ଏଥର କମିପାରେ ଯୁକ୍ତ୨ କଟ୍‌ ଅଫ୍‌ ମାର୍କ

ଭୁବନେଶ୍ୱର,୨୯ା୫(ବ୍ୟୁରୋ): ମେ’ ୨୯ ସୋମବାର ପୂର୍ବାହ୍ନ ୧୧ଟାରୁ ଯୁକ୍ତ୨ ନାମଲେଖା ପାଇଁ ଆବେଦନ ଆରମ୍ଭ ହେଉଛି। ଛାତ୍ରୀଛାତ୍ର ମନ ପସନ୍ଦର କଲେଜରେ ନାମ ଲେଖାଇବା ପାଇଁ ସାମ୍‌ସ ପୋର୍ଟାଲ ମାଧ୍ୟମରେ କମନ ଆପ୍ଲିକେଶନ ଫର୍ମ ପୂରଣ କରିବାକୁ ପଡ଼ିବ। www.samsodisha.gov.inରେ ଲଗ୍‌ ଇନ୍‌ କରି ଜୁନ୍‌ ୨୦ ମଧ୍ୟରେ ଆବେଦନ କରିହେବ। ଜୁନ୍‌ ୨୮ରେ ପ୍ରଥମ ସିଲେକ୍ସନ ତାଲିକା ପ୍ରକାଶ ପାଇବ। ତାଲିକାରେ ନାମ ଥିବା ଆବେଦନକାରୀ ଜୁନ୍‌ ୨୯ରୁ ଜୁଲାଇ ୭ ମଧ୍ୟରେ ନାମ ଲେଖାଇପାରିବେ। ଜୁଲାଇ ୧୩ରେ ଦ୍ୱିତୀୟ ସିଲେକ୍ସନ ତାଲିକା ପ୍ରକାଶ ପାଇବ। ଜୁଲାଇ ୧୪ରୁ ୧୭ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ। ଜୁଲାଇ ୧୯ରୁ ୨୧ ମଧ୍ୟରେ ସ୍ପଟ୍‌ ଆଡ୍‌ମିଶନ ପ୍ରକ୍ରିୟା ଚାଲୁରହିବ। ଜୁଲାଇ ୨୬ ଓ ୨୭ର ସ୍ପଟ୍‌ ସିଲେକ୍ସନ୍‌ ତାଲିକା ପ୍ରକାଶ ପାଇବା ସହ ୨୭ରେ ନାମଲେଖା ଯିବ। ଜୁଲାଇ ୨୯ରୁ ପିଲାଙ୍କ ପାଠପଢ଼ା ଆରମ୍ଭ ହେବ।

ଚଳିତବର୍ଷ ମାଟ୍ରିକ ପାସ୍‌ ହାର ୯୬.୪୦ ପ୍ରତିଶତ ରହିଛି। ମାତ୍ର ମେଧାବୀଙ୍କ ସଂଖ୍ୟା କମିଛି। ପୂର୍ବବର୍ଷ ୮,୧୧୯ଜଣ ଏ-୧ ଗ୍ରେଡ୍‌ (୫୪୦-୬୦୦ ମାର୍କ) ପାଇଥିବାବେଳେ ଚଳିତବର୍ଷ ମାତ୍ର ୪୧୫୮ ଜଣ ଏ-୧ରେ ରହିଛନ୍ତି। ସେହିପରି ପୂର୍ବବର୍ଷ ୫୪, ୮୮୯ଜଣ ଏ-୨ ଗ୍ରେଡ୍‌ (୪୮୦-୫୩୯ ମାର୍କ)ରେ ରହିଥିବାବେଳେ ଏବର୍ଷ ୨୯ ହଜାର ୮୩୮ଜଣ ପାଇଛନ୍ତି। ଅନ୍ୟପଟେ ଏବର୍ଷ ସର୍ବାଧିକ ୭୭ ହଜାର ୫୬୭ଜଣ ବି-୧ (୪୨୦-୪୭୯ମାର୍କ) ଓ ୧ଲକ୍ଷ ୧୮ହଜାର ୭୫୦ଜଣ ବି-୨ ଗ୍ରେଡ୍‌ (୩୬୦-୪୧୯ମାର୍କ)ରେ ପାସ୍‌ ହୋଇଛନ୍ତି। ପ୍ରତିବର୍ଷ ରାଜ୍ୟର ଅଧିକାଂଶ ମେଧାବୀ ଛାତ୍ରୀଛାତ୍ର ରାଜ୍ୟର ପ୍ରମୁଖ କଲେଜରେ ଯୁକ୍ତ୨ ନାମ ଲେଖାଇବାକୁ ଆଗ୍ରହ ପ୍ରକାଶ କରିଥା’ନ୍ତି । ମାତ୍ର ଚଳିତବର୍ଷ ମେଧାବୀଙ୍କ ସଂଖ୍ୟା କମିଥିବାରୁ ରାଜଧାନୀର ବିଭିନ୍ନ କଲେଜର କଟ୍‌ ଅଫ୍‌ ମାର୍କ କମିବା ନେଇ ଆଶଙ୍କା କରାଯାଉଛି। ଅନ୍ୟପକ୍ଷରେ କେବଳ ଯୁକ୍ତ୨ ନୁହେଁ, ଧନ୍ଦାମୂଳକ ପାଠ୍ୟକ୍ରମରେ ନାମ ଲେଖାଇ ପିଲାମାନେ ଭବିଷ୍ୟତ ଗଢ଼ିପାରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହିତ କରାଯାଉଛି। ତେଣୁ ଚଳିତବର୍ଷ ଅଧିକ ଛାତ୍ରୀଛାତ୍ର ମାଟ୍ରିକ ପାସ୍‌ କରିଥିବାରୁ ଧନ୍ଦାମୂଳକ ଶିକ୍ଷା ସେମାନଙ୍କ ପାଇଁ ସୁଯୋଗ ଆଣିବ ବୋଲି ଶିକ୍ଷାବିତ୍‌ମାନେ ମତ ପ୍ରକାଶ କରିଛନ୍ତି।

 

ଏ-୧ ଗ୍ରେଡ୍‌ରେ ପାସ୍‌ ହାର କମିଥିବାରୁ ବିଶେଷକରି ବିଜେବି, ରମାଦେବୀ, ଫକୀର ମୋହନ କଲେଜରେ ଏହାର ପ୍ରଭାବ ନିଶ୍ଚୟ ଦେଖିବାକୁ ମିଳିବ। ଏହି ଗ୍ରେଡ୍‌ ରଖିଥିବା ପିଲାମାନେ ସାଧାରଣତଃ ବିଜ୍ଞାନରେ ନାମ ଲେଖାଇବାକୁ ଚାହାନ୍ତି। ତେଣୁ ବିଜ୍ଞାନର କଟ୍‌ଅଫ୍‌ ମାର୍କ ଗତବର୍ଷ ତୁଳନାରେ କମିପାରେ। ମାତ୍ର କଳା କିମ୍ବା ବାଣିଜ୍ୟରେ ସେପରି ବିଶେଷ ପ୍ରଭାବ ପଡ଼ିବ ନାହିଁ। ଯେହେତୁ ବିଜେବି ରାଜ୍ୟର ପ୍ରମୁଖ କଲେଜଗୁଡ଼ିକ ମଧ୍ୟରୁ ଗୋଟିଏ, ତେଣୁ ସିଟ୍‌ ଅନୁସାରେ ଏଠାରେ ଅଧିକ ପିଲା ନାମ ଲେଖାଇବାକୁ ଚାହିଁବେ।
-ରଞ୍ଜନ ବଳ, ଅଧ୍ୟକ୍ଷ,
ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ।
ରାଜ୍ୟର ଅଧିକାଂଶ ପିଲା ଫକୀର ମୋହନ କଲେଜରେ ପାଠପଢ଼ିବାକୁ ସ୍ବପ୍ନ ଦେଖନ୍ତି। ଯଦିଓ ଏ-୧ ଓ ଏ-୨ ଗ୍ରେଡ୍‌ ରଖିଥିବା ପିଲାଙ୍କ ସଂଖ୍ୟା ପୂର୍ବବର୍ଷଠାରୁ କମ୍‌ ରହିଛି। ମାତ୍ର ସିଟ୍‌ ସେପରି ଅଧିକ ନ ଥିବାରୁ ଏହାର ସେପରି ପ୍ରଭାବ କଟ୍‌ ଅଫ୍‌ ମାର୍କ ଉପରେ ରହିବ ନାହିଁ। କଟ୍‌ ଅଫ୍‌ ମାର୍କରେ କିଞ୍ଚତ୍ତ୍‌ କମ୍‌ ବେଶି ହୋଇପାରେ। କାରଣ ପ୍ରତିବର୍ଷ କିଛି କିଛି ଛାତ୍ରୀଛାତ୍ର ଗୋଟିଏ ପ୍ରତିଶତରୁ ମଧ୍ୟ କମ୍‌ ବ୍ୟବଧାନ କାରଣରୁ ନାମ ଲେଖାଇପାରି ନ ଥା’ନ୍ତି।
– ପ୍ରଦୀପ କୁମାର ରଣା, ଅଧ୍ୟକ୍ଷ,
ଫକୀର ମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ।
ଯେପର୍ଯ୍ୟନ୍ତ ପିଲାମାନେ ଆବେଦନ କରିନାହାନ୍ତି ସେପରି କିଛି ଠିକ୍‌ ତଥ୍ୟ ଦେଇହେବ ନାହିଁ। ମାତ୍ର ଗତବର୍ଷ ତୁଳନାରେ କଟ୍‌ ଅଫ୍‌ ମାର୍କ କମିବାର ଆଶଙ୍କା ନିଶ୍ଚିତ ରହିଛି। କିନ୍ତୁ ସିବିଏସ୍‌ଇ ଓ ଆଇସିଏସଇ ପିଲାମାନେ ମଧ୍ୟ ଯୁକ୍ତ୨ ପାଇଁ ଆବେଦନ କରିବେ। ଯଦି ସେମାନଙ୍କ ସଂଖ୍ୟା ଅଧିକ ହୁଏ ତେବେ ପୂର୍ବବର୍ଷ କଟ୍‌ଅଫ୍‌ ମାର୍କରେ ସେପରି ବଡ ପରିବର୍ତ୍ତନ କିଛି ହେବ ନାହିଁ। କେତେକ ପିଲା ବିଜ୍ଞାନରେ ସିଟ୍‌ ନ ପାଇ କଳା ବା ବାଣିଜ୍ୟରେ ନାମ ଲେଖାନ୍ତି। ଯଦି କଟ୍‌ ଅଫ୍‌ ମାର୍କ ସାମାନ୍ୟ ଖସେ ତେବେ ସେଇଭଳି ପିଲାମାନେ ନାମ ଲେଖାଇବାର ସୁଯୋଗ ପାଇବେ।
– ଆରତୀ ତ୍ରିପାଠୀ, ଅଧ୍ୟକ୍ଷା,
ରେଭେନ୍‌ଶା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ।
ମାଟ୍ରିକ ରେଜଲ୍ଟକୁ ଦେଖିଲେ କଟ୍‌ଅଫ୍‌ ମାର୍କରେ କିଛିଟା ଖସିଯାଇପାରେ। ମାତ୍ର ଏଥିରେ ଛାତ୍ରୀଛାତ୍ର ପ୍ରଭାବିତ ହେବେ ନାହିଁ ବା କଲେଜର ମାନ କମିବ ନାହିଁ। ଗତବର୍ଷର ମୂଲ୍ୟାୟନ ପ୍ରକ୍ରିୟା ଭିନ୍ନ ଥିଲା, ଚଳିତବର୍ଷ ଭିନ୍ନ ରହିଛି। ତେଣୁ ଯଦିଓ କଟ୍‌ ଅଫ୍‌ ମାର୍କ ଖସିବାର ଆଶଙ୍କା ରହିଛି କିନ୍ତୁ ଚଳିତବର୍ଷ ପାସ୍‌ କରିଥିବା ମେଧାବୀ ଛାତ୍ରୀମାନେ ନିଶ୍ଚିତ ଭାବେ ରମାଦେବୀ କଲେଜକୁ ପ୍ରଥମେ ବାଛିବେ। ସେମାନଙ୍କୁ ଉନ୍ନତମାନ ଶିକ୍ଷାଦେବା କଲେଜର ଲକ୍ଷ୍ୟ।
-ଊର୍ମିଳା ଦାସ, ଅଧ୍ୟକ୍ଷା,
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri