Posted inଫୁରସତ

୧୧ ଅନ୍ଧ ପିଲାଙ୍କୁ ଜନ୍ମ ଦେଇଛନ୍ତି ଏହି ମହିଳା

ଜଣେ ମା’ ପାଇଁ ତା’ ପିଲାମାନେ ବୃଦ୍ଧାବସ୍ଥାରେ ସାହାରା ପାଲଟିଥାନ୍ତି। ସବୁ ମା’ ବହୁତ ଆଶା ରଖି ନିଜ ପିଲାକୁ ପୋଷଣ କରିଥାନ୍ତି। ଯେତେବେଳେ ବୃଦ୍ଧାବସ୍ଥାରେ କାମ କରିବାକୁ ବଳ ପାଇ ନ ଥାଏ ସେତେବେଳେ ପିଲାମାନେ ସାହାରା ହୋଇ ସବୁ କାମ କରିନେବେ ବୋଲି ଆଶା ରଖିଥାନ୍ତି ପ୍ରତ୍ୟେକ ମା’। କେନିଆ ବାସିନ୍ଦା ଅଗ୍ନେସ ନେସ୍‌ପୋଣ୍ଡି ମଧ୍ୟ ସମାନ କଥା ଭାବିଥିଲେ। ଯେତେବେଳେ ସେ ପ୍ରଥମ ଥର ପାଇଁ ମା’ ହେଲେ, ସେତେବେଳେ ତାଙ୍କ ହୃଦୟ ଭାଙ୍ଗିଗଲା। ସନ୍ତାନ ଜନ୍ମ ପରେ ସେ ଅନ୍ଧ ଥିବା ଜାଣିବାକୁ ପାଇଥିଲେ। ଏହା ପରେ ସେ ଦ୍ୱିତୀୟ ଥର ପାଇଁ ମା’ହେଲେ। ଏଥର ମଧ୍ୟ ସେ ଏକ ଅନ୍ଧ ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ଅଗ୍ନେସ ଗୋଟିଏ ପରେ ଗୋଟିଏ ଏହିପରି ୧୧ ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ଯେଉଁମାନେ ସମସ୍ତେ ଅନ୍ଧ ଥିଲେ।

ଅଗ୍ନେସଙ୍କୁ ଅଭିଶାପ ମିଳିଥିବା କୁହାଯାଉଛି। ତାଙ୍କ ଗର୍ଭରୁ କେବଳ ଅନ୍ଧ ପିଲାମାନେ ଜନ୍ମ ହୁଅନ୍ତି। ପ୍ରାୟ ୨୧ ବର୍ଷ ତଳେ ତାଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇଯାଇଛି। ସବେଠାରୁ ସେ ଏହି ସମସ୍ତ ପିଲାମାନଙ୍କର ଯତ୍ନ ନେଉଛନ୍ତି। ଏବେ ତାଙ୍କ ସାମ୍ନାରେ ଖାଦ୍ୟ ଓ ପାନୀୟ ଅଛି। ୧୧ଟି ପିଲାଙ୍କ ଯତ୍ନ ନେବା, ଯେଉଁମାନେ ଦେଖିପାରୁ ନାହାନ୍ତି, ଅଗ୍ନେସଙ୍କ ପାଇଁ କଷ୍ଟକର ହୋଇପଡୁଛି।

ଆଗ୍ନେସ ତାଙ୍କ ଜୀବନ ବିଷୟରେ ବହୁତ କିଛି ସୋସିଆଲ ମିଡିଆରେ ଶେୟାର କରିଛନ୍ତି, ସେ କହିଛନ୍ତି, ବିବାହ ପରେ ତାଙ୍କ ଜୀବନ ବହୁତ ଭଲ ଥିଲା। ଯେତେବେଳେ ସେ ପ୍ରଥମ ଥର ଗର୍ଭବତୀ ହେଲେ, ସେ ବହୁତ ଖୁସି ହେଲେ। ତାଙ୍କର ପ୍ରଥମ ପୁଅ ଥିଲା। ପ୍ରାରମ୍ଭରେ ଡାକ୍ତରମାନେ ଧରିପାରୁ ନ ଥିଲେ କି ପିଲାକୁ ଦେଖାଯାଉନାହିଁ। କିନ୍ତୁ କିଛି ସମୟ ପରେ ଯେତେବେଳେ ଅଗ୍ନେସ ଏବଂ ତାଙ୍କ ସ୍ବାମୀ ସନ୍ଦେହ କଲେ, ସେମାନେ ପିଲାଟିକୁ ଡାକ୍ତରଖାନା ନେଇଥିଲେ। ସେଠାରେ ସେ ଜାଣିବାକୁ ପାଇଥିଲେ ଯେ, ପିଲାଟି ଦେଖିପାରିବ ନାହିଁ ।

ଏହା ପରେ ଅଗ୍ନେସ ଦଶଥର ଗର୍ଭବତୀ ହୋଇଛନ୍ତି। ପ୍ରତ୍ୟେକ ଥର ତାଙ୍କ ପାଇଁ ଏକ ଅନ୍ଧ ସନ୍ତାନ ଜନ୍ମ ହେଲେ। ସେ ଏବଂ ତାଙ୍କ ସ୍ବାମୀ ଏକତ୍ର ସମସ୍ତ ପିଲାମାନଙ୍କର ଯତ୍ନ ନେଉଥିଲେ। କିନ୍ତୁ ଅଗ୍ନେସଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ଅବସ୍ଥା ଆହୁରି ଖରାପ ହୋଇଥିଲା। ଅଗ୍ନେସଙ୍କ ଗ୍ରାମବାସୀ ବିଶ୍ୱାସ କରନ୍ତି ଯେ, ସେ ଅଭିଶାପିତ। କେହି କେହି ତାଙ୍କ ଉପରେ କଳା ଯାଦୁ କରିଛନ୍ତି, ଯେଉଁଥିପାଇଁ ତାଙ୍କର ସମସ୍ତ ସନ୍ତାନ ଅନ୍ଧ ହୋଇ ଜନ୍ମ ହୋଇଥିଲେ। ବର୍ତ୍ତମାନ ତାଙ୍କର ପ୍ରଥମ ପୁଅର ବୟସ ଚାଳିଶ ବର୍ଷରୁ ଅଧିକ। ଏହା ପରେ ମଧ୍ୟ ସେ ନିଜେ ସମସ୍ତଙ୍କର ଯତ୍ନ ନିଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri