Posted inଅପରାଧ

ଧଳସାମନ୍ତ ଭ୍ରାତାଙ୍କ ୩ ସହଯୋଗୀ ଗିରଫ

କଟକ ଅଫିସ,୧୧ା୧୧:  ବାଲିଘାଟ ମାଲିକ ଓ ଠିକାଦାରଙ୍କୁ ଲକ୍ଷାଧିକ ଟଙ୍କା ଦାଦାବଟି ମାଗିବା ଅଭିଯୋଗରେ ଧଳସାମନ୍ତ ଭ୍ରାତାଙ୍କ ୩ ସହଯୋଗୀଙ୍କୁ ସିଡିଏ ସେକ୍ଟର-୨ ଥାନା ପୋଲିସ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଛି। ସେମାନେ ହେଲେ ପୂର୍ବତନ କର୍ପୋରେଟର ତଥା ଦେଉଳସାହିର ରଞ୍ଜିତା ବିଶ୍ୱାଳ, ଚାନ୍ଦିନୀଚୌକ ହାସନାବାଦର ରଣିଆ ଓରଫ ରଞ୍ଜିତ ସିଂହ(୪୯), ମାନସିଂହପାଟଣାର ସାଇକେଲ ନନା ଓରଫ ସୁଚିତ୍ର ରଞ୍ଜନ ମହାପାତ୍ର(୪୮)। ସେମାନଙ୍କ ଠାରୁ ଗୋଟିଏ ମୋବାଇଲ, ସ୍କୁଟି(ଓଡି୦୫-ଏନ-୯୩୧୦) ସହ ୧ ଲକ୍ଷ ଟଙ୍କା ଜବତ କରାଯାଇଛି।
ସୂଚନା ଅନୁଯାୟୀ, ଗିରଫ ସମସ୍ତ ଅଭିଯୁକ୍ତ ହେଉଛନ୍ତି ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତାଙ୍କ ସହଯୋଗୀ। ଦୁଇ ଭାଇ ସୁଶାନ୍ତ ଓ ସୁଶୀଲ ଧଳସାମନ୍ତ ଜେଲ ଯିବା ପରଠାରୁ ରଞ୍ଜିତା ଏବଂ ସୁଚିତ୍ର ସେମାନଙ୍କ ଆପରାଧିକ କାରବାର ସମ୍ଭାଳୁଥିଲେ। ଦାଦାବଟି ଠାରୁ ଆରମ୍ଭ କରି ଟେଣ୍ଡର ଫିକ୍ସିଂ ଯାଏ ସବୁ ବୁଝୁଥିଲେ। କିଛିଦିନ ହେବ ସେମାନେ ସେକ୍ଟର-୧୧ ଗଡ଼ା କାଠଯୋଡ଼ି ବାଲିଘାଟର ଜନୈକ ଠିକାଦାରଙ୍କୁ ଲକ୍ଷାଧିକ ଟଙ୍କା ଦାଦାବଟି ମାଗିଥିଲେ। ସେ ଟଙ୍କା ଦେବାକୁ ମନା କରିବାରୁ ରଞ୍ଜିତା ଓ ଅନ୍ୟମାନେ ସମ୍ପୃକ୍ତ ଠିକାଦାରଙ୍କୁ ଧମକ ଦେଇଆସୁଥିଲେ। ଏପରି କି ବାଲିଘାଟରୁ ବାଲି ଲୋଡ୍‌ ଟ୍ରକକୁ ସେମାନେ ଅଟକ ରଖୁଥିଲେ। ସୋମବାର ରାତି ପ୍ରାୟ ୯ଟା ବେଳେ ଗିରଫ ତିନି ଅଭିଯୁକ୍ତ ପୁନର୍ବାର ବାଲିଘାଟକୁ ଆସି ଦାଦାବଟି ଲାଗି ଧମକାଇ ଥିଲେ। ବଟି ନ ମିଳିବାରୁ ସେମାନେ ଗାଳିଗୁଲଜ କରିଥିଲେ। ଏ ସମ୍ପର୍କରେ ସୂଚନା ପାଇ ଇନ୍ସପେକ୍ଟର ବିଜୟିନୀ ସିଂହ ସଦଳବଳ ଉକ୍ତ ସ୍ଥାନରେ ଚଢାଉ କରିଥିଲେ। ତେବେ ଅନ୍ଧାରର ସୁଯୋଗ ନେଇ ରଞ୍ଜିତା ଓ ସୁଚିତ୍ର ଗୋଟିଏ ସ୍କୁଟି ନେଇ ଚମ୍ପଟ ମାରିଥିଲେ। ମାତ୍ର ରଣିଆ ଧରାପଡ଼ିଯାଇଥିଲେ। ରଣିଆଙ୍କ ଠାରୁ ମିଳିଥିବା ତଥ୍ୟ ଆଧାରରେ ପୋଲିସ ମଙ୍ଗଳବାର ରଞ୍ଜିତା ଓ ସୁଚିତ୍ରଙ୍କୁ ଗିରଫ କରିଛି। ଗତ ୪ ଦିନ ମଧ୍ୟରେ ରଣିଆ ଓ ସୁଚିତ୍ର ବିଭିନ୍ନ ସ୍ଥାନରୁ ବଟି ଆଦାୟ କରି ଧଳସାମନ୍ତଙ୍କ ବାପାଙ୍କୁ ଦେଇଥିବା ଜଣାପଡ଼ିବା ପରେ ପୋଲିସ ସେକ୍ଟର-୬ ସ୍ଥିତ ଧଳସାମନ୍ତ ଭ୍ରାତାଙ୍କ ଘରେ ଚଢାଉ କରିଥିଲା। ସେଠାରେ ତଲାସି ବେଳେ ପ୍ରାୟ ୧ ଲକ୍ଷ ଟଙ୍କା ଜବତ ହୋଇଥିଲା। ଏ ନେଇ ପୋଲିସ ଏକ ମାମଲା(ନଂ.୮୭/୨୦) ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri