ବିଶ୍ବାସ ମୂଳେ ଏ ଜଗତ

ଡ. ମନୋରଞ୍ଜନ ପ୍ରଧାନ

କୁହାଯାଏ ବିଶ୍ବାସ ମୂଳେ ଏ ଜଗତ। ଜୀବନର ଅନେକ କାର୍ଯ୍ୟ ଓ ସିଂହ ଭାଗ ସମୟ ଅନ୍ୟ ଉପରେ ବିଶ୍ୱାସ ଅନୁସାରେ ହୋଇଥାଏ। ଯେପରି ଜଣେ ଡାକ୍ତରଙ୍କ ଉପରେ ଗଭୀର ଆସ୍ଥା ଓ ବିଶ୍ବାସ ପ୍ରକଟ କରି ନିଜ ଶରୀରକୁ ସମ୍ପୂର୍ଣ୍ଣ ସମର୍ପି ଦେଇଥାଏ ଅସହାୟ ରୋଗୀଟିଏ। କେବଳ ସେତିକି ନୁହେଁ, ଡାକ୍ତର ଯାହା ବି ପରାମର୍ଶ ଦିଅନ୍ତି ଓ ଔଷଧ ପ୍ରସ୍ତାବିତ କରନ୍ତି ବିଧି ପୂର୍ବକ ଅତ୍ୟନ୍ତ ବିଶ୍ବାସର ସହ ସେବନ କରିଥାନ୍ତି। କାରଣ ରୋଗୀର ବିଶ୍ବାସ ଯେ ଡାକ୍ତର ହେଉଛନ୍ତି ଦ୍ୱିତୀୟ ଈଶ୍ୱର ଏବଂ ସେ ଜୀବନ ଦିଅନ୍ତି କିନ୍ତୁ କାହା ଜୀବନ ସହ ଖେଳନ୍ତି ନାହିଁ। ଏହି ଆସ୍ଥା, ବିଶ୍ବାସ ଓ ସମ୍ମାନବୋଧ ହିଁ ଡାକ୍ତରଙ୍କ ସବୁ ପରାମର୍ଶକୁ ଅକ୍ଷର ଅକ୍ଷରେ ପାଳନ କରିବାକୁ ରୋଗୀ ଓ ତାଙ୍କ ପରିବାରବର୍ଗଙ୍କୁ ପ୍ରୋତ୍ସାହନ ଦେଇଥାଏ।
ସେହିଭଳି ଛାତ୍ରୀଛାତ୍ର ଓ ମାତାପିତାମାନେ ଶିକ୍ଷକ ସମାଜକୁ ଭଗବାନଙ୍କ ଜୀବନ୍ତ ଅବତାର ବୋଲି ମାନିଥାନ୍ତି। ତେଣୁ ନିଜ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ ପାଇଁ ମାଆବାପା ମାନେ ନିଜ ଭବିଷ୍ୟତଙ୍କୁ ବିଶ୍ୱାସର ସହ ଶିକ୍ଷକମାନଙ୍କୁ ସମର୍ପି ଦିଅନ୍ତି। ବିଦ୍ୟାର୍ଥୀଟି ମଧ୍ୟ ନିଜ ଶିକ୍ଷାଦାତାଙ୍କ ଉପରେ ଦୃଢ଼ ଆସ୍ଥା ପ୍ରକଟ କରିଥାଏ। ସେହିଭଳି ଦେଶର ଶାସନ ନିମନ୍ତେ ରାଜନେତା, ମନ୍ତ୍ରୀ ଓ ଅମଲାଙ୍କ ଉପରେ ବିଶ୍ୱାସ କରିଥାନ୍ତି ସାଧାରଣ ଜନତା। ନେତା ମାନଙ୍କର ନିର୍ବାଚନ ପ୍ରଚାର, ଦଳୀୟ ଇସ୍ତାହାର ଓ ବାଚନିକ ପ୍ରତିଶ୍ରୁତିକୁ ଭୋଟଦାତା ତଥା ଦେଶର ନାଗରିକମାନେ ଗ୍ରହଣ କରି ନିଜର ମୂଲ୍ୟବାନ ଭୋଟ ଦେଇଥାନ୍ତି। ସେହିଭଳି ହୋଟେଲରେ ଖାଇବା ବେଳେ ବ୍ୟକ୍ତିଟିଏ ହୋଟେଲ ମାଲିକ ଓ କର୍ମଚାରୀମାନଙ୍କୁ କୌଣସି ସନ୍ଦେହ ପ୍ରକଟ ନ କରି ଅତି ବିଶ୍ବାସର ସହ ଭୋଜନ କରିଥାଏ। ଅର୍ଥାତ୍‌ ଆମ ଜୀବନକାଳ ଭିତରେ ଦୈନନ୍ଦିନ ଜୀବନର ଅନେକ କାର୍ଯ୍ୟ କେବଳ ଅନ୍ୟକୁ ବିଶ୍ବାସ କରି ଆମେ ଜୀବନ ବିତାଇ ଥାଉ। ଯେମିତି ଦିନରାତି ହାଡ଼ଭଙ୍ଗା ପରିଶ୍ରମ କରି ଅର୍ଜନ କରୁଥିବା ପାରିଶ୍ରମିକକୁ ବ୍ୟାଙ୍କରେ ସମର୍ପି ଦେଉ କେବଳ ଗୋଟିଏ ପାସ୍‌ବୁକ୍‌ ଓ ସେଥିରେ ଲିଖିତ କେତୋଟି ସଂଖ୍ୟା ବା ଅକ୍ଷରକୁ ଦେଖି। ହେଲେ ଅନେକ ସମୟରେ ବିଶ୍ୱାସରେ ବିଷ ଦେବାକୁ ମଧ୍ୟ କେହି କେହି ପଛେଇ ନ ଥାନ୍ତି କେକଳ ନିଜର ସ୍ବାର୍ଥକୁ ଚରିତାର୍ଥ କରିବା ନିମନ୍ତେ। ଏଭଳି ବିଶ୍ୱାସଘାତକତାର ପ୍ରତିଫଳନ ହେଉଛି ଚିଟ୍‌ଫଣ୍ଡ ଠକେଇ, ବ୍ୟାଙ୍କ ଘୋଟାଲା, ସମବାୟ ସମିତି ଅର୍ଥ ତୁଷାରପାତ, ରୋଗୀ ଚିକିତ୍ସା ନାମରେ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ କିଣାବିକା, ଅଯଥା ଟେଷ୍ଟ ଓ ଦାମୀ ଔଷଧ ଲେଖିବା, ମାର୍କ ଜାଲିଆତି ଇତ୍ୟାଦି।
ସତ କହିବାକୁ ଗଲେ ସକାଳେ ଉଠିବାଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ଆମେ କୌଣସି ନା କୌଣସି କାମରେ ଅନ୍ୟମାନଙ୍କୁ ବିଶ୍ୱାସ କରିଥାଉ ବିନା ସନ୍ଦେହ ଓ ସଙ୍କୋଚରେ। କିନ୍ତୁ ଆଜିକାଲି ଅନେକ କ୍ଷେତ୍ରରେ ଅବିଶ୍ବାସ ଓ ବିଶ୍ବାସଘାତକତାର ପଦଧ୍ବନି ଦେଖିବାକୁ ମିଳୁଛି। ଭଗବାନ ଅବତାରୀ ଡାକ୍ତର ନିଜ ଅର୍ଥ ଲାଳସା ଓ ବ୍ୟକ୍ତିଗତ ସ୍ବାର୍ଥ ହାସଲ ନିମନ୍ତେ ରୋଗୀ ସହ ଛଳନା ଓ ପ୍ରବଞ୍ଚନା କରିବାକୁ ପଛାଉ ନାହିଁ କି ରକ୍ଷକ ଅବତାରୀ ପୋଲିସ କେବଳ ନିଜ ଅବାଞ୍ଛିତ ସୁଖ ଲାଳସାରେ ଭକ୍ଷକ ସାଜିବାକୁ ଲଜ୍ଜାବୋଧ କରୁନାହାନ୍ତି। ଶିକ୍ଷକ ରୂପକ ମଣିଷ ଗଢ଼ି ବିଶ୍ବକର୍ମାମାନେ ନିଜ ହିତାହିତ ଜ୍ଞାନ ଭୁଲି ନିଜ ଛାତ୍ରୀଛାତ୍ରମାନଙ୍କର ସର୍ବନାଶ କରିବାକୁ ପଛାଉ ନାହାନ୍ତି। ସେହିଭଳି ବିଭିନ୍ନ କ୍ଷେତ୍ରରେ ଆଜି ଅବିଶ୍ବାସର ବାତାବରଣ ସୃଷ୍ଟି ହୋଇଛି।
କିଛି ଦିନ ତଳେ ଏକ ବିଶ୍ବସ୍ତରୀୟ ସଂସ୍ଥା ‘ଇପ ସୋସ’ ଦ୍ବାରା ଲୋକଙ୍କ ବିଶ୍ୱାସକୁ ନେଇ ଏକ ସର୍ଭେ କରାଯାଇଥିଲା। ଉଦ୍ଦେଶ୍ୟ ଥିଲା କେଉଁ ବୃତ୍ତିଧାରୀକୁ ଲୋକମାନେ ସର୍ବାଧିକ ଓ ସର୍ବନିମ୍ନ ବିଶ୍ବାସ ଓ ଆସ୍ଥା ପ୍ରକଟ କରିଥାନ୍ତି। ଇପ୍‌ସୋସ (Ipsos)ଦ୍ବାରା ପ୍ରକାଶିତ ଗ୍ଲୋବାଲ ଟ୍ରଷ୍ଟଓାର୍ଦି ଇନଡାକ୍ସ ଅନୁସାରେ ଡାକ୍ତର ମାନଙ୍କୁ ସବୁଠାରୁ ବିଶ୍ବାସଯୋଗ୍ୟ ବ୍ୟକ୍ତି ଭାବରେ ଗ୍ରହଣ କରିଛନ୍ତି। ସର୍ଭେରେ ାୟ ୬୪ ପ୍ରତିଶତ ଲୋକ ଡାକ୍ତରମାନଙ୍କୁ ବିଶ୍ବାସଯୋଗ୍ୟ ବୃତ୍ତିଧାରୀ ଭାବରେ ଆସ୍ଥା ପ୍ରକଟ କରିଥିବା ବେଳେ ୧୦% ଲୋକ ସେମାନଙ୍କୁ ବିଶ୍ବାସକୁ ନିଅନ୍ତି ନାହିଁ ବୋଲି ମତବ୍ୟକ୍ତ କରିଛନ୍ତି। ସେହିଭଳି ୫୧% ଲୋକ ବୈଜ୍ଞାନିକ, ୪୩% ଶିକ୍ଷକ, ୨୭% ସାଧାରଣ ଜନତା ଓ ୨୨% ସାମରିକ ସେବାଧାରୀଙ୍କ ଉପରେ ନିଜ ଆସ୍ଥା ଓ ବିଶ୍ବାସ ଜାହିର କରିଥିବା କଥା ପ୍ରକାଶ କରିଛନ୍ତି। ସବୁଠାରୁ ବଡ଼ ଚିନ୍ତା ଓ ଉଦ୍‌ବେଗର ବିଷୟ ହେଉଛି ସର୍ଭେ ଅନୁସାରେ ଉତ୍ତରଦାତାମାନେ ସାମ୍ବାଦିକ, ବ୍ୟାଙ୍କ କର୍ମଚାରୀ, ସରକାରୀ ମନ୍ତ୍ରୀ ଓ ରାଜନେତାମାନଙ୍କ ଉପରେ ନିଜର ଅବିଶ୍ବାସ ପ୍ରକଟ କରିଛନ୍ତି। ସର୍ଭେ ଅନୁସାରେ ବିଯୁକ୍ତ ୧୦% ଲୋକ ସାମ୍ବାଦିକମାନଙ୍କ ଉପରେ ବିଶ୍ୱାସ କରୁଥିବା ବେଳେ ବିଯୁକ୍ତ ୧୧% ଲୋକ ବ୍ୟାଙ୍କ କର୍ମଚାରୀ, ବିଯୁକ୍ତ ୩୯% ସରକାରୀ ମନ୍ତ୍ରୀ ଓ ବିଯୁକ୍ତ ୫୨% ଲୋକ ରାଜନେତାଙ୍କ ଉପରେ ବିଶ୍ୱାସ କରିଥାନ୍ତି ବୋଲି ମତ ଦେଇଛନ୍ତି। ସର୍ଭେ ମତାମତକୁ ବିଶ୍ଳେଷଣ କଲେ ସାମାଜିକ ସମ୍ପର୍କ ଓ ବିଶ୍ବାସ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଧୀରେ ଧୀରେ ବିଭିନ୍ନ ବୃତ୍ତିଧାରୀଙ୍କ ଉପରେ ଅବିଶ୍ବାସବୋଧ ସମାଜ ପାଇଁ ଶୁଭଙ୍କର ନୁହେଁ। ତେଣୁ ପ୍ରତ୍ୟେକ କର୍ମଜୀବୀ ନିଜ ନିଜ ପେସାଦାର ମନୋବୃତ୍ତି ଓ ଦାୟିତ୍ୱବୋଧ ଉପରେ ଗଭୀର ଭାବେ ଆତ୍ମ-ସମୀକ୍ଷା କରିବାର ବେଳ ଉପନୀତ। ନିଜ ବୃତ୍ତିଗତ ନୈତିକତା ଓ ଅନୁଶାସନ ଅନୁସାରେ ସେବାକାର୍ଯ୍ୟ ନ କରି ନିଜ ସ୍ବାର୍ଥକୁ ଚରିତାର୍ଥ ପାଇଁ ଲାଳାୟିତ ହେଲେ ସମାଜରେ ଅବିଶ୍ବାସର ବାତାବରଣ ସୃଷ୍ଟି ହେବ ଏବଂ ଦିନ ଆସିବ ସମାଜରେ ଅରାଜକତା ଓ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବ। ତେଣୁ ବେଳ ଥାଉଁ ସଜାଗ ହେବା ଅତ୍ୟନ୍ତ ଜରୁରୀ ମନେହୁଏ। ସମସ୍ତେ ମନେରଖିବା ଉଚିତ କାହାର ବିଶ୍ବାସ ଭାଙ୍ଗିବା ସହଜ କିନ୍ତୁ ନିଜ ସୁକର୍ମ ଓ ଉଜ୍ଜ୍ୱଳ ବ୍ୟକ୍ତିତ୍ୱ ଜରିଆରେ ଅନ୍ୟର ବିଶ୍ବାସଭାଜନ ହେବା କାଠିକର ପାଠ। ତେଣୁ ନିଜ କର୍ମମୟ ଜୀବନ ହେଉ କି ବ୍ୟକ୍ତିଗତ ଜୀବନ ସବୁଠାରେ ବିଶ୍ବାସ ସୃଷ୍ଟି କରିବା ଏକ ମହତ୍‌ କାର୍ଯ୍ୟ। ତେଣୁ କୁହାଯାଏ ବିଶ୍ବାସେ ମିଳନ୍ତି ହରି।
ଅଧ୍ୟାପକ, ସରକାରୀ
ମହିଳା ମହାବିଦ୍ୟାଳୟ, ଜୟପୁର, କୋରାପୁଟ, ମୋ:୯୪୩୭୯୧୪୮୧୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri