ତିନି ସମବାୟ ସଂସ୍ଥା ଉପସଭାପତି ହେବେ ମହିଳା

ବ୍ରହ୍ମପୁର ଅଫିସ,୧୮ା୧୧: ବ୍ରହ୍ମପୁରର ୩ ସମବାୟ ସଂସ୍ଥା ବିସିସି ବ୍ୟାଙ୍କ, ଗଞ୍ଜାମ ଜିଲା ସମବାୟ ସଂଘ ଓ ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି (ବିଆରଏମ୍‌ସିଏସ୍‌)ସଭାପତି ନିର୍ବାଚନ ସରିଛି। ଏହି ୩ କେନ୍ଦ୍ରୀୟ ସମବାୟ ଅନୁଷ୍ଠାନ ଉପସଭାପତି ନିର୍ବାଚନପାଇଁ ପୁଣି ସମବାୟ ରାଜନୀତି ଚଳଚଞ୍ଚଳ ହୋଇଯାଇଛି। ଉପରୋକ୍ତ ସଂସ୍ଥାଗୁଡ଼ିକରେ ପୁରୁଷମାନେ ସଭାପତି ନିର୍ବାଚିତ ହୋଇଥିବାରୁ ନିୟମ ପ୍ରକାରେ ମହିଳା ହେବେ ଉପସଭାନେତ୍ରୀ। ପ୍ରଥମେ ସମବାୟ ସଂଘ ଉପସଭାପତି ନିର୍ବାଚନ ନିମନ୍ତେ ରିଟର୍ନିଂ ଅଫିସରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଆସନ୍ତା ୨୮ରେ ନାମାନଙ୍କନ ଦାଖଲ କରାଯିବ। ଆବଶ୍ୟକସ୍ଥଳେ ପରିଦିନ ଭୋଟ ଗ୍ରହଣ ହେବ।
ଅବିଭକ୍ତ ଗଞ୍ଜାମ ଜିଲା ସମବାୟ ସଂଘର ୧୫ ଜୋନ୍‌ ମଧ୍ୟରୁ ୧୨ ଜୋନ୍‌ରେ ନିର୍ଦ୍ଦେଶିକା ଓ ନିର୍ଦ୍ଦେଶକ ଅପ୍ରତିଦ୍ୱନ୍ଦ୍ୱିଭାବେ ନିର୍ବାଚିତ ହୋଇଛନ୍ତି। ଶେରଗଡ଼ ଓ ବୁଗୁଡ଼ାକୁ ନେଇ ଗଠିତ ୫ନଂ. ଜୋନ୍‌ ଏବଂ ହିଞ୍ଜିଳିକାଟୁ ୧୪ନଂ. ଜୋନରେ ନିର୍ଦ୍ଦେଶକ ପଦ ଖାଲି ପଡ଼ିଛି। ଦିଗପହଣ୍ଡି ଓ କୁକୁଡ଼ାଖଣ୍ଡିକୁ ନେଇ ଗଠିତ ୯ନଂ ଜୋନ୍‌ରୁ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ନିର୍ଦ୍ଦେଶକ ନିର୍ବାଚିତ ହୋଇଛନ୍ତି। ଶାସକ ବିଜେଡି ସମର୍ଥିତ ପ୍ରାର୍ଥୀମାନେ ନିର୍ବାଚିତ ହୋଇ ସଂଖ୍ୟା ଗରିଷ୍ଠ ଥିବାରୁ ସଭାପତି ଭାବେ ବିଜେଡି ନେତା କୈଳାସ ରଣା ନିର୍ବାଚିତ ହୋଇଛନ୍ତି।
ସମବାୟ ସଂଘକୁ ୩ ମହିଳା ନିର୍ଦ୍ଦେଶିକା ଭାବେ ନିର୍ବାଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଝୁନୁ ଗୌଡ଼, ରାଜଲକ୍ଷ୍ମୀ ସାହୁ ଓ ମଞ୍ଜୁଳା ବଢ଼େଇ ଅଛନ୍ତି। ଏମାନଙ୍କ ମଧ୍ୟରୁ କାହାକୁ ଉପସଭାନେତ୍ରୀ କରାଯିବ ସେନେଇ ବିଚାର ବିମର୍ଶ ଚାଲିଛି। ବିଜେଡିର ସମବାୟ ନିର୍ବାଚନ କମିଟି ବୈଠକରେ ନିଷ୍ପତ୍ତି ନିଆଯିବାର ଜିଲା ସଭାପତି ସୂଚନା ଦେଇଛନ୍ତି। ବିସିସି ବ୍ୟାଙ୍କ ପରିଚାଳନା ବୋର୍ଡ ଉପସଭାପତି ପାଇଁ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବାର କୁହାଯାଇଛି। ବ୍ୟାଙ୍କକୁ ୪ ମହିଳା ନିର୍ଦ୍ଦେଶିକା ଭାବେ ନିର୍ବାଚିିତ ହୋଇଛନ୍ତି। ତେବେ ଶାସକ ଦଳ ମନୋନୀତ ଗୀତାଞ୍ଜଳି ପ୍ରଧାନ, ବିଷ୍ଣୁପ୍ରିୟା ନାୟକ ଏବଂ ବିଦ୍ରୋହୀ ପ୍ରାର୍ଥୀ କୁନି କୁମାରୀ ଦାସ ଓ ସୁଷମା ବେହେରାଙ୍କ ମଧ୍ୟରୁ ଜଣେ ମନୋନୀତ ହେବେ। ବିଆରଏମ୍‌ସିଏସ୍‌ରେ ମଧ୍ୟ ଜଣେ ମହିଳା ନିର୍ଦ୍ଦେଶକ ଉପସଭାନେତ୍ରୀ ହେବେ। ତେଣୁ ଶାସକ ଦଳରେ ତର୍ଜମା ଆରମ୍ଭ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri