ଏଥର ନବାଗତ, ପୁରୁଖାଙ୍କ ମଧ୍ୟରେ ଲଢ଼େଇ

ଆଳି,୭ା୪(ବନମାଳୀ ସେନାପତି)କେନ୍ଦ୍ରାପଡ଼ା ଜିଲା ଆଳି ନିର୍ବାଚନମଣ୍ଡଳୀରେ ରାଜନୈତିକ ବାତାବରଣ ଉଷ୍ଣ ହୋଇଛି। ପ୍ରମୁଖ ରାଜନୈତିକ ଦଳମାନେ ସେମାନଙ୍କ ଅଧିକାଂଶ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛନ୍ତି। ଆଳି ନିର୍ବାଚନମଣ୍ଡଳୀରେ ପ୍ରତି ନିର୍ବାଚନରେ ସାଧାରଣତଃ କଂଗ୍ରେସ ଓ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ୱିତା ହୋଇଥାଏ । କିନ୍ତୁ ଚଳିତ ନିର୍ବାଚନରେ ଭାଜପା ତା’ର ସଙ୍ଗଠନକୁ ସୁଦୃଢ କରି ଜଣେ ସକ୍ରିୟ ନେତାଙ୍କୁ ଟିକେଟ ଦେଇଛି। ସେଥିପାଇଁ ଚଳିତ ଥର ରାଜନୈତିକ ପାଣିପାଗ ଅନ୍ୟାନ୍ୟ ନିର୍ବାଚନଠାରୁ ଟିକେ ଅଲଗା ହେବ ବୋଲି ସାଧାରଣରେ ଆଲୋଚନା ହେଉଛି।
ଚଳିତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ଆଳିର ବିଧାୟକ ତଥା ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ଷଷ୍ଠ ଥର ପାଇଁ ଟିକେଟ ପ୍ରଦାନ କରିଛି। ପ୍ରତାପ ହେଉଛନ୍ତି ଆଳିର ପୂର୍ବତନ ବିଧାୟକ, ପୂର୍ବତନ ମନ୍ତ୍ରୀ, ଏମ୍‌ପି, ବିରୋଧୀ ଦଳ ନେତା ସ୍ବର୍ଗତ ଶରତ କୁମାର ଦେବଙ୍କ ପୁଅ। ତାଙ୍କ ମାଆ ସ୍ବର୍ଗତ ସୁଶ୍ରୀ ଦେବୀ ମଧ୍ୟ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ଆଳିର ବିଧାୟିକା ଥିଲେ। ପରେ ସେ ରାଜ୍ୟ ସଭା ସଦସ୍ୟା ଥିଲେ। ପ୍ରତାପ କେଶରୀଙ୍କ ସବୁଠାରୁ ବଡ଼ ପରିଚୟ ସେ ଆଳି ରାଜ ପରିବାରର ସଦସ୍ୟ। କଂଗ୍ରେସ ଯଦିଓ ଏ ପର୍ଯ୍ୟନ୍ତ ଆଳି ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିନାହିଁ କିନ୍ତୁ ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଝିଅ ଡାକ୍ତର ଦେବସ୍ମିତା ଶର୍ମା ଏଥର ଟିକେଟ୍‌ ପାଇବା ପାଇଁ ନିର୍ବାଚନ ପ୍ରଚାରରେ ବାହାରିଛନ୍ତି। ଡାକ୍ତର ଦେବସ୍ମିତା କିଛିଦିନ ପୂର୍ବରୁ ସରକାରୀ ଚାକିରି ଛାଡ଼ି ରାଜନୀତିରେ ସକ୍ରିୟ ଭାବେ ପ୍ରବେଶ କରିଛନ୍ତି। ପୂର୍ବ ଦୁଇ ନିର୍ବାଚନରେ ନିଜ ବାପା ଦେବେନ୍ଦ୍ର ଶର୍ମାଙ୍କ ନିର୍ବାଚନ ପ୍ରଚାର କାର୍ଯ୍ୟରେ ସେ ସହଯୋଗ କରି ଆସୁଥିଲେ। ସେଥିପାଇଁ ତାଙ୍କର ରାଜନୀତିରେ ଅଭିଜ୍ଞତା ରହିଛି । ସେହିପରି ଦୀର୍ଘଦିନ ହେବ ଆଳି ନିର୍ବାଚନ ମଣ୍ଡଳୀରେ ଭାଜପା ସଙ୍ଗଠନକୁ ତୃଣମୂଳସ୍ତରରୁ ଦୃଢ଼ କରିଥିବା ଜିଲା ଉପସଭାପତି କୃଷ୍ଣଚନ୍ଦ୍ର ପଣ୍ଡା ଏଥିର ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ। କଂଗ୍ରେସ ଓ ଭାଜପାର ୨ ନବାଗତଙ୍କ ସହ ଅଭିଜ୍ଞ ରାଜନୀତିଜ୍ଞ ତଥା ପୁରୁଖା ବିଜେଡି ନେତା ପ୍ରତାପ କେଶରୀ ଦେବଙ୍କ ଲଢ଼େଇ ହେବ। ପ୍ରତାପ କେଶରୀ ଦେବ ଦୀର୍ଘ ଦିନ ହେବ ରାଜନୀତିରେ ରହି ଆଳି ଅଞ୍ଚଳର ଯେଉଁ ବିକାଶ କରିଛନ୍ତି ତାହା ତାଙ୍କୁ ନିର୍ବାଚନ ବୈତରଣୀ ପା କରିିବାକୁ ସାହସ ଜୁଟାଇଛି। ବିଜେଡିରେ କେତେଜଣ ଅସନ୍ତୁଷ୍ଟ ନେତା ଥିଲେ ବି ସେମାନଙ୍କୁ ସନ୍ତୁଷ୍ଟ କରିବାରେ ସେ ସିଦ୍ଧହସ୍ତ। ଏଥର ନିର୍ବାଚନରେ ସେ ନିଶ୍ଚିତ ବିଜୟ ହେବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଆଳି ଓ ରାଜକନିକା ବ୍ଲକକୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀରେ ସମୁଦାୟ ୬୩ ଗ୍ରାମ ପଞ୍ଚାୟତ ରହିଛି। ୧୯୭୧ ନିର୍ବାଚନରୁ ଅଦ୍ୟାବଧି କଂଗ୍ରେସ ଏଠାରେ ୧୯୮୫ ରୁ ୧୯୯୦,୧୯୯୫ରୁ ୨୦୦୦ ଓ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ତିନି ଥର ବିଜୟ ଲାଭ କରିଛି। ଅପରପକ୍ଷେ ଅନ୍ୟ ସବୁ ସମୟ ଆଳି ରାଜ ପରିବାର ହାତରେ ଶାସନ ଡୋରି ରହିଛି। ୧୯୮୫ ପର୍ଯ୍ୟନ୍ତ ଶରତ କୁମାର ଦେବ ଏଠାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ା ତା’ପରେ ୧୯୮୫ର ପରାଜୟ ପରେ ସେ ଏକ ଉପନିର୍ବାଚନରେ କେନ୍ଦ୍ରାପଡ଼ା ଲୋକ ସଭା ଆସନରୁ ବିଜୟୀ ହୋଇଥିଲେ। ୧୯୮୮ରେ ତାଙ୍କର ପରଲୋକ ଘଟିଥିଲା। ପରେ ତାଙ୍କ ସ୍ତ୍ରୀ ସୁଶ୍ରୀ ଦେବୀ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ଆଳିର ବିଧାୟିକା ଥିଲେ। ଏହା ପରେ ୨୦୦୦ରୁ ୨୦୨୪ ପର୍ଯ୍ୟନ୍ତ ପ୍ରତାପ କେଶରୀ ଦେବ ସର୍ବାଧିକ ୧୯ ବର୍ଷ ବିଧାୟକ ରହିଛନ୍ତି। ଏଥର ସେ ବିକାଶର ଚିତ୍ର ବାଢୁଥିବା ବେଳେ ତାଙ୍କ ବିପକ୍ଷରେ ଲଢେଇ କରିବାକୁ ପ୍ରସ୍ତୁତ ଥିବା ୨ ପ୍ରାର୍ଥୀ ଦୁର୍ନୀତିକୁ ଅସ୍ତ୍ର କରି ନିର୍ବାଚନମଣ୍ଡଳୀରେ ପ୍ରଚାର ଆରମ୍ଭ କରିଛନ୍ତି। ଭାଜପା ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା ପୋଲିସ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ଭାଜପାରେ ସାମିଲ ହୋଇଥିଲେ l ଏପରି କି ସେ ଜଣେ ଭଲ ଖେଳାଳି। ଏହା ଛଡ଼ା କୌଣସି ଲୋକ ଅସୁବିଧାରେ ପଡ଼ିବା ଖବର ପାଇଲେ ସେ ସହଯୋଗର ହାତ ବଢ଼ାଇଥାଆନ୍ତି ା ତେଣୁ ତାଙ୍କର ଲୋକସମ୍ପର୍କ ରହିଛି ା ସେହି ଲୋକସମ୍ପର୍କକୁ ପୁଞ୍ଜି କରି ସେ ନିର୍ବାଚନ ରଣାଙ୍ଗନ ପାରିହେବା ପାଇଁ ବଦ୍ଧପରିକର। ସେହିଭଳି କଂଗ୍ରେସରୁ ପ୍ରାର୍ଥୀ ହେବା ପାଇଁ ଆବେଦନ କରିଥିବା ଡାକ୍ତର ଦେବସ୍ମିତା ଶର୍ମା ଆଳି ନିର୍ବାଚନମଣ୍ଡଳୀର ବିଭିନ୍ନ ସରକାରୀ ଡାକ୍ତରଖାନାରେ ରୋଗୀସେବା କରି ଜଣେ ଭଲ ଡାକ୍ତର ଭାବେ ପରିଚିତ ା କେବଳ ସେତିକି ନୁହେଁ ତାଙ୍କର ବଡ଼ ପରିଚୟ ସେ ହେଉଛନ୍ତି ଆଳିର ସୁନାମଧନ୍ୟ ଡାକ୍ତର ତଥା ପୂର୍ବତନ ବିଧାୟକ ସ୍ବର୍ଗତ ଦିବାକର ନାଥ ଶର୍ମାଙ୍କ ନାତୁଣୀ। ଏହି ପରିପ୍ରେକ୍ଷୀରେ ଏଥର ଆଳି ନିର୍ବାଚନମଣ୍ଡଳୀରେ ନବାଗତ ଓ ପ୍ରବୀଣଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବ ବୋଲି ସ୍ପଷ୍ଟ ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri