ଟଙ୍କା ନ ନେବାରୁ ଭୋଟରଙ୍କୁ ଧମକ: ରାଶନ୍‌ କାର୍ଡ଼, ଭତ୍ତା କାର୍ଡ଼ କାଟିଦେବୁ

ଯାଜପୁର ଅଫିସ,୧୦ା୨: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଟଙ୍କା ବାଣ୍ଟିବା ଘଟଣାକୁ ଭୋଟର ନାପସନ୍ଦ କରିଛନ୍ତି। ଏନେଇ ମାମଲା ଥାନା ପର୍ଯ୍ୟନ୍ତ ଯାଇଛି। ଯାଜପୁର ଜିଲା ଧର୍ମଶାଳା ବ୍ଲକ ବ୍ରହ୍ମବରଦା ଫାଣ୍ଡି ଅଧୀନ କୋଠଢ଼ିହ ଦଳିତ ସାହିରେ ଭୋଟରଙ୍କ ମଧ୍ୟରେ ଏଭଳି ସଚେତନତା ଦେଖିବାକୁ ମିଳିଛି। ତେବେ ଟଙ୍କା ନ ନେବାରୁ ସରପଞ୍ଚ ପ୍ରାର୍ଥୀଙ୍କ ସମ୍ପର୍କୀୟ ସେମାନଙ୍କ ରାଶନ୍‌ କାର୍ଡ଼, ଭତ୍ତା କାର୍ଡ଼ କାଟିଦେବୁ ବୋଲି ଚେତାବନୀ ଦେବା ସହ ଜାତିଆଣା ଆକ୍ଷେପ କରି ଗାଳିଗୁଲଜ କରିଥିବା ଥାନାରେ ଅଭିଯୋଗ ହୋଇଛି। ଅନ୍ୟପକ୍ଷେ କେତେଜଣ ଦଳିତଙ୍କ ନାମରେ ମଧ୍ୟ ସରପଞ୍ଚ ପ୍ରାର୍ଥୀଙ୍କ ସମ୍ପର୍କୀୟ ଓଲଟା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଅନୁଯାୟୀ, ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ୧୫ ନମ୍ବର ଜୋନ୍‌ରେ ଜିଲା ପରିଷଦ ପ୍ରାର୍ଥୀ ଭାଗ୍ୟଧର ସେଠୀଙ୍କ ପାଇଁ ପ୍ରଚାର ନିମନ୍ତେ କୋଠଢ଼ିହସ୍ଥିତ ଦଳିତସାହିକୁ ଆସିଥିଲେ। ସେହି ସମୟରେ ମଙ୍ଗଳପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ପ୍ରମୋଦ ଜେନା ତାଙ୍କ ସମର୍ଥକଙ୍କ ସହ ବିଧାୟକଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଯାଉଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ସରପଞ୍ଚ ପ୍ରାର୍ଥୀ ପ୍ରିୟରଞ୍ଜନ ପ୍ରଧାନଙ୍କ ସମର୍ଥକମାନେ ଜେନାଙ୍କୁ ବାଟରେ ଅଟକାଇ ଠେଲାପେଲା କରିଥିଲେ। ସେହି ସମୟରେ ସରପଞ୍ଚ ପ୍ରାର୍ଥୀ ପ୍ରିୟରଞ୍ଜନ ପ୍ରଧାନଙ୍କ ସମ୍ପର୍କୀୟ ପ୍ରଫୁଲ୍ଳ ପ୍ରଧାନ ବାହାରୁ ଭଡ଼ାଟିଆ ଗୁଣ୍ଡାଆଣି ଦଳିତ ସାହିରେ ପହଞ୍ଚି ସେମାନଙ୍କୁ ଭୋଟ୍‌ ଦେବାପାଇଁ ଅର୍ଥରାଶି ଯାଚିଥିଲେ। ଦଳିତସାହି ବାସିନ୍ଦା ଉକ୍ତ ଅର୍ଥ ରାଶିକୁ ଗ୍ରହଣ ନ କରି ଟଙ୍କା ନେଇ ଭୋଟ୍‌ ଦେଇପାରିବୁ ନାହିଁ ବୋଲି ରୋକ୍‌ଠୋକ୍‌ ମନା କରି ଦେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ସେମାନେ ଦଳିତସାହି ବାସିନ୍ଦାଙ୍କୁ ଗାଳିଗୁଲଜ କରି ଧମକ ଦେଇଥିଲେ। ଏ ନେଇ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳିତସାହିର ପଞ୍ଚୁ ମଳିକ, ରବୀନ୍ଦ୍ର ମଳିକ, ପ୍ରଫୁଲ୍ଳ କୁମାର ମଳିକ, ଆତୁଳ ମଳିକ, ଟୁଟୁ ମଳିକ ପ୍ରମୁଖ ବ୍ରହ୍ମବରଦା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ବିପକ୍ଷଙ୍କ ତରଫରୁ ମଧ୍ୟ ପାଲଟା ଅଭିଯୋଗ ହୋଇଛି। ଅଭିଯୋଗ କ୍ରମେ ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ଏସ. ଦାଶରଥି ପାତ୍ର ତଦନ୍ତ ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମଏମଡିଆର୍‌ ଆଇନ ପ୍ରତ୍ୟାହାର ଦାବିରେ ଗର୍ଜିଲା ବିଜେଡି: ୧୦ ହଜାରରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ କଲେ ବିଶାଳ ପ୍ରତିବାଦ

କେସିଙ୍ଗା, ୨୯।୯(ତୁମେଶ୍ୱର ସାହୁ):ଏମଏମଡିଆର୍‌ ଆଇନର ପ୍ରତିବାଦ ଓ ଏହାକୁ ପ୍ରତ୍ୟାହାର ଦାବିରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଭୁବନେଶ୍ୱରଠାରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜିତ…

ରୋହିତ,ସେହୱାଗ, ଇଶାନଙ୍କୁ ପଛରେ ପକାଇଲେ କୋହଲି, ନିଜ ନାଁରେ କଲେ ଅନନ୍ୟ ରେକର୍ଡ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୯।୯: ଦିନିକିଆ କ୍ରିକେଟରେ ବିରାଟ କୋହଲିଙ୍କ ନାମ ପୁଣିଥରେ ଏକ ବିଶେଷ ରେକର୍ଡ ସହ ଚର୍ଚ୍ଚାରେ ରହିଛି। ନିଜ ବ୍ୟାଟିଂ ଦ୍ୱାରା ଦୀର୍ଘଦିନ ଧରି ରେକର୍ଡ ପରେ…

ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା; ଟଙ୍କା ବ୍ୟାଗ୍‌ ଲୁଟିନେଲେ ଦୁର୍ବୃତ୍ତ, ଅଞ୍ଚଳରେ ଚାଞ୍ଚଲ୍ୟ

ପାଟଣା,୨୯।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା କେନ୍ଦେଇପୋଷି-ପାଟଣା ରାସ୍ତାର ଭୀମାପଡ଼ା ଜଙ୍ଗଲ ନିକଟରେ ସୋମବାର ବିଳମ୍ବିତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ରାତି ୧୦ଟା…

ବଟେଶ୍ୱର ପୀଠକୁ ସଂଯୋଗ ରାସ୍ତା ଶୋଚନୀୟ: ତୁରନ୍ତ ମରାମତି ଦାବି

ଗଞ୍ଜାମ, ୨୯/୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଞ୍ଚାୟତର କଣ୍ଟିଆଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ ବଟେଶ୍ୱରକୁ ହୁମାଠାରୁ ସଂଯୋଗ କରୁଥିବା ରାସ୍ତା ଏବେ ଅତ୍ୟନ୍ତ…

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?