ଏଥର ଆକର୍ଷଣ ସାଜିବ ଅକ୍ଷରଧାମ ମନ୍ଦିର

ଭୁବନେଶ୍ୱର,୮।୯(ବ୍ୟୁରୋ): ୩୦ବର୍ଷରେ ପହଞ୍ଚତ୍ଛି ରସୁଲଗଡ଼ ଦୁର୍ଗାପୂଜା। ୧୯୯୨ରେ ୧୦ରୁ ୧୫ ହଜାର ଟଙ୍କା ମଧ୍ୟରେ ଆରମ୍ଭ ହୋଇଥିବା ପୂଜା ୨୦୧୯ରେ ସର୍ବାଧିକ ୮୦ଲକ୍ଷ ଟଙ୍କାରେ ପହଞ୍ଚତ୍ଥିଲା। ତେବେ କୋଭିଡ୍‌ ପରିସ୍ଥିତି ପାଇଁ ଆର୍ଥିକ ସ୍ଥିତି ପ୍ରଭାବିତ ହୋଇଥିବାରୁ ଚଳିତ ବର୍ଷ ପୂଜା ବଜେଟ୍‌ କମ୍‌ ରଖାଯାଇଛି। ଏଥରର ବଜେଟ ୪୦ଲକ୍ଷ ଟଙ୍କା ମଧ୍ୟରେ ସୀମିତ ରଖିବାକୁ ରସୁଲଗଡ଼ ଦୁର୍ଗାପୂଜା କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତେବେ ଚଳିତବର୍ଷ ଏଠାରେ ଦିଲ୍ଲୀ ନୋଏଡାର ପ୍ରସିଦ୍ଧ ଅକ୍ଷରଧାମ ମନ୍ଦିରର ତୋରଣ ଆକର୍ଷଣ ସାଜିବ। ୮୦ଫୁଟ୍‌ ଉଚ୍ଚ ଓ ୧୨୦ ଫୁଟ ଓସାରର ଏହି ତୋରଣ ନିର୍ମାଣରେ କୋଲକାତାର କାରିଗରମାନେ ଲାଗି ପଡିଛନ୍ତି। ତେବେ ମୂର୍ତ୍ତି ସହ ମେଢ଼ର ଉଚ୍ଚତା ୨୨ଫୁଟ ରହିବ। ସ୍ବତନ୍ତ୍ରତା ହେଲା, ସାଜସଜ୍ଜା ଓ ମୂର୍ତ୍ତିରେ ଆଇସକ୍ରିମ୍‌ କାଠି, ବିଭିନ୍ନ ଫଳର ଚୋପା, ଜାଇଫଳ, ଗୁଆ ଆଦି ଲାଗିବ। ସେହିପରି ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ପୂଜାବିଧି ସହ ପ୍ରତିଦିନ ଖେଚୁଡ଼ି, ଚରୁଅନ୍ନ ଓ ଦହି ପଖାଳ ଆଦି ଭୋଗ ଲାଗିବ। କୋଭିଡ୍‌ ଭୟ ଏ ପର୍ଯ୍ୟନ୍ତ ଯାଇ ନଥିବାରୁ କମିଟି ପକ୍ଷରୁ ମଧ୍ୟ କେତେକ ବ୍ୟବସ୍ଥା କରାଯାଇଛି। ମାସ୍କ ବଣ୍ଟନ, ସିସିଟିଭି ଓ ଭିଡ ନିୟନ୍ତ୍ରଣ ପାଇଁ ୪୦ ସ୍ବେଚ୍ଛାସେବୀ ନିୟୋଜିତ କରାଯିବ। ସ୍ବତନ୍ତ୍ର ସ୍ବାସ୍ଥ୍ୟ ଶିବିର ମଧ୍ୟ ଆୟୋଜନ କରାଯାଇଛି। ୫ଦିନ ଧରି ହେବାକୁ ଥିବା ଏହି ଉତ୍ସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି। ଏଥି ସହିତ ମୀନା ବଜାର, ଖାଦ୍ୟ ଷ୍ଟଲ ଶ୍ରଦ୍ଧାଳୁଙ୍କ ପାଇଁ ବିଶେଷ ଆକର୍ଷଣ ପାଲଟିବ।

କୋଭିଡ୍‌ ପରବର୍ତ୍ତୀ ଆର୍ଥିକ ସ୍ଥିତିରେ ବିଶେଷ ସୁଧାର ଆସିନାହିଁ। ଚାନ୍ଦା ଆଦାୟକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉନାହିଁ। ୨ବର୍ଷ ପରେ ମା’ ଦୁର୍ଗା ଧରାପୃଷ୍ଠକୁ ଅବତରଣ କରୁଥିବାରୁ ପୂଜା ପ୍ରସ୍ତୁତି ପାଖାପାଖି ୧୫ ଦିନ ହେବ ଆରମ୍ଭ ହୋଇଗଲାଣି। ସମସ୍ତଙ୍କ ସହଯୋଗରେ ପୂଜାର ଆୟୋଜନ କରାଯାଉଛି। ମା’ଙ୍କ ଆଶିଷରେ ସବୁ କିଛି ଠିକ୍‌ ଭାବରେ ହୋଇଯିବା ଆଶା ରହିଛି।
-ମଳୟ କୁମାର ରାଉତରାୟ, ସଭାପତି


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri