ଦିଗପହଣ୍ଡି,୨୪|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଗୋକର୍ଣ୍ଣପୁର ଗ୍ରାମରେ ଗତ ୩ ଧରି ଚାଲିଥିବା ଶ୍ରୀ ଲକ୍ଷ୍ମୀନୃସିଂହ ଓ ଏଲମା ଶ୍ରୀ ପୋତୁରାଜଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଶୁକ୍ରବାର ଉଦଯାପିତ ହୋଇଯାଇଛି । ମନ୍ଦିର ପରିଚାଳନା କମିଟି ଏବଂ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ମହୋତ୍ସବ ଯୋଗୁଁ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହ ପ୍ରତ୍ୟେକ ଦିନ ମହାଯଜ୍ଞ ସ୍ଥଳରେ ଶ୍ରଦ୍ଧାଳୁଙ୍କ ସମାଗମ ଲାଗିରହିଥିଲା। ପଣ୍ଡିତ ଅଶୋକ କୁମାର ପାଢୀଙ୍କ ପୈାରହିତ୍ଯରେ ଘୃତଯଜ୍ଞ , ନାମଯଜ୍ଞ ଏବଂ ଅନ୍ନଯଜ୍ଞ ଅନୁଷ୍ଠିତ ହୋଇଥିଲା। ବୁଧବାର ବ୍ରହ୍ମପୁର ଏମ.ପି ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ,ପୂର୍ବତନ ସରପଞ୍ଚ କେ. ହରିବନ୍ଧୁ ରେଡ୍ଡୀ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ମହାଯଜ୍ଞ ସ୍ଥଳରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ। ଗୁରୁବାର ସନ୍ଧ୍ୟାରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ଯାନସାମନ୍ତରା ଗ୍ରାମରେ ପହଞ୍ଚିବା ଗ୍ରାମବାସୀ ତାଙ୍କୁ ବିରାଟ ଶୋଭାଯାତ୍ରାରେ ଯଜ୍ଞପୀଠକୁ ପାଛୋଟି ନେଇଥିଲେ । ଶୁକ୍ରବାର ମହାଯଜ୍ଞ ପୂର୍ଣ୍ଣାହୁତି ରେ ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ଯୋଗଦେଇ ପୂଜାର୍ଚ୍ଚନା କରିଥିଲେ । ଗ୍ରାମବାସୀ ଏବଂ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶ୍ରୀ ଲକ୍ଷ୍ମୀନୃସିଂହ ଠାକୁରଙ୍କୁ ଗ୍ରାମ ପରିକ୍ରମା କରାଇବା ପରେ ମହାଯଜ୍ଞ ପୂର୍ଣ୍ଣାହୁତି ହୋଇଥିଲା । ମନ୍ଦିର ପରିଚାଳନା କମିଟି ସଭାପତି ଏସ୍ . ଚିନ୍ତାମଣି ,ସମ୍ପାଦକ ଏସ୍ . ସୁଶାନ୍ତ କୁମାର, ଉପଦେଷ୍ଟା ପୂର୍ବତନ ସରପଞ୍ଚ ଅସିତ କୁମାର ସାହୁ , ପାର୍ଥ ସାରଥି ଜୟଦେବ ରେଡ୍ଡୀ , ବୁଲୁ ସ୍ବାମୀ , ସିତାଂଶୁ ପଟ୍ଟନାୟକ , ଏଚ୍ . ସୁଦାମ , ଏସ୍ . ସିମାଞ୍ଚଳ ଦୋରା , ଏସ୍ . ବଡୁ ଦୋରା ଙ୍କ ସମେତ ମହୋତ୍ସବ କମିଟିର ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ। ଗ୍ରାମବାସୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

