କୋଲକାତା,୧୧ା୧୧: ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିମାନବନ୍ଦରରେ ଖେଳିଯାଇଛି ହଇଚଇ। କୋଲକାତାରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନକୁ ଉଡ଼ାଣ ପୂର୍ବରୁ କ୍ୟାନ୍ସେଲ୍ କରାଯାଇଛି। ବିମାନର ପାଇଖାନାରୁ ଏକ କାଗଜପତ୍ରରେ ଅପହରଣ ଧମକପୂର୍ଣ୍ଣ ନୋଟ୍ ମିଳିବା ପରେ ଏହି ପଦକ୍ଷେପ ନିଆଯାଇଛି।
ନୋଟ୍ ମିଳିବା ପରେ ବିମାନ କର୍ମଚାରୀମାନେ ତତ୍କ୍ଷଣାତ୍ ଏୟାର ଟ୍ରାଫିକ କଣ୍ଟ୍ରୋଲ (ATC) ଟାଓ୍ବାରକୁ ସତର୍କ କରାଇଥିଲେ। ସୁରକ୍ଷା ଦୃଷ୍ଟିରୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇ ଦିଆଯାଇଥିଲା ଏବଂ ବିମାନଟିକୁ ଏକ ଆଇସୋଲେସନ୍କୁ ନିଆଯାଇଥିଲା। ବର୍ତ୍ତମାନ ସୁରକ୍ଷା କର୍ତ୍ତୃପକ୍ଷଙ୍କ ଦ୍ୱାରା ବିମାନଟିର କଡ଼ା ଯାଞ୍ଚ କରାଯାଉଛି। ଏହି ବିମାନରେ ୯୩ ଜଣ ଯାତ୍ରୀ ଥିଲେ। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇଛି।