ପର୍ଯ୍ୟଟନ ମାନଚିତ୍ରରେ ସାମିଲ ହେଲା ବରଗଡ଼ ଜିଲାର ଏହି ପର୍ଯ୍ୟଟନ କ୍ଷେତ୍ର

ବରଗଡ଼,୨୩ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ୨ ଶୈବପୀଠକୁ ରାଜ୍ୟ ସରକାର ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ଦେଇଛନ୍ତି। ସେଗୁଡ଼ିକ ହେଲା, ପଶ୍ଚିମ ଓଡ଼ିଶାର ଅଷ୍ଟଶମ୍ଭୁ ପୀଠ ମଧ୍ୟରେ ଅନ୍ୟତମ ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ସରଣ୍ଡାର ବିଶେଶ୍ୱର ମନ୍ଦିର ଏବଂ ବରଗଡ଼ ବ୍ଲକ ଅନ୍ତର୍ଗତ ଦେଓଗାଁର ବୈଦ୍ୟନାଥ ମନ୍ଦିର। ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ପାଇବା ଖବର ପାଇ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସି ପରିଲକ୍ଷିତ ହୋଇଛି।

Dharitri – Odisha’s No.1 Odia Daily

Share