Posted inଫୁରସତ

ଚା’ ପିଇ ବିତିଲାଣି ୩୩ ବର୍ଷ

ଚା’ ବିନା ଅନେକଙ୍କର ଦିନ କଟେନା। କପେ ଚା’ ପିଇଦେଲେ ଯେମିତି ସାରା ଦିନ ଆରାମରେ କଟିଯାଏ। କିନ୍ତୁ କେହି କ’ଣ କିଛି ନ ଖାଇ ଖାଲି ଚା’ ପିଇ ଜୀବନ ସାରା ରହିପାରିବେ? ଭାବୁଥିବେ ଆଦୌ ସମ୍ଭବ ନୁହେଁ। କିନ୍ତୁ ଜଣେ ମହିଳା ଅଛନ୍ତି, ଯେ କି ଦୀର୍ଘ ୩୩ ବର୍ଷ ହେବ ଅନ୍ୟ କିଛି ଖାଦ୍ୟ ନ ଖାଇ କେବଳ ଚା’ ପିଇ ବଞ୍ଚତ୍ଛନ୍ତି। ଛତିଶଗଡ଼, କୋରିଆ ଜିଲାର ବରଡିୟା ଗ୍ରାମରେ ରହୁଥିବା ପିଲି ଦେବୀ ହେଉଛନ୍ତି ସେହି ବିସ୍ମୟ ମହିଳା। ମାତ୍ର ୧୧ ବର୍ଷ ବୟସର ହୋଇଥିବା ବେଳୁ ସେ ଖାଦ୍ୟ ଛାଡି ଚା’ ପିଇ ଜୀବନଧାରଣ କରୁଛନ୍ତି। ଏବେ ତାଙ୍କୁ ୪୪ ବର୍ଷ ବୟସ। ସ୍ଥାନୀୟ ଲୋକେ ତାଙ୍କୁ ‘ଚାୟ ଓ୍ବାଲି ଚାଚି’ ବୋଲି ଡାକନ୍ତି। ଖାଦ୍ୟ ନ ଖାଇ ସେ ଏତେ ବର୍ଷ କିଭଳି ସୁସ୍ଥ ଅଛନ୍ତି ତାହା ସମସ୍ତଙ୍କୁ ଚକିତ କରାଏ। ଏମିତି କି ଡାକ୍ତର ମଧ୍ୟ ତାଙ୍କଠାରେ କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇ ନାହାନ୍ତି। ତାଙ୍କ ବାପା କହନ୍ତି, ”ଷଷ୍ଠ ଶ୍ରେଣୀରେ ପଢୁଥିବାବେଳେ ପିଲି ଖାଦ୍ୟ ଖାଇବା ଛାଡ଼ିଥିଲା। ସେତେବେଳେ ସେ କ୍ଷୀର ଚା’ ସହ ବିସ୍କୁଟ, ବ୍ରେଡ ଖାଉଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ପିଲି ସେସବୁ ଖାଇବା ବି ଛାଡ଼ିଦେଲା।“ ଆଉ ପିଲି କହନ୍ତି, ”ତାଙ୍କୁ କେବେ ଭୋକ ଲାଗେନାହିଁ। ଦିନରେ କ୍ଷୀର ଚା’ ପିଏ। ଆଉ ଦିନ ସରିଲେ ସନ୍ଧ୍ୟାବେଳେ ମୁଁ ବିନା କ୍ଷୀରବାଲା ନାଲି ଚା’ ପିଇଥାଏ। ଏମିତି ଦୀର୍ଘ ବର୍ଷ ବିତିଗଲାଣି।“


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

୧୦୦ ବର୍ଷ ପରେ ମିଳିଲା ନୂଆ ବିରାଡ଼ି ପ୍ରଜାତି

ନୂଆଦିଲ୍ଲୀ: ବିଜ୍ଞାନ ଜଗତରେ ଏକ ବଡ଼ ସଫଳତା ମିଳିଛି। ୧୦୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ପୃଥିବୀରେ ଏକ ସମ୍ପୂର୍ଣ୍ଣ ନୂଆ ଜୀବନ୍ତ ବିରାଡ଼ି ପ୍ରଜାତିର ସନ୍ଧାନ…

୭୬ ବର୍ଷରେ ବି ଫିଟ୍‌ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଜନ୍ମଦିନରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା…

ନୂଆଦିଲ୍ଲୀ,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ସେପ୍ଟେମ୍ବର ୧୯୫୦ରେ ଗୁଜରାଟରେ ଜନ୍ମଗ୍ରହଣ କରିଥିଲେ। ଆଜି ତାଙ୍କ ଜନ୍ମଦିନରେ ସାରା ଦେଶରେ ତାଙ୍କ ଜୀବନର ବିଭିନ୍ନ ଦିଗ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?