କାମ ଦେଲାନି ଚାଇନାର ଧମକ, ନେପାଳ ସଂସଦରେ ଆମେରିକା ଏମ୍‌ସିସି ପରିଯୋଜନା…

କାଠମାଣ୍ଡୁ,୨୧।୨ : ଚାଇନାର ଧମକ କାମ ଦେଇନି। ନେପାଳ ସଂସଦରେ ଆମେରିକା ଏମ୍‌ସିସି ପରିଯୋଜନା ବିଲ୍‌ ଆଗତ ହୋଇଛି। ଆମେରିକାର ଉଚ୍ଚାଭିଳାଷୀ ପ୍ରକଳ୍ପ ମିଲେନିୟମ ଚ୍ୟାଲେଞ୍ଜ କର୍ପୋରେଶନ (ଏମ୍‌ସିସି)କୁ ନେପାଳର ସଂସଦରେ ଉପସ୍ଥାପିତ କରାଯାଇଛି। ପ୍ରାୟ ତିନିବର୍ଷ ଧରି ଏହି ପ୍ରକଳ୍ପ ଲଟକି ରହିଥିଲା ।

ଚାଇନା ହସ୍ତକ୍ଷେପ ନୀତି ଯୋଗୁଁ ଏହି ବିଲ୍‌ ନେପାଳ ସଂସଦରେ ଉପସ୍ଥାପିତ ହୋଇପାରୁ ନ ଥିଲା। ଏହି ପ୍ରକଳ୍ପକୁ ନେଇ ଚାଇନା ଏବଂ ଆମେରିକା ମଧ୍ୟରେ କୂଟନୈତିକ ବିରୋଧ ଏବଂ ପ୍ରତିରୋଧ ଜାରି ରହିଥିଲା। ଶେଷରେ ଚାଇନାର ଧମକ ଦାକ ଦେଇନି ଏବଂ ଆମେରିକାର ଏକ ବଡ଼ କୂଟନୈତିକ ବିଜୟ ହୋଇଛି।

ନେପାଳର ଶାସକ ମିଳିତ ମଞ୍ଚର ସିପିଏନ ମାଓବାଦୀ, ଜନତା ସମାଜ ପାର୍ଟି ଏବଂ ରାଷ୍ଟ୍ରୀୟ ଜନ ମୋର୍ଚ୍ଚା ଭଳି କମ୍ୟୁନିଷ୍ଟ ଦଳ ଚାଇନା ଚାପରେ ସଂସଦରେ ଏମସିସିର ଉପସ୍ଥାପନ ନେଇ କ୍ରମାଗତ ଭାବରେ ବାଧା ସୃଷ୍ଟି କରୁଥିଲେ। ନେପାଳରେ ଅବସ୍ଥାପିତ ଚାଇନାର ରାଷ୍ଟ୍ରଦୂତ ହୋ ୟାନକିଙ୍କ ଠାରୁ ଆରମ୍ଭ କରି କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନା (ସିପିସି) ବୈଦେଶିକ ବିଭାଗର ମୁଖ୍ୟ ସାଙ୍ଗ ଟାଓଙ୍କ ପକ୍ଷରୁ ଲଗାତାର ଚାପ ପଡୁଥିବା ସତ୍ତ୍ୱେ ନେପାଳ ସଂସଦରେ ଏମ୍‌ସିସି ଆଗତ ହୋଇଛି। ନେପାଳର କମ୍ୟୁନିଷ୍ଟ ନେତାଙ୍କ ଉପରେ ଚାଇନାର କ୍ରମାଗତ ଚାପ ଯୋଗୁଁ ଆମେରିକା ଏନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲା।

ଆମେରିକାର ସହକାରୀ ବୈଦେଶିକ ସଚିବ ଡୋନାଲ୍ଡ ଲୁ ଫୋନ୍‌ରେ ନେପାଳର ସମସ୍ତ ଦଳର ବରିଷ୍ଠ ନେତାମାନଙ୍କୁ ଖୋଲାଖୋଲି ଭାବରେ କହିଥିଲେ ଯେ ଯଦି ଏହା ଫେବୃଆରୀ ୨୮ ସୁଦ୍ଧା ସଂସଦରେ ପାରିତ ନ ହୁଏ ତେବେ ଚାଇନା ଏଥିରେ ପ୍ରତ୍ୟକ୍ଷ ହସ୍ତକ୍ଷେପ ବୋଲି ବିବେଚନା କରାଯିବ ଏବଂ ନେପାଳ ଉପରେ ଆମେରିକା ଏହାର ନୀତି ଆପଣାଇବ। ଏହାପରେ ନେପାଳ ସଂସଦରେ ଏହି ବିଲ୍‌କୁ ଆଗତ କରାଯାଇଛି


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri