭୟରେ ଅଛନ୍ତି। ଏସବୁ ଭିତରେ ୩ ସାଙ୍ଗ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି। ଉତ୍ତରପ୍ରଦେଶର ବାରାଣସୀ ଜିଲାର ୩ ଜଣ ଶିକ୍ଷିତ ଯୁବକ କରୋନା ସମୟରେ ଚାକିରି ଛାଡି ନୂଆ କୃଷି ପ୍ରଣାଳୀ ଆପଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭରଶୀଳ ଭାରତର ସ୍ବପ୍ନକୁ ପୂରଣ କରିବାରେ ନିୟୋଜିତ ଅଛନ୍ତି। ବାରାଣସୀର ଚିରାଗାଓଁ ବ୍ଲକର ଚୌବେପୁର ଅଞ୍ଚଳର ନାରାୟଣପୁରେ ୩ ଜଣ ସାଙ୍ଗ ମିଶି ଗ୍ରାମବାସୀଙ୍କୁ ନୂଆ କୃଷି ଶିକ୍ଷା ଦେଉଛନ୍ତି। ଛୋଟ ପୋଖରୀରେ ଶ୍ୱେତାଙ୍କ, ମୋହିତ ଏବଂ ରୋହିତ ଶାମୁକା ଚାଷ କରୁଛନ୍ତି। ଏହା ବ୍ୟତୀତ ଏହି ତିନିଜଣ ମହୁମାଛି ଚାଷ ଏବଂ ଛେଳି ମଧ୍ୟ ପାଳନ କରୁଛନ୍ତି।
ଶ୍ୱେତାଙ୍କ କହିଛନ୍ତି ଶାମୁକା ଚାଷ ପାରମ୍ପରିକ ଚାଷଠାରୁ ଟିକିଏ ଭିନ୍ନ। କୃଷି ଉଦ୍ୟୋଗ ମାଧ୍ୟମରେ ସେମାନେ ମୋତି ଚାଷ କରୁଛନ୍ତି। ଏମ୍‌ଏ ଏବଂ ବିଡବ୍ଲ୍ୟୁ ପାଠ ପଢିଥିବା ଶ୍ୱେତାଙ୍କ ଶାମୁକା ଚାଷ ପାଇଁ ଆଗ୍ରହୀ ଥିଲେ। ତେଣୁ ଇଣ୍ଟରନେଟ ମାଧ୍ୟମରେ ଏହା ବିଷୟରେ ଅଦତ୍କ ସୂଚନା ଲାଭ କଲେ। ଏଥିପାଇଁ ତାଲିମ ମଧ୍ୟ ନେଲେ। ସେ କହିଛନ୍ତି ଯେ ଶାମୁକାରୁ ମୋତି ବାହାର କରିବା କାର୍ଯ୍ୟରେ ତିନିଥର ଲାଭ ହେଉଛି।
ମହୁମାଛି ପାଳନ କରୁଥିବା ମୋହିତ ଆନନ୍ଦ ପଠକ କହିଛନ୍ତି ଯେ ବିଏଚୟୁରୁ ବିଏ ଶେଷ କରିବା ପରେ ସେ ପାରମ୍ପରିକ ଚାଷ ବଦଳରେ କିଛି ନୂଆ କରିବା ପାଇଁ ଦିଲ୍ଲୀ ଗାନ୍ଧୀ ଦର୍ଶନରୁ ତାଲିମ ନେବା ପରେ ମହୁମାଛି ଚାଷ ଆରମ୍ଭ କରିଥିଲେ। ନିଜେ ତାଲିମ ପାଇ ଅନ୍ୟମାନଙ୍କୁ ମଧ୍ୟ ତାଲିମ ଦେଉଛନ୍ତି। ବର୍ତ୍ତମାନ ମହୁ ବିକ୍ରୟ କରୁଥିବା କମ୍ପାନୀ ଏବଂ ମେଡିସିନ୍‌ ଷ୍ଟୋରଗୁଡିକ ଗୁଡିକ ମଧ୍ୟ ସେମାନଙ୍କଠାରୁ ମହୁ ନେଉଛନ୍ତି।
ରୋହିତ ଆନନ୍ଦ ପାଠକ ଏହି ତିନିଜଣ ବନ୍ଧୁଙ୍କ ମଧ୍ୟରୁ ଜଣେ, ଯିଏ ପୂର୍ବରୁ ଏକ ସମିତି କମିଟି କୃଷି ଉଦ୍ୟମର ପ୍ରତିନିଧୀ ଭାବରେ ଜଡିତ ଥିଲେ। ବର୍ତ୍ତମାନ ସେ ଏବଂ ଦୁଇ ସାଙ୍ଗଙ୍କୁ ଏକାଠି କରି ଏକ ନୂଆ ଆରମ୍ଭ କରିଛନ୍ତି। ସେ କରୋନା ସମୟରେ ଏକ ବଡ କମ୍ପାନୀର ଆଞ୍ଚଳିକ ମୁଖ୍ୟ ଭାବରେ ଚାକିରି ଛାଡି ବାରାଣସୀକୁ ଚାଲିଗଲେ।
ଏହି ୩ ସାଙ୍ଗ ମିଶି ଚଳିତ ବର୍ଷ ଆହୁରି ଦୁଇଶହ ଲୋକଙ୍କୁ ନିଜ କାର୍ଯ୍ୟରେ ଯୋଡିବା ଲକ୍ଷ୍ୟ ରଖିଛନ୍ତି। ସେମାନେ କହିଛନ୍ତି, କରୋନା ମହାମାରୀ ଅନେକ କିଛି ଶିକ୍ଷା ଦେଇଛି, କାରଣ ଆଗାମୀ ଦିନରେ ପରିବେଶ ଦ୍ରୁତ ଗତିରେ ବଦଳିବ ଏବଂ ଏହିପରି ଚାଷ କାର୍ଯ୍ୟ ମାଧ୍ୟମରେ କେବଳ ଯେ ରୋଜଗାର କରିହେବ ତା’ ନୁହେଁ ପରିବେଶ ମଧ୍ୟ ସନ୍ତୁଳିତ କରାଯାଇପାରିବ। ୟୁପି ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ତଥା ଅଞ୍ଚଳର ବିଧାୟକ ଅନିଲ ରାଜଭାର ମଧ୍ୟ ଏହି ଅଭିଯାନରେ ଖୁସି ହୋଇ ସେମାନଙ୍କୁ ଉତ୍ସାହିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri