ମନ୍ଦିର ପ୍ରତିଷ୍ଠା ଓ ରତ୍ନମୁଦ କାର୍ଯ୍ୟକ୍ରମ, ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇ….

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୨୨।୨(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଠାରେ ମୁକ୍ତେଶ୍ଵର ମହାରୁଦ୍ରଙ୍କ ଜୀର୍ଣ୍ଣ୍ନୋଦ୍ଧାର ଭବ୍ୟ ମନ୍ଦିର ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ମହାସମାରୋହ ଗୁରୁବାର ଠାରୁ ଆରମ୍ଭ ହୋଇଛି । ଶନିବାର ଭଵ୍ୟ କାର୍ଯ୍ୟକ୍ରମରେ ହୋମ ଯଜ୍ଞ ସହ ମନ୍ଦିର ପ୍ରତିଷ୍ଠା ସହ ମନ୍ଦିର ପ୍ରବେଶ ଓ ରତ୍ନମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିସହ ମନ୍ଦିରର ପାର୍ଶ୍ଵ ଦେବତାଙ୍କୁ ମଧ୍ୟ ବହୁ ଆଡମ୍ବରରେ ହୋମଯଜ୍ଞ ପୂଜାର୍ଚ୍ଚନା ସହ ପ୍ରତିଷ୍ଠା ଓ ସ୍ଥାପନ କାର୍ଯ୍ୟକ୍ରମ ପଣ୍ଡିତଙ୍କ ଦ୍ୱାରା କରରାଯାଇଥିଲା ।

ସେହିପରି ମୁକ୍ତେଶ୍ଵର ଓ ହନୁମାନ ମନ୍ଦିରରେ ଭକ୍ତଙ୍କ ପ୍ରଥମ ପ୍ରବେଶ ସହ ଦର୍ଶନ ଓ ପୂଜାର୍ଚ୍ଚନା କରାଯାଇଥିଲା । ଅପରାହ୍ନରେ ରତ୍ନମୁଦ କାର୍ଯ୍ୟକ୍ରମରେ ଶସ୍ୟ, ସୁନା, ରୁପା, ଅଳଙ୍କାର, ଫୁଲ, ଚନ୍ଦନ ସହ ମୂଲ୍ୟବାନ ସାମଗ୍ରୀ ଭକ୍ତଙ୍କ ଦ୍ୱାରା ଦାନ କରାଯାଇଥିବା ସମସ୍ତ ଦାନ ସାମଗ୍ରୀକୁ ରତ୍ନମୁଦ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇଥିଲେ । କନ୍ଧମାଳ ଜିଲା ସମେତ ପଡୋଶୀ ରାୟଗଡା, ଗଞ୍ଜାମ ଓ ଗଜପତି ଜିଲାର ଶତାଧିକ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ ।

ଏହି ପ୍ରତିଷ୍ଠା ଉତ୍ସବରେ ୭୨ପ୍ରହର ନାମଯଜ୍ଞ ସମେତ ଘୃତ, ଗୋ ଯଜ୍ଞ, ଜ୍ଞାନ, ଅର୍ଣ୍ଣ ଯଜ୍ଞ ଆଦି କରାଯାଉଛି । କାର୍ଯ୍ୟକ୍ରମକୁ ଗାଁ ବାସିନ୍ଦା ଓ ମନ୍ଦିର କମିଟି ପକ୍ଷରୁ ପରିଚାଳନା କରାଯାଇଛି । ଏଥିରେ ସଭାପତି ଗଣେଶ ପାତ୍ର, ରାମଚନ୍ଦ୍ର ପାତ୍ର, ଉପସଭାପତି ବିରଞ୍ଚି ବିଶୋଇ, କେ.ଶ୍ୟାମ ବାବୁ ଅଚାରୀ, ସମ୍ପାଦକ ପବିତ୍ର ବେହେରଦଳାଇ, ରଘୁନାଥ ନାୟକ, କାର୍ଯ୍ୟକର୍ତ୍ତା ପ୍ରକାଶ ମହାନ୍ତି, ପଞ୍ଚାନନ ଚୌଧୁରୀ, ଭାଜପା ମଣ୍ଡଳ ସଭାପତି ଗଣେଶ ଡାକୁଆ, ଶ୍ୟାମ ମାହାଙ୍କୁଡ, ସଦାନନ୍ଦ ନାୟକ, ଗୋକୁଳ ପଣ୍ଡା, ବିଘ୍ନେଶ୍ୱର ବେହରଦଳେଇ, ରାଜୁ ବେହରଦଳେଇ, ବନବାସ ବିଶୋଇ, ଶ୍ୟାମଘନ ପାତ୍ର,ଦେବରାଜ ପାଇକ, ଶଙ୍କର ବେହରଦଳେଇ, ଅନି ବେହରଦଳେଇ,କପିଳେଶ୍ଵର ପାତ୍ର,ନିରଞ୍ଜନ ପାତ୍ର, ପ୍ରୟୋଗରାଜ (ଉତ୍ତରପ୍ରଦେଶ )ଧର୍ମେସ କୁମାର ପାଲ,ଯୋଗେଶ୍ୱର ପାତ୍ର ପ୍ରମୁଖ ପରିଚାଳନା କରୁଛନ୍ତି ।
ସୂଚନା ଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମ ଗୁରୁବାର ଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଦୀକ୍ଷା ଗ୍ରହଣ ଓ ଅଙ୍କୁରରୋପଣ କରାଯାଇଥିବା ବେଳେ ଶୁକ୍ରବାର ଦିନ କଳସ ଯାତ୍ରା ଯଜ୍ଞଆରମ୍ଭ, ମଣ୍ଡଳ ଦେବତା ପୂଜା ହୋମ ଓ ବନଯୋଗ କାର୍ଯ୍ୟକ୍ରମ କରାଯାଉଛି ଏବଂ ହିନ୍ଦୁ ସମ୍ମିଳନୀ କରାଯାଇଥିଲା ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅର୍ଚ୍ଚିତାଙ୍କ ପାଇଁ ସ୍ପେଶାଲ ସେମେଜ ଲେଖିଲେ ସବ୍ୟସାଚୀ, କହିଲେ ମୁଁ ତୁମକୁ ଇର୍ଷା କରେ…

ଭୁବନେଶ୍ୱର,୨୨।୨: ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ସ୍ତ୍ରୀଙ୍କ ପାଇଁ ଲେଖିଛନ୍ତି ସ୍ପେଶାଲ ମେସେଜ୍‌। ଇନଷ୍ଟାରେ ସେ ଏକ ଭାବପ୍ରବଣ ପୋଷ୍ଟ କରିଛନ୍ତି। ଯାହାକୁ ନେଇ ସୋସିଆଲ ମିଡିଆରେ…

ଚଳନ୍ତା ଟ୍ରେନ୍‌ରେ ମହିଳାଙ୍କ ପ୍ରସବ ବେଦନା, ତାପରେ ହଠାତ୍ ହେଲା…

ଭୁବନେଶ୍ୱର,୨୨।୨(ତ୍ରିନାଥ ମହାନ୍ତି): ଦୂରୋନ୍ତ ଏକ୍ସପ୍ରେସ୍‌ରେ ବେଙ୍ଗାଲୁରୁରୁ ହାଓଡ଼ା ଯାଉଥିଲେ ଜଣେ ଗର୍ଭବତୀ। ଶନିବାର ସକାଳ ୧୦ଟାରେ ଚଳନ୍ତା ଟ୍ରେନରେ ଗର୍ଭବତୀ କାତ୍ରିନା କୁଲୁ ପ୍ରସବଜନିତ ଯନ୍ତ୍ରଣା ପାଇଥିଲେ। ଚଳନ୍ତା…

ପୁଣି ନକ୍ସଲ ଖଞ୍ଜିଥିବା ଲ୍ୟାଣ୍ଡ ମାଇନ ବିସ୍ଫୋରଣ: କୋବ୍ରା ବାଟାଲିୟନର ଦୁଇ ଯବାନ ଗୁରୁତର

ବଣାଇଁ,୨୨।୨(ପ୍ରଦୀପ ତ୍ରିପାଠୀ): ଶନିବାର ଝାରଖଣ୍ଡ ପଶ୍ଚିମ ସିଂହଭୂମ ଜିଲାର ସାରାଣ୍ଡା ଜଙ୍ଗଲ ଅଞ୍ଚଳରେ ନକ୍ସଲ ବିରୋଧୀ ଅଭିଯାନ ସମୟରେ ପୁଣି ଲ୍ୟାଣ୍ଡ ମାଇନ ବିସ୍ଫୋରଣ ଘଟିଥିବା ଜଣାପଡ଼ଛି…

୪୪,୨୦୦ କୋଟିର ୧୦ ପ୍ରକଳ୍ପକୁ ଏଚ୍‌ଏଲ୍‌ସିଏରେ ମଞ୍ଜୁରୀ, ସୃଷ୍ଟିହେବ ୯ ହଜାର ନିଯୁକ୍ତି

ଭୁବନେଶ୍ୱର,୨୨।୨ (ଅନୁରାଧା ମହାରାଣା): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଶନିବାର ଲୋକସେବା ଭବନଠାରେ ୪୪ତମ ହାଇ ଲେଭଲ କ୍ଲିୟରାନ୍ସ ଅଥରିଟି(ଏଚ୍‌ଏଲ୍‌ସିଏ) ବୈଠକରେ ୪୪,୨୦୦ କୋଟି ଟଙ୍କାର…

ଝାରସୁଗୁଡାରେ ରକ୍ତାକ୍ତ ରାଜପଥ: ଟ୍ରଲର-ବୋଲେରୋ ମୁହାଁମୁହିଁ ଧକ୍କା, ୫ ପୋଲିସ କର୍ମଚାରୀ ମୃତ

ଝାରସୁଗୁଡା,୨୨।୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ସଦର ଥାନା ସମ୍ମୁଖରେ ରବିବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରେଲର ଏବଂ ପୋଲିସ…

ସ୍ୱଂୟ ସହାୟକ ଦ୍ୱାରା କରାଯାଇଥିବା ଫୁଲ ଚାଷ ଦେଖିଲେ ଜିଲାପାଳ, ପାହାଡ଼ ଚଢ଼ି….

ପଟ୍ଟାଙ୍ଗି,୨୨।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା କୋଟିଆ ପଞ୍ଚାୟତକୁ ଜିଲାପାଳ ମନୋଜ ସତ୍ୟବାନ୍ ମହାଜନ୍ ଗସ୍ତ କରି ପଞ୍ଚାୟତର ବିଭିନ୍ନ କାର୍ଯ୍ୟକ୍ରମ…

ବଗିଚାରେ କାମ କରୁଥିବା ବେଳେ ୨ ଜଣଙ୍କୁ ଦଳିଦେଲା ଦନ୍ତା, ଜଣଙ୍କୁ ଦଳିଲା….

ଦିଗପହଣ୍ଡି,୨୨।୨(ଅଶେଷ ନାଥ ମିଶ୍ର): ଜଲମେରିପଲ୍ଲୀରେ ୨ ଜଣଙ୍କୁ ଦଳିଦେଲା ଦନ୍ତା । ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ପଞ୍ଚାୟତ ଜଲମେରିପଲ୍ଲୀ ଗ୍ରାମର ସିମାଞ୍ଚଳ ରାଉତଙ୍କ ସ୍ତ୍ରୀ…

ଜଙ୍ଗଲରେ ୫ କୁଇଣ୍ଟାଲ ଗଞ୍ଜେଇ: ଜଣେ ଗିରଫ

ମୋହନା,୨୨।୨( ମନ୍ମଥ ମିଶ୍ର ): ୫ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ପିଲିପାଯୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri