ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପାଇବେ ହଜାରେ ଛାତ୍ରୀଛାତ୍ର

ଭୁବନେଶ୍ୱର, ୧୮।୧୧(ବ୍ୟୁରୋ):ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଜିଲା ଶିକ୍ଷା ଅଧିକାରୀଙ୍କ ସମୀକ୍ଷା ବୈଠକ ଭର୍ଚୁଆଲରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ୧ ହଜାର ମେଧାବୀ ଛାତ୍ରୀଛାତ୍ରଙ୍କୁ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପ୍ରଦାନ କରାଯିବ। ଏଥିପାଇଁ ୧,୦୬୫ଜଣ ଆବେଦନ କରିଛନ୍ତି। ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷମାନେ ଏହାର ତର୍ଜମା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରମୁଖ ଶାସନ ସଚିବ ସୂଚନା ଦେଇଛନ୍ତି। ଉଚ୍ଚ ମାଧ୍ୟମିକ ସ୍ତରରେ ୧୦ ହଜାର ଛାତ୍ରୀଛାତ୍ରଙ୍କୁ ୨ ବର୍ଷ ପାଇଁ କନିଷ୍ଠ ମେଧାବୃତ୍ତି ପ୍ରଦାନ ଲାଗି ଅନ୍‌ଲାଇନ୍‌ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ବ୍ୟତୀତ ଏନ୍‌ଆର୍‌ଟିଏସ୍‌ ପରୀକ୍ଷା ଲାଗି ବିଧିବଦ୍ଧ ଭାବେ ବିଏସ୍‌ଇ ଦ୍ବାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏଫ୍‌ଏଲ୍‌ଏନ୍‌କୁ ଗୁରୁତ୍ୱ ପ୍ରଦାନ କରାଯିବା ସହ ଏସ୍‌ସିଇଆର୍‌ଟି ଏବଂ ଓସେପା ମିଳିତ ଭାବେ ଏହି କାର୍ଯ୍ୟକ୍ରମକୁ ହାତକୁ ନେବେ। ପ୍ରତି ମାସରେ ପେଡାଗୋଜି କୋଅର୍ଡିନେଟରଙ୍କ ସମୀକ୍ଷା ବୈଠକ କରାଯିବ। ସହକାରୀ ଜିଲା ଶିକ୍ଷାଧିକାରୀ ଜିଲାସ୍ତରରେ ଏହାର ଦାୟିତ୍ୱରେ ରହିବେ। ଶିକ୍ଷକଙ୍କ ବଦଳି ପ୍ରକ୍ରିୟା ନଭେମ୍ବର ୩୦ ସୁଦ୍ଧା ସରିବ। ହିନ୍ଦୀ, ପିଇଟି ଓ ସଂସ୍କୃତ ଶିକ୍ଷକ ପରୀକ୍ଷାର ଫଳ ପ୍ରକାଶ ପାଇଛି। ତେଣୁ ଆବଶ୍ୟକତା ଭିତ୍ତିରେ ଜିଲାଗୁଡ଼ିକରେ ସେମାନଙ୍କ ପୋଷ୍ଟିଂ ପାଇଁ ପ୍ରମୁଖ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ରୂପାନ୍ତରିତ ସ୍କୁଲ ଏବଂ ‘ମୋ ସ୍କୁଲ’ର ସୁପରିଚାଳନା ପାଇଁ ସମ୍ପତ୍ତି ରେଜିଷ୍ଟେର, ସୂଚନା ଫଳକ ଏବଂ ସାମାଜିକ ସମୀକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରତିମାସ ଦ୍ବିତୀୟ ଶନିବାର ଅଭିଭାବକ, ଶିକ୍ଷକ ବୈଠକ କରାଯିବା ପାଇଁ ସ୍ଥିର କରାଯାଇଛି। ଓସେପା ପକ୍ଷରୁ ଦିଆଯାଇଥିବା ଅର୍ଥର ବିନିଯୋଗ, ପ୍ରତ୍ୟେକ ବିଦ୍ୟାଳୟ ସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ବିଜ୍ଞାନ ପ୍ରଦର୍ଶନୀ ଆୟୋଜନ, ଷଷ୍ଠ ଓ ସପ୍ତମ ଛାତ୍ରୀଛାତ୍ରଙ୍କ ପାଇଁ ସହପାଠ୍ୟ କାର୍ଯ୍ୟକ୍ରମ ସହିତ ସେମାନଙ୍କ ଶିକ୍ଷଣ ସ୍ଥିତି ଆକଳନ ଲାଗି ବେସ୍‌ଲାଇନ୍‌ ଟେଷ୍ଟ ନେଇ ଆଲୋଚନା ହୋଇଥିଲା। ବୈଠକରେ ବିଭାଗୀୟ ଅଧିକାରୀ, ଜିଲା ଶିକ୍ଷାଧିକାରୀ ଓ ଜିଲା ପ୍ରକଳ୍ପ ସଂଯୋଜକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri