Posted inଫୁରସତ

ଏକାସାଙ୍ଗେ ତିନି କଳା ନାଗଙ୍କୁ ଏପରି ଦେଖି ଚକିତ ହେଉଛନ୍ତି ଲୋକେ

ଜଙ୍ଗଲର ଦୁନିଆ ମଧ୍ୟ ବଡ଼ ବିଚିତ୍ର। ବେଳେବେଳେ ଏପରି ଦୃଶ୍ୟ ଦେଖିବାକୁ ମିଳେ, ଯାହା ଆଶ୍ଚର୍ଯ୍ୟ କରେ। ସେଥିରୁ କିଛି ଉପରେ ବିଶ୍ୱାସ କରିବା ମଧ୍ୟ କଷ୍ଟକର ହୋଇପଡେ। ବନ କର୍ମଚାରୀ, ବନ ସେବା ଅଧିକାରୀ କିମ୍ବା ବନ୍ୟଜନ୍ତୁ ପ୍ରେମୀମାନେ ଲୋକମାନଙ୍କୁ ଏହି ଦୁନିଆ ବିଷୟରେ ପରିଚିତ କରାଇ ଥାନ୍ତି। ଏହି କ୍ରମରେ ଏକ ଫଟୋ ଭାଇରାଲ ହେଉଛି। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଆପଣ ହୁଏତ ପୂର୍ବରୁ ଏପରି ଦୃଶ୍ୟ ଦେଖି ନ ଥିବେ।

ଫଟୋକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦ ଶେୟାର କରିଛନ୍ତି। କ୍ୟାପ୍‌ଶନ୍‌ରେ ସେ ଲେଖିଛନ୍ତି, ‘ଯେତେବେଳେ ତନୋଟି କଳା ନାଗ ଆପଣଙ୍କୁ ଏକ ସମୟରେ ଆଶୀର୍ବାଦ ଦିଅନ୍ତି’।

ଛବିରେ ଆପଣ ଦେଖିପାରିବେ କିପରି ତିନୋଟି କୋବ୍ରା ଜଙ୍ଗଲରେ ଏକାଠି ଫଣା ଟେକି ବସିଛନ୍ତି। ଚିତ୍ର ମହାରାଷ୍ଟ୍ରର ମେଲଘାଟରେ ଅବସ୍ଥିତ ହରିସାଲ ଜଙ୍ଗଲର। ଏହି ଚିତ୍ରକୁ ରାଜେନ୍ଦ୍ର ସେମାଲକର ତାଙ୍କ ଫେସବୁକ ପେଜ ‘ଇଣ୍ଡିଆନ ୱାଇଲ୍ଡ ଲାଇଫ’ରେ ୧୬ ନଭେମ୍ବରରେ ଶେୟାର କରିଥିଲେ। ଏହି ଚିତ୍ର ଦେଖିବା ପରେ କିଛି ବିଶେଷଜ୍ଞ କହିଛନ୍ତି ଯେ କଳା ନାଗଙ୍କୁ ଏପରି ଏକାଠି ଦେଖିବା ବହୁତ କ୍ୱଚିତ। ତେବେ ଏବେ ଏହି ଫଟୋଟି ଭାଇରାଲ ହେଉଥିବା ବେଳେ ଲୋକମାନେ ବିଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେଲା ଯୁକ୍ତ ୨ ପରୀକ୍ଷା

ଭଞ୍ଜନଗର,୧୮ା୨(ବାବୁଲା ପ୍ରଧାନ): ବୁଧବାରଠାରୁ ରାଜ୍ୟରେ +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ମାତୃଭାଷା ଓଡ଼ିଆ ପରୀକ୍ଷା ଦେଉଛନ୍ତି…

ଭବାନୀପାଟଣା ସହରରେ ଫୁଟିଲା ଗୁଳି

ଭବାନୀପାଟଣା,୧୮ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବିବିସିପଡ଼ା ହନୁମାନ ମନ୍ଦିର ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ହୋଇଛି। ସାମାନ୍ୟ ବଚସାରୁ ଜଣେ ମଦ୍ୟପ…

ହବ୍‌ରୁ ପରୀକ୍ଷା କେନ୍ଦ୍ରକୁ ଗଲା ପ୍ରଶ୍ନପତ୍ର, କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା

ଭଞ୍ଜନଗର,୧୮ା୨((ବାବୁଲା ପ୍ରଧାନ): ବୁଧବାରଠାରୁ ରାଜ୍ୟରେ +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ବିଜ୍ଞାନ ଛାତ୍ରୀଛାତ୍ରଙ୍କ ମାତୃଭାଷା ଓଡ଼ିଆ…

ଲାଭ ନେଇଗଲା କଂଗ୍ରେସ

ଭୁବନେଶ୍ୱର,୧୮।୨(ସୁନିତ୍‌ ମିଶ୍ର): ୧୭ଶ ବିଧାନସଭାର ୬ଷ୍ଠ ଅଧିବେଶନ ମଙ୍ଗଳବାର ଆରମ୍ଭ ହୋଇଛି। ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ଅଭିଭାଷଣରୁ ଗୃହକାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ଦିନ ଥିବାରୁ ଗୃହରେ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ପ୍ରଣବଙ୍କ ଫାର୍ମ ହାଉସ ଜମି ମାପ ଚୁପ ଆରମ୍ଭ

ଯାଜପୁର/ଧର୍ମଶାଳା/ଚଢ଼େଇଧରା,୧୮।୨(ହର୍ଷବର୍ଦ୍ଧନ ବେହେରା/ବଟକୃଷ୍ଣ ପରିଡ଼ା/ଦିଲୀପ ପରିଡ଼ା): ସରକାରୀ ଜମି ଜବରଦଖଲ ଅଭିଯୋଗ ପରେ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ମଙ୍ଗଳବାର ମାପଚୁପ ଆରମ୍ଭ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri