ଏଥର ତଦନ୍ତ, ନିଷ୍ପତ୍ତି ନେବ ଟିଏସି

ଯାଜପୁର ଅଫିସ,୨୭।୧୦:ଫସଲ ଉଜୁଡ଼ିଲେ ଚାଷୀ ଆଖିରୁ ଲୁହଝରେ। ଋଣ ଶୁଝି ନ ପାରି ସେ ଆମତ୍ହତ୍ୟା ଭଳି ପନ୍ଥା ଆପଣାଇବାକୁ ବାଧ୍ୟ ହୁଏ। ଚାଷ ପାଇଁ ଆବଶ୍ୟକ ହୁଏ ପାଣି । ସେଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ମାତ୍ର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ (ଏମଆଇପି)ର କ୍ଷୁଦ୍ର ନୀତି ଏବଂ ବିଭାଗୀୟ ଅଧିକାରୀଙ୍କ ଉଦାସୀନ ମନୋଭାବ ଓ ଆନ୍ତରିକତା ଅଭାବରୁ ଏହି ବ୍ୟବସ୍ଥାର ସୁଫଳ ଚାଷୀ ପାଇ ପାରୁନାହାନ୍ତି। ଏହାର ନିଚ୍ଛକ ଉଦାହରଣ ଯାଜପୁର ଜିଲା କ୍ଷୁଦ୍ର ଜଳସେଚନ ପ୍ରକଳ୍ପଗୁଡିକରେ ଦେଖିବାକୁ ମିଳିଛି। ଜିଲାରେ ଥିବା ପ୍ରକଳ୍ପଗୁଡ଼ିକର ଆବଶ୍ୟକ ରକ୍ଷଣାବେକ୍ଷଣ କରାଯାଉନାହିଁ। ଫଳରେ ଜଳସେଚନ ବ୍ୟବସ୍ଥାର ଲକ୍ଷ୍ୟଧାର୍ଯ୍ୟ ପରାହତ ହେଉଛି ବୋଲି ମତପ୍ରକାଶ ପାଇଛି ।
ଗତ ୨୫ ତାରିଖରେ ସରକାର ରାଜ୍ୟରେ ଥିବା ସମସ୍ତ ଜଳସେଚନ ପ୍ରକଳ୍ପ ଉପରେ ତଦନ୍ତ ଓ ନିଷ୍ପତ୍ତି ନେବାକୁ ଏକ ଟେକ୍ନିକାଲ ଆଡଭାଇଜରି କମିଟି(ଟି.ଏ.ସି) ଗଠନ କରିଛନ୍ତି। ଏହି କମିଟି ଜଳସେଚନ ପରିମାଣ ବୃଦ୍ଧି, କାର୍ଯ୍ୟକ୍ଷେତ୍ର ବଢାଇବା, ସମସ୍ତ ଜଳସେଚନ ପ୍ରକଳ୍ପଗୁଡିକର ବୈଷୟିକ, ପରିକଳ୍ପନା, ନିର୍ମାଣ ଆଦି ପ୍ରତିବନ୍ଧକର ଦୂରୀକରଣ ସମେତ ପରବର୍ତ୍ତୀ ଅଟକଳ, ଡ୍ୟାମ୍‌, ଟନେଲ, ଗେଟ୍‌, ପାୱାର ହାଉସର ତଦନ୍ତ କରିବ। ଜିଲାରେ ଏମ୍‌ଆଇପି ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଛି। ନିର୍ଦ୍ଧାରିତ ପରିମାଣର ଜଳସେଚନ ନ ହେବା ଉପରେ ଏହି କମିଟି ଆବଶ୍ୟକ ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ଚାଷୀ ଆଶା ପ୍ରକାଶ କରିଛନ୍ତି।
କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଜିଲାର ୧୦ଟି ବକରୁ ୯ଟି ବ୍ଲକରେ ୫୮ଟି ଏମ୍‌ଆଇପି ରହିଛି। ଏଥିରେ ୮୦୯୧ ହେକ୍ଟର ଜମିରେ ଜଳସେଚନ ହୋଇଥାଏ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ହେଲେ ଚଳିତ ବର୍ଷ ମାତ୍ର ୪୪୭୯ ହେକ୍ଟର ଜମିରେ ଜଳସେଚନ ହେଉଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ଅନ୍ୟପକ୍ଷେ ୨୦୨୦-୨୧ ବର୍ଷରେ ଜଳସେଚନ ପ୍ରକଳ୍ପଗୁଡିକର ରକ୍ଷଣାବେକ୍ଷଣ ପାଇଁ ୩ କୋଟି ୫୦ ଲକ୍ଷ ଟଙ୍କା ଅନୁଦାନ ମିଳିଛି। ହେଲେ ଏହି ଅନୁଦାନର ଉପଯୁକ୍ତ ଭାବେ ଖର୍ଚ୍ଚ ନ ହୋଇ କେବଳ ଠିକାଦାର ପୋଷା ନୀତି ଚାଲିଥିବାରୁ ଚାଷୀମାନଙ୍କ ଜମି ମୁଣ୍ଡକୁ କେନାଲରେ ପାଣିମୁନ୍ଦେ ଯାଇପାରୁନାହିଁ। ଏଠାରେ ଭଙ୍ଗାବନ୍ଧ, ମଙ୍ଗଳପୁର, ରାଣୀବନ୍ଧ, ଢୋଲପଥର, ବଡଜୁରୀ, ଡମଶାଳା, ଗଣ୍ଡାନାଳ, ଭାଲୁକିପାତଲା ଆଦି ଏମଆଇପିକୁ ଉଦାହରଣ ଭାବେ ନିଆଯାଇପାରେ। ଏହି ପ୍ରକଳ୍ପ ସଂଲଗ୍ନ କେନାଲଗୁଡ଼ିକ ପୋତି ହୋଇପଡିଛି। ସେଥିରେ ଅନାବନା ଗଛ ଉଠି ଜଳପ୍ରବାହ ପଥକୁ ଅବରୋଧ କରିଛି। ଅଧିକାଂଶ ସମୟରେ କେନାଲ ମରାମତି ହେଉଥିଲେ ହେଁ ନିମ୍ନମାନର କାମ ଯୋଗୁ ପୁଣି ତାହା ପୂର୍ବାବସ୍ଥାକୁ ଫେରିଯାଉଛି ା ଏସବୁର ମରାମତି ନିମନ୍ତେ ସ୍ଥାନୀୟ ଚାଷୀ ଦାବି କରି ଆସୁଥିଲେ ମଧ୍ୟ ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି ।
ଏ ସଂକ୍ରାନ୍ତରେ ଚାଷୀ କୁହନ୍ତି, ଯେତେବେଳେ ଖରାଟିଆ ଫସଲ ପାଇଁ ପାଣି ବ୍ୟବସ୍ଥା ହୋଇଛି ବୋଲି ଶୁଣିଥୁଲୁ ବହୁତ ଖୁସି ଲାଗିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହି ଆଶା ଧୁଳିସାତ ହୋଇ ଯାଇଥିଲା । ନିହାତି ଆବଶ୍ୟକ ସମୟରେ ପାଣି ମିଳୁ ନାହୁଁ ବୋଲି ସେମାନେ କହିଛନ୍ତି । ଜମିକୁ ପାଣି ମାଡ଼ିବା ଦୂରର କଥା, କେବଳ ଚାଷୀଙ୍କ ଆଖିରୁ ଲୁହ ଝରୁଛି। ମରୁଡ଼ିଜନିତ କ୍ଷୟକ୍ଷତିର ଶିକାର ହୋଇ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଉଛି । ଏଭଳି ସ୍ଥିତିରେ ଟିଏସି ବ୍ୟବସ୍ଥା ଯଦି ଉପଯୁକ୍ତ ଭାବେ କାର୍ଯ୍ୟକାରୀ ହେବ ଏମ୍‌ଆଇପିରେ ଜଳସେଚନ ସମସ୍ୟା ରହିବ ନାହିଁ ବୋଲି ମତ ପ୍ରକାଶ ପାଇଛି। ଏହି କମିଟିରେ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଅଧ୍ୟକ୍ଷ ରହିଥିବାବେଳେ ପ୍ଲାନିଂ ଆଣ୍ଡ ଡିଜାଇନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କୋ-ଅଧ୍ୟକ୍ଷ ଭାବେ ରହିଛନ୍ତି। ଏହାବାଦ ସଭ୍ୟ ଭାବେ ପ୍ଲାନିଂ, ଡିଜାଇନିଂ, ସର୍ଭେ ଆଣ୍ଡ ଇନଭେଷ୍ଟିଗେଶନ, ମନିଟରିଂ ପ୍ରଭୃତି ବିଭାଗର ଚିଫ୍‌ ଇଞ୍ଜିନିୟର ସଭ୍ୟ ରହିଛନ୍ତି।
ଏ ସଂକ୍ରାନ୍ତରେ ଏମ୍‌ଆଇପିର ନିର୍ବାହୀ ଯନ୍ତ୍ରୀ ଜି. ରାମକୃଷ୍ଣନ୍‌ଙ୍କୁ ପଚାରିବାରୁ ସେ କହିଛନ୍ତି, ନିର୍ଦ୍ଧାରିତ ପରିମାଣରେ ଜଳସେଚନ କରିବାକୁ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଏଥିରେ କୌଣସି ଅନିୟମିତତା ହେଉନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri