ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ପର୍ରାପାଟ୍‌ ମନ୍ଦିର ନିକଟରେ ଗାଡ଼ି ଡ୍ରାଇଭରଙ୍କଠାରୁ ଲୁଟ୍‌ପାଟ୍‌ ହୋଇଥିଲା।

ପୋଲିସ ଏହି ଘଟଣାରେ ୩ଅଭିଯୁକ୍ତଙ୍କୁ ଗିରଫ କରିଛି । ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ଏହି ଘଟଣାରେ ୩ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ, ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କଲାପାଣି ଗ୍ରାମର ଅମନ ଗୁପ୍ତା(୨୦), ସ୍ବାଭିମାନ ଜେନା(୨୬) ଏବଂ ଅତାବିରା ଥାନା ରେଙ୍ଗାଲି୍ଯଯାମ୍ପର ପ୍ରଭାସ ମଲ୍ଲିକ(୩୪) । ସେମାନଙ୍କ ପାଖରୁ ନଗଦ ୩ହଜାର ଟଙ୍କା, ୨ମୋବାଇଲ ଏବଂ ବ୍ୟବହୃତ ଗାଡ଼ି ଜବତ ହୋଇଥିବା ପୋଲିସ୍‌ ସୂଚନା ଦେଇଛି । ଏ ନେଇ ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ଏକ ମାମଲା(ନଂ-୧୨୩/୨୬) ରୁଜୁ କରିଛି ।

Dharitri – Odisha’s No.1 Odia Daily

Share
Tags: bargarh news