ଅଲିଭ ରିଡ୍‌ଲେ କଇଁଛଙ୍କ ଅନ୍ତୁଡିଶାଳ ପ୍ରତି ବିପଦ

ମହାକାଳପଡ଼ା, ୨୭ା ୯(ଡି.ଏନ.ଏ):ବଙ୍ଗୋପସାଗର ପୂର୍ବ ଉପକୂଳରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାରେ ବିଶ୍ୱ ପ୍ରସିଦ୍ଧ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟା ଅଲିଭ ରିଡ୍‌ଲେ କଇଁଛଙ୍କ ଅଣ୍ଡଦାନର ଅନ୍ତୁଡ଼ିଶାଳ ଭାବେ ପରିଚିତ। ଏଠାକୁ କାହିଁ କେଉଁ କାଳରୁ ବିରଳ ପ୍ରଜାତିର ଅଲିଭ ରିଡ୍‌ଲେ କଇଁଛ ଲକ୍ଷ ଲକ୍ଷ ମାଇଲ ଦୂର ବିଶାଳ ଜଳରାଶିକୁ ଭେଦକରି ସୁରକ୍ଷିତ ସ୍ଥାନ ଭାବି ଛୁଟି ଆସନ୍ତି। ଏହି ଗହୀରମଥା ବାଲୁକା ଶଯ୍ୟାସ୍ଥଳ ଭାଗରେ ଅଲିଭ ରିଡେଲ କଇଁଛ ହୁକିଟୋଲା, ଅଗରନାସୀ, ଲଞ୍ଚ ଘୋଲା, ମାଦଳି, ଷୋଳ ମୁହାଣ, ତଣ୍ଡା ଆଦି ବାଲୁକା ବେଳାଭୂମିରେ ସୁରକ୍ଷିତ ଭାବେ ଅଣ୍ଡାଦାନ କରିଥାନ୍ତି। ଏମାନଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ପରିବେଶ ବିଜ୍ଞାନୀମାନେ ଚିନ୍ତିତ। ବିଶାଳ ବାଲୁକା ବେଳାଭୂମି ବଡ଼ ବଡ଼ ସାମୁଦ୍ରିକ ଝଡ଼, ମହାବାତ୍ୟା ଆଦି ଯୋଗୁ ସମୁଦ୍ର ଗର୍ଭରେ ଲୀନ ହେଉଥିବା ଦେଖିବାକୁ ମିଳିଛି।
ଏହି ଅଞ୍ଚଳରେ ଥିବା ବିଶାଳ ବାଲି ଢିପରେ ଝାଉଁ ଜଙ୍ଗଲ ପ୍ରଚୁର ପରିମାଣରେ ଦେଖିବାକୁ ମିଳୁଥିଲା। ଅଲିଭ ରିଡ୍‌ଲେ କଇଁଛ ଅଣ୍ଡାଦାନ ସ୍ଥଳ ଅନ୍ତୁଡ଼ିଶାଳ ବାଲୁକା ଶଯ୍ୟା ଧୀରେ ଧୀରେ ସମୁଦ୍ର ଉଚ୍ଚ ଢେଉରେ ଲୀନହେବାକୁ ବସିଛି। ଏବେ କେବଳ ଝାଉଁବଣର ଶୁଖିଲା କାଠ ପଡ଼ି ରହିଛି। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ସ୍ଥାନୀୟ ମତ୍ସ୍ୟଜୀବୀ, ଗୋ ଓ ମଇଁଷି ପାଳକମାନେ ଏହି ବାଲି ଢିପରେ ପଲା ନିର୍ମାଣ କରି ଆଶ୍ରୟ ନେଉଥିବା ଦେଖିବାକୁ ମିଳିଛି। ସେହିପରି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର କୂଳେ କୂଳେ ସୃଷ୍ଟି ହୋଇଥିବା ବିସ୍ତୀର୍ଣ୍ଣ ହେନ୍ତାଳ ବଣରେ ଦେଶୀ, ବିଦେଶୀ ପକ୍ଷୀମାନେ ବସା ବାନ୍ଧି ସୁରକ୍ଷିତ ଭାବେ ରହୁଛନ୍ତି। ବିଶେଷକରି ଏହି ଜଙ୍ଗଲରେ ହରିଣ, ବାର୍‌ହା, କୁଟୁରା, ହାଏନା, ପାଣି ଗୋଧି, ବଣ ଭୁଆଁ, ପାଣି ଓଧଙ୍କ ସମେତ ବିଷଧର ସରୀସୃପ ଦେଖିବାକୁ ମିଳେ। ପକ୍ଷୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରଜାତିର ବଗ, ଟାପରଖାଇ, ଦା ବେଣ୍ଟିଆ, କୁମ୍ବାଟୁଆ, ବଜ୍ରକାପ୍ତା, ପେଣ୍ଟେଡ ଷ୍ଟର୍କ, କେଶର ପାଣ୍ଡିଆ, ରୁଡ଼ିସ୍‌ ଡଗ, ଗଡ଼ୱାଲ ସୋଭଲର ସାମୁଦ୍ରିକ ଜୀବ ମଧ୍ୟରେ ବିଭିନ୍ନ ପ୍ରଜାତିର ଡଲ୍‌ଫିନ, ରାବଣା, ନୀଳରକ୍ତ କଙ୍କଡା, ଲାଲ୍‌ କଙ୍କଡା, ହର୍ଲି କଙ୍କଡା ଓ ସାମୁଦ୍ରିକ ଛୋଟ ବଡ଼ ଜୀବ ଦେଖିବାକୁ ମିଳେ। ଏହି ଜଙ୍ଗଲର ପାର୍ଶ୍ୱବର୍ତ୍ତୀ ନଦୀ, ନାଳ, ଯୋରରେ ବସା ବାନ୍ଧି ବଉଳା କୁମ୍ଭୀର ରହୁଛନ୍ତି। ବିଶେଷକରି ଲଞ୍ଚ ଘୋଲା, ମାଦଳି, ଅଗରନସୀ ଆଦି ବିସ୍ତୀର୍ଣ୍ଣ ବାଲୁକା ବେଳାଭୂମି ଧୀରେ ଧୀରେ ସମୁଦ୍ର ଗର୍ଭକୁ ଚାଲିଯାଉଛି। ସୁରକ୍ଷା ପାଇଁ ଦୀର୍ଘ ମିଆଦୀ ଯୋଜନା ପ୍ରସ୍ତୁତ କରିବା ସହ ୧୯୯୯ ମହାବାତ୍ୟାରେ ମୁହାଣ ମୁହଁ ଦିଗ ପରିବର୍ତ୍ତନ ହେବା ଦ୍ୱାରା ସମୁଦ୍ରର ଉତ୍ତାଳ ଢେଉ ଏବେ କୁଳାଭିମୁଖୀ ହେଇଛି। ଭବିଷ୍ୟତରେ ଏହା ସ୍ଥଳଭାଗ ପ୍ରତି ବିପଦ ସୃଷ୍ଟି କରିବ ବୋଲି ପରିବେଶବିତ ସୁବାସ ଚନ୍ଦ୍ର ସ୍ବାଇଁ କହିଛନ୍ତି। ଏ ସମ୍ପର୍କରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ରେଞ୍ଜ ଅଧିକାରୀ ମାନସ କୁମାର ଦାସଙ୍କୁ ପଚାରିବାରେ ପାରାଦୀପର ମହାନଦୀ ମୁହାଣରୁ ଧାମରା ପର୍ଯ୍ୟନ୍ତ ୧୪୨୦ ସ୍କୋୟାର କିଲୋମିଟର ପରିଧି ଓ କୂଳଠାରୁ ୨୦ ନଟିକାଲ ମାଇଲ ପର୍ଯ୍ୟନ୍ତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ପରିବ୍ୟାପ୍ତ ରହିଛି। ପୂର୍ବ ଅପେକ୍ଷା ଅଦ୍ୟାବଧି ମାଦଳି, ଲଞ୍ଚଘୋଲା, ଅଗରନାସୀର ଅନେକ ଅଞ୍ଚଳ ସମୁଦ୍ର ଗର୍ଭକୁ ଚାଲିଗଲାଣି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri