ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସଂଶୋଧନ ସଂରକ୍ଷଣ ଚିଠା

କେନ୍ଦ୍ରାପଡ଼ା ଅଫିସ, ୨୭।୧୦: ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷିତ ସଂଶୋଧନ ସ୍ଥାନ ତାଲିକା ମଙ୍ଗଳବାର ପ୍ରକାଶ ପାଇଛି। ଜିଲାପାଳ ଅମୃତ ଋତୁରାଜ କେନ୍ଦ୍ରାପଡ଼ା ଜିଲାର ୩୬୯୮ ୱାର୍ଡ ସଭ୍ୟ, ୨୪୯ ପଞ୍ଚାୟତର ସମିତି ସଭ୍ୟ ଓ ସରପଞ୍ଚ ଏବଂ ୯ଟି ବ୍ଲକ ଅଧ୍ୟକ୍ଷ ପଦର ସଂଶୋଧିତ ସଂରକ୍ଷଣ ତାଲିକା ଚିଠା ପ୍ରସ୍ତାବକୁ ମୋହର ମାରିଛନ୍ତି। ସଂଶୋଧିତ ସଂରକ୍ଷଣ ପ୍ରସ୍ତାବ ଚିଠା ଆଗତ ପରେ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ହଇଚଇ ଆରମ୍ଭ ହୋଇଯାଇଛି। ଜିଲାପାଳ ଓ ବ୍ଲକ କାର୍ଯ୍ୟାଳୟରେ ଏ ସମ୍ପର୍କରେ ଆଶାୟୀ ପ୍ରାର୍ଥୀମାନେ ସଂରକ୍ଷଣ ଚିଠାକୁ ତନଖି କରୁଥିବା ଦେଖାଯାଇଛି ା ଜିଲା ପ୍ରଶାସନ ୧୯୯୭ଠାରୁ ୨୦୧୭ ପର୍ଯ୍ୟନ୍ତ ନିରନ୍ତର ସଂରକ୍ଷଣ ନିୟମକୁ ଆଧାର କରି ଚଳିତବର୍ଷର ସଂରକ୍ଷଣ ତାଲିକାକୁ ପ୍ରସ୍ତୁତ କରିଛନ୍ତି। ତେବେ ପୂର୍ବରୁ ଜନପ୍ରତିନିଧିଙ୍କ ଏହି ପଦଗୁଡିକ ପାଇଁ ସଂରକ୍ଷଣ ୬୫% ପର୍ଯ୍ୟନ୍ତ ଲମ୍ବିଥିବା ବେଳେ ଚଳିତବର୍ଷ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ୫୦%ରେ ସୀମିତ ରହିଛି। ଜିଲାର ୯ ବ୍ଲକ ଅଧ୍ୟକ୍ଷ କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ପୂର୍ବପରି ରହିଛି। ଏଥିସହ ୱାର୍ଡ ସଭ୍ୟଙ୍କ ସଂଶୋଧିତ ତାଲିକା ବ୍ଲକ ପ୍ରଶାସନକୁ ହସ୍ତାନ୍ତର କରାଯାଇଛି। ତେବେ ସଂଶୋଧନ ତାଲିକାରେ ସମିତିସଭ୍ୟ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଛି। ମହାକାଳପଡା ବ୍ଲକ ଅଞ୍ଚଳରେ ୮ଟି ପରିବର୍ତ୍ତନ ହୋଇଥିବା ବେଳେ ଡେରାବିଶ ବ୍ଲକରେ ୬, ଗରଦପୁରରେ ୪, ପଟ୍ଟାମୁଣ୍ଡାଇରେ ୩, ରାଜକନିକାରେ ୪, ମାର୍ଶାଘାଇରେ ୭, ଆଳିରେ ୪, ରାଜନଗରର ୧୨ଟି ପଞ୍ଚାୟତ ସଂରକ୍ଷଣ ପୂର୍ବ ତାଲିକାର ସଂଶୋଧନ ହୋଇଛି। କେନ୍ଦ୍ରାପଡ଼ା ବ୍ଲକ ଅଞ୍ଚଳରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅପରପକ୍ଷରେ ସରପଞ୍ଚ ପଦବୀ ପାଇଁ ଆଳି, ଡେରାବିଶ, ରାଜନଗର ବ୍ଲକ ଅଞ୍ଚଳରେ କୌଣସି ସଂଶୋଧନ ନଜରକୁ ଆସିନାହିଁ। କେନ୍ଦ୍ରାପଡ଼ା ବ୍ଲକ ଅଞ୍ଚଳରେ ୪, ଗରଦପୁରରେ ୬, ପଟ୍ଟାମୁଣ୍ଡାଇରେ ୨, ମହାକାଳପଡାରେ ୭, ମାର୍ଶାଘାଇରେ ୧, ରାଜକନିକା ବ୍ଲକର ୨ଟି ପଞ୍ଚାୟତରେ ସଂରକ୍ଷଣ ତାଲିକାର ସଂଶୋଧନ ହୋଇଛି।

ସରପଞ୍ଚ ପ୍ରାର୍ଥୀ ପାଇଁ ସଂଶୋଧିତ ତାଲିକା

କେନ୍ଦ୍ରାପଡ଼ା ବ୍ଲକର ଇନ୍ଦୁପୁର- ପଛୁଆବର୍ଗ, କଳପଡା- ପଛୁଆବର୍ଗ ମହିଳା, କୁତରଙ୍ଗ- ପଛଆବର୍ଗ, କୋରୋ- ପଛୁଆବର୍ଗ ମହିଳା, ଗରଦପୁର ବ୍ଲକର ତିକନପୁର- ପଛୁଆବର୍ଗ, ନଡିଆବରେଇ- ଅନୁସୂଚିତ ଜାତି ମହିଳା, ବଡ଼ବେତରା- ଅନୁସୂଚିତ ଜାତି ମହିଳା, ଭଗବାନ୍‌ପୁର- ଅନୁସୂଚିତ ଜାତି, ମଧୁଶାସନ- ଅନୁସୂଚିତ ଜାତି, ରାମଚନ୍ଦ୍ରପୁର- ପଛୁଆବର୍ଗ ମହିଳା, ପଟ୍ଟାମୁଣ୍ଡାଇ ବ୍ଲକର ତରଡ଼ିପାଳ- ଅସଂରକ୍ଷିତ ମହିଳା, ବାଲିପାଟଣା- ଅସଂରକ୍ଷିତ, ମହାକାଳପଡା ଖୁରୁସିଆ- ପଛୁଆବର୍ଗ ମହିଳା, ଗଡ଼ରୋମିତ- ପଛୁଆବର୍ଗ ମହିଳା, ଟିକରପଙ୍ଗା- ପଛୁଆବର୍ଗ, ଦେଉଳପଡା- ଅନୁସୂଚିତ ଜାତି ମହିଳା, ପାଟଳିପଙ୍କ- ଅନୁସୂଚିତ ଜାତି, ମଙ୍ଗଳପୁର- ଅସଂରକ୍ଷିତ ମହିଳା, ଯଦୁପୁର- ଅସଂରକ୍ଷିତ, ମାର୍ଶାଘାଇ ବ୍ଲକ ବଛରାଇ- ଅସଂରକ୍ଷିତ, ରାଜକନିକା ବ୍ଲକ ଜାଗୁଳାଇପଡା- ପଛୁଆବର୍ଗ ମହିଳା, ହାଟସାହି- ପଛୁଆବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷଣ ପରେ ବୈତରଣୀ ବ୍ୟାରେଜର ଖୋଲାଗଲା ଦୁଇଟି ଗେଟ୍‌

ଆନନ୍ଦପୁର,୧୭।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବୈତରଣୀ ନଦୀ ବ୍ୟାରେଜର ଦୁଇଟି ଗେଟ୍‌ ସୋମବାର ମଧ୍ୟାହ୍ନରେ ଖୋଲାଯାଇ ଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଛି। ମାତ୍ର ୪...

୧୫ ଦିନ ବଢ଼ିଲା ସର୍ବକ୍ଷମା ଅବଧି

ଭୁବନେଶ୍ୱର,୫-୨(ବ୍ୟୁରୋ):ସହରାଞ୍ଚଳରେ ପ୍ଲାନ ବାହାରେ କୋଠାବାଡି ନିର୍ମାଣ କରିଥିବା କିମ୍ବା ଅନୁମୋଦନ ନ ନେଇ ଘର ତିଆରି କରିଥିବା ମାଲିକମାନେ ଆଶ୍ୱସ୍ତ ହୋଇଛନ୍ତି। ରାଜ୍ୟ ସରକାର ମଙ୍ଗଳବାର...

ଗୁଣ୍ଡିରିବାଡି, ତେନ୍ତୁଳିଆରେ ଲାଗିଲା ଟ୍ରାପ୍‌ କ୍ୟାମେରା

ଭଞ୍ଜନଗର,୭।୧୧(ଡି.ଏନ.ଏ)-ଗତମାସ ୯ ତାରିଖରେ ଜଗନ୍ନାଥପ୍ରସାଦ ରେଞ୍ଜ ଗୁଣ୍ଡିରିବାଡି ଗ୍ରାମ ନିକଟସ୍ଥ ଲଣ୍ଡେଇହିଲ୍‌ ପାହାଡ ନିକଟରୁ ଏକ ବାଘୁଣୀର ପାଦ ଚିହ୍ନ ମିଳିବାପରେ ଉକ୍ତ ଜଙ୍ଗଲରେ ବାଘ...

ୱେସ୍କୋ ଘରୋଇକରଣକୁ ବିରୋଧ

ଦେବଗଡ଼,୧୮ା୧୨ (ଡି.ଏନ୍‌.ଏ.) ୱେସ୍କୋ ଘରୋଇକରଣକୁ ବିରୋଧ କରି ଦେବଗଡ଼ ବିଦ୍ୟୁତ୍‌ ବିଭାଗର କର୍ମଚାରୀମାନେ ବିଭାଗ ମୁଖ୍ୟ କାର୍ଯ୍ୟାଳୟଠାରେ ଧାରଣା ଦେଇଥିଲେ ା ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ...

କେବିକେରେ ୧୫ରୁ ଅଧିକ ପିଲା ଥିଲେ ସ୍କୁଲ ରହିବ

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ସ୍କୁଲ୍‌ ବନ୍ଦ ପ୍ରସଙ୍ଗରେ ଶେଷରେ ବିରୋଧୀଙ୍କ ଜିଦ୍‌ ଆଗରେ ମୁଣ୍ଡ ନୁଆଁଇଛନ୍ତି ସରକାର। ସିଡ୍ୟୁଲ ଏରିଆ ତଥା ଆଦିବାସୀ ଅଞ୍ଚଳ ଭଳି ରାଜ୍ୟର କେବିକେ...

ଦଶମନ୍ତପୁର ଜିଲାପରିଷଦ ଉପନିର୍ବାଚନ : ନାମାଙ୍କନପତ୍ର ଦାଖଲ କଲେ ଦୁଇ କଂଗ୍ରେସ ପ୍ରାର୍ଥୀ

କୋରାପୁଟ,୧।୧୧(ସ୍ବ.ପ୍ର.): କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ ଦଶମନ୍ତପୁର ଜିଲାପରିଷଦ ଉପନିର୍ବାଚନ ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ। ଏଣୁ କଂଗ୍ରେସ ପକ୍ଷରୁ ଦୁଇଜଣ ପ୍ରାର୍ଥୀ ଉପଜିଲାପାଳଙ୍କ...

ରାଜ୍ୟରୁ ପୁଣି ୪ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୨।୯(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଆଉ ୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୧୫୦କୁ ବୃଦ୍ଧି ପାଇଛି। ୪ ମୃତକଙ୍କ...

ଅନ୍ତର୍ଜାତୀୟ ମହିଳା ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮।୩: ଆଜି ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ମହିଳାଙ୍କୁ ଗଭୀର ସମ୍ମାନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜିର ମହିଳା...

Advertisement
Archives

Model This Week