Posted inଜାତୀୟ

ଏପଟେ ଧମକ, ସେପଟେ ଆକ୍ରମଣ

ପାଲାମ୍‌/ଭୁବନେଶ୍ୱର/ପୁଞ୍ଚ,୫ା୫ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାରେ ଶନିବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ବଡ଼ଧରଣର ଆକ୍ରମଣ କରିଛନ୍ତି। ଏଥିରେ ଭାରତୀୟ ବାୟୁସେନା (ଆଇଏଏଫ୍‌)ର ଜଣେ ଯବାନ ଶହୀଦ ଓ ୪ ଆହତ ହୋଇଛନ୍ତି। ଏହି ଅତର୍କିତ ଆକ୍ରମଣର କିଛି ସମୟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାଡ଼ଖଣ୍ଡର ପାଲାମ୍‌ରେ କଂଗ୍ରେସକୁ ଟାର୍ଗେଟ କରିବାକୁ ଯାଇ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ସମାଲୋଚନା କରିଥିଲେ। ପୂର୍ବ ସରକାର ଅମଳରେ ପାକିସ୍ତାନ ଭାରତକୁ ଅଧିକ ଆତଙ୍କବାଦୀ ପଠାଉଥିଲା। ଆତଙ୍କବାଦୀମାନେ ଭାରତରେ ସରକାରୀ କର୍ମଚାରୀମାନଙ୍କୁ ହତ୍ୟା କରୁଥିବାବେଳେ ସରକାର ପାକିସ୍ତାନକୁ ‘ପ୍ରେମପତ୍ର’ ପଠାଉଥିଲେ। କିନ୍ତୁ ଆଜିର ‘ନ୍ୟୁ ଇଣ୍ଡିଆ’ ପାକିସ୍ତାନରେ ଘରେ ପଶି ମାରୁଛି। ସେହିପରି ୨ ଦିନିଆ ପ୍ରଚାରରେ ଭୁବନେଶ୍ୱର ଗସ୍ତରେ ଆସିଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଖବରଦାତାମାନଙ୍କୁ କହିଛନ୍ତି, ମୋଦି କ୍ଷମତାକୁ ଆସିବା ପର୍ଯ୍ୟନ୍ତ ଆମେ ସବୁକିଛି ସହି ଅପେକ୍ଷା କରିଥିଲୁ। ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ପାକିସ୍ତାନର ସୀମାପାର ଆତଙ୍କବାଦକୁ ଉପଯୁକ୍ତ ଜବାବ ଦିଆଯାଉଛି ଏବଂ ଆଗକୁ ମଧ୍ୟ ଦିଆଯିବ। ଏହି ଅବସରରେ ଜୟଶଙ୍କର ଉରି ଓ ବାଲାକୋଟ ଆକ୍ରମଣ ପରେ ଆତଙ୍କବାଦୀଙ୍କୁ କିପରି କଡ଼ା ଜବାବ ଦିଆଯାଇଥିଲା ତା’ର ଅବତାରଣା କରିଛନ୍ତି। ତେବେ ମୋଦି ଓ ଜୟଶଙ୍କରଙ୍କ ଧମକ ପରେ ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ କରି ଏହି ଆକ୍ରମଣ କରିଥିବା ଆଶଙ୍କା କରାଯାଉଛି। ନିର୍ବାଚନ ପ୍ରଚାରବେଳେ ପ୍ରଧାନମନ୍ତ୍ରୀ, ତାଙ୍କ କ୍ୟାବିନେଟ ସହଯୋଗୀ ଓ ଭାଜପା ନେତାମାନେ ବେକାରି ଏବଂ ଦରଦାମ ବୃଦ୍ଧି ଭଳି ପ୍ରସଙ୍ଗକୁ ଛାଡ଼ି ମଇଦାନକୁ ପାକିସ୍ତାନକୁ ଟାଣିବା ଦେଶକୁ ବିପଦ ଡାକିଆଣିବା ସଦୃଶ ବୋଲି ମନେକରାଯାଉଛି। କାରଣ କଶ୍ମୀର ଉପତ୍ୟକାରେ ଜାନୁଆରୀ ପରେ ଏହା ହେଉଛି ଆତଙ୍କବାଦୀଙ୍କ ଦ୍ୱିତୀୟ ବଡ଼ ଆକ୍ରମଣ।

ଅନନ୍ତନାଗ-ରାଜୌରି ସଂସଦୀୟ ଆସନରେ ଷଷ୍ଠ ପର୍ଯ୍ୟାୟରେ ମେ’ ୨୫ରେ ନିର୍ବାଚନ ହେବ। ୨୦୦୩ରେ ଏହି ଅଞ୍ଚଳ ଏକପ୍ରକାର ଆତଙ୍କବାଦମୁକ୍ତ ଓ ଶାନ୍ତିପୂର୍ଣ୍ଣ କ୍ଷେତ୍ର ରୂପେ ପରିଗଣିତ ହେଉଥିଲା। ଶନିବାର ସନ୍ଧ୍ୟା ୬ଟା ୧୫ରେ ଭାରତୀୟ ବାୟୁସେନାର ୨ଟି ଗାଡ଼ିରେ ଯବାନମାନେ ପୁଞ୍ଚର ଜରନ୍‌ଓ୍ବାଲି ଶିବିରରୁ ସନାଇ ଟପ୍‌କୁ ଫେରୁଥିବାବେଳେ ସୁରନ୍‌କୋଟରେ ଆତଙ୍କବାଦୀମାନେ ସେମାନଙ୍କୁ ଏକେ-୪୭ରେ ଅତର୍କିତ ଆକ୍ରମଣ କରି ଜଙ୍ଗଲ ଭିତରକୁ ଚାଲିଯାଇଥିଲେ। ସେମାନଙ୍କ ଆଖିବୁଜା ଗୁଳିମାଡ଼ରେ ଦୁଇଟିଯାକ ସୁରକ୍ଷା ଭ୍ୟାନ୍‌ କ୍ଷତିଗ୍ରସ୍ତ ହୋଇଛି। ଗାଡ଼ି ଭିତରକୁ ଗୁଳି ପଶି ଯବାନଙ୍କ ଦେହରେ ବାଜିଛି। ଏନେଇ ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି, ୫ ଆହତ ଯବାନଙ୍କୁ ଏକ ସାମରିକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସମ୍ପୃକ୍ତ ଅଞ୍ଚଳକୁ ଘେରି ତଲାସି ଅଭିଯାନ ଚାଲିଥିବା ଆଇଏଏଫ୍‌ ପକ୍ଷରୁ ଏକ୍ସ’ରେ ସୂଚନା ଦିଆଯାଇଛି। ଇତିମଧ୍ୟରେ ସଙ୍କଟାପନ୍ନ ଥିବା ଜଣେ ଚିକିତ୍ସାଧୀନ ଯବାନଙ୍କ ମୃତ୍ୟୁ ଘଟିଛି।
ପ୍ରକାଶ ଯେ, ୨୦୨୩ ମେ’ ୫ରେ ସେନା ଯବାନମାନେ ଯାଉଥିବାବେଳେ ପାକିସ୍ତାନୀ ଆତଙ୍କବାଦୀମାନେ ଭାରତରେ ପଶି ରାଜୌରି ଜିଲାର ଚାମ୍‌ରେର ଆକ୍ରମଣ କରିଥିଲେ। ସେତେବେଳେ ସେନା ପକ୍ଷରୁ ଏହାକୁ ଏକ ମାମୁଲି ଆକ୍ରମଣ ବୋଲି କୁହାଯାଇଥିଲା। ପରବର୍ତ୍ତୀ ସମୟରେ ଯବାନଙ୍କ ମୃତ୍ୟୁସଂଖ୍ୟା ବଢ଼ି ୮ରେ ପହଞ୍ଚତ୍ଥିଲା। ସେହିପରି ୨୦୨୩ ଡିସେମ୍ବରରେ ରାଜୌରିର ବାଜିମାଲ ଜଙ୍ଗଲରେ ଆତଙ୍କବାଦୀଙ୍କ ଗୁଳିରେ ୨ କ୍ୟାପ୍ଟେନଙ୍କ ସମେତ ୫ ଯବାନ ଶହୀଦ ହୋଇଥିଲେ। କିଛିଦିନ ତଳେ ଲଶ୍କର-ଇ-ତୋଇବା ଆତଙ୍କବାଦୀମାନେ ରାଜୌରି ଓ ଉଧମପୁରରେ ୨ ଜଣଙ୍କୁ ଗୁଳିକରି ହତ୍ୟା କରିଥିଲେ। ସେମାନଙ୍କୁ ଧରାଇଦେଲେ ୧୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ପୋଲିସ ଘୋଷଣା କରିଛି। ପାକିସ୍ତାନୀ ଆତଙ୍କବାଦୀମାନଙ୍କୁ ସୁରକ୍ଷା ବଳ ଏଯାଏ ଧରିପାରି ନ ଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ରାଜନୈତିକ ବୟାନ ସେମାନଙ୍କୁ ପୁନଃ ଆକ୍ରମଣ ପାଇଁ ଉସୁକାଇଥାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri