ଋଷିକୂଲ୍ୟାରେ ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ

ପୁରୁଷୋତ୍ତମପୁର,୧୯ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କିମ୍ବଦନ୍ତୀ ପୂର୍ଣ୍ଣ ପ୍ରତାପୁର ଋଷିକୂଲ୍ୟାର ଉତ୍ତରବାଙ୍କ ତୁମ୍ବେଶ୍ବର ଘାଟରେ ମହା ବାରୁଣୀ ସ୍ନାନ ଅବସରରେ ହଜାର ହଜାର ଭକ୍ତ ବୁଡ଼ ପକାଇଛନ୍ତି। ଏହା ସହ ପିତୃପୁରୁଷଙ୍କ ଲାଗି ଶ୍ରାଦ୍ଧ କରିବା ସହ ମୃତ ବ୍ୟକ୍ତିଙ୍କ ଅସ୍ତିକୁ ବିସର୍ଜନ କରିଛନ୍ତି।

କିମ୍ବଦନ୍ତୀ ଅନୁଯାୟୀ, ପ୍ରଭୁ ଶ୍ରୀ ରାମଚନ୍ଦ୍ର, ମାତା ସୀତା ଓ ଅନୁଜ ଲକ୍ଷ୍ମଣଙ୍କ ସହ ବନବାସରେ ଥିବା ବେଳେ ପ୍ରତାପୁର ଋଷିକୂଲ୍ୟା ନଦୀ ଘାଟରେ ବାବା ତୁମ୍ବେଶ୍ବରଙ୍କୁ ସ୍ଥାପନା କରି ପୂଜାର୍ଚ୍ଚନା କରିଥିଲେ। ଏହି ସମୟରେ ପିତା ଦଶରଥଙ୍କ ମୃତ୍ୟୁ ଖବର ପାଇ ପିତାଙ୍କ ଉଦ୍ଦେଶ୍ୟରେ ବାଲୁକା ପିଣ୍ଡକୁ ଦାନ କରିଥିଲେ। ସେହିଦିନଠାରୁ ଏଠାରେ ବାରୁଣୀ ସ୍ନାନ ହେଉଛି। ଏଠାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ସହ ଶ୍ରଦ୍ଧାଳୁମାନେ ଅସ୍ତି ବିସର୍ଜନ କରି ବୁଡ଼ ପକାଇଥାନ୍ତି। ଏଠାରେ ବିସର୍ଜନ କଲେ ସ୍ବର୍ଗପ୍ରାପ୍ତି ହୁଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ସକାଳୁ ବାବା ତୁମ୍ବେଶ୍ବର, ଜଗନ୍ନାଥ, ରଘୁନାଥ, ଲକ୍ଷ୍ମୀ ନାରାୟଣ ଓ ତାରାତାରିଣୀଙ୍କୁ ପରମ୍ପରା ଅନୁସାରେ ସ୍ବତନ୍ତ୍ର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିନଦୀ ଘାଟ ବୁଡ଼ କ୍ଷେତ୍ରକୁ ଆଣାଯାଇଥିଲା। ଏଠାରେ ମହାମିଳନ ହେବା ପରେ ବୁଡ଼ ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡୁଡୁକା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମରେ ଅନିୟମିତତା ଅଭିଯୋଗ

ଲୋଇସିଂହା,୧୧।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକରେ ଏମ୍‌ଜିଏନଆରଇଜିଏସ୍‌ କାମରେ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହେଉଛି। ପଞ୍ଚାୟତ ସ୍ତରରେ ହେଉଥିବା କାମ ସଂକ୍ରାନ୍ତରେ ଏମ୍‌ଜିଏନଆରଇଜିଏସ୍‌ କାମ ସାଇଟ୍‌ର…

ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ରଖୁଥିଲେ ଶାରୀରିକ ସମ୍ପର୍କ, ଥାନାରେ ପହଞ୍ଚିଲା ପ୍ରେମିକା

ଦେବଗଡ,୧୧।୨(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ପ୍ରେମିକା ସହିତ ଶାରୀରିକ ସମ୍ପର୍କ ସ୍ଥାପନ ପରେ ପ୍ରତାରଣା ଅଭିଯୋଗରେ ପ୍ରେମିକଙ୍କୁ ଗିରଫ କରି ମଙ୍ଗଳବାର ଦେବଗଡ…

ବାଇକରେ ଘରକୁ ଫେରୁଥିଲେ ୨ ଜଣ ଯୁବକ, ବାଟରେ ଘଟିଲା ବଡ଼ ଅଘଟଣ, ଘଟଣାସ୍ଥଳରେ…

ଥୁଆମୂଳ ରାମପୁର, ୧୧ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ଅକାଳ ବିୟୋଗ…

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ବିବାଦ ଘନେଇଲା,ତହସିଲଦାରଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୧୦। ୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଥିବା ଇଣ୍ଡିଆନ୍ ଓଭରସିଜ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ଗ୍ରାମର ଦୁଇ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

୧୭ରେ ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘ ନିର୍ବାଚନ: ନାମାଙ୍କନ କଲେ ୩୬ ପ୍ରାର୍ଥୀ…

ଛତ୍ରପୁର,୧୦ା୧୦ (ଦିଲୀପ ସାମଲ)-ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘର କର୍ମକର୍ତ୍ତା ନିର୍ବାଚନ ଫେବୃଆରୀ ୧୭ ତାରିଖରେ ଅନୁଷ୍ଠିତ ହେବ। ସଂଘର ବିଭିନ୍ନ ପଦ ପଦବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri