ଏଥର କମିପାରେ ଯୁକ୍ତ୨ କଟ୍‌ ଅଫ୍‌ ମାର୍କ

ଭୁବନେଶ୍ୱର,୨୯ା୫(ବ୍ୟୁରୋ): ମେ’ ୨୯ ସୋମବାର ପୂର୍ବାହ୍ନ ୧୧ଟାରୁ ଯୁକ୍ତ୨ ନାମଲେଖା ପାଇଁ ଆବେଦନ ଆରମ୍ଭ ହେଉଛି। ଛାତ୍ରୀଛାତ୍ର ମନ ପସନ୍ଦର କଲେଜରେ ନାମ ଲେଖାଇବା ପାଇଁ ସାମ୍‌ସ ପୋର୍ଟାଲ ମାଧ୍ୟମରେ କମନ ଆପ୍ଲିକେଶନ ଫର୍ମ ପୂରଣ କରିବାକୁ ପଡ଼ିବ। www.samsodisha.gov.inରେ ଲଗ୍‌ ଇନ୍‌ କରି ଜୁନ୍‌ ୨୦ ମଧ୍ୟରେ ଆବେଦନ କରିହେବ। ଜୁନ୍‌ ୨୮ରେ ପ୍ରଥମ ସିଲେକ୍ସନ ତାଲିକା ପ୍ରକାଶ ପାଇବ। ତାଲିକାରେ ନାମ ଥିବା ଆବେଦନକାରୀ ଜୁନ୍‌ ୨୯ରୁ ଜୁଲାଇ ୭ ମଧ୍ୟରେ ନାମ ଲେଖାଇପାରିବେ। ଜୁଲାଇ ୧୩ରେ ଦ୍ୱିତୀୟ ସିଲେକ୍ସନ ତାଲିକା ପ୍ରକାଶ ପାଇବ। ଜୁଲାଇ ୧୪ରୁ ୧୭ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ। ଜୁଲାଇ ୧୯ରୁ ୨୧ ମଧ୍ୟରେ ସ୍ପଟ୍‌ ଆଡ୍‌ମିଶନ ପ୍ରକ୍ରିୟା ଚାଲୁରହିବ। ଜୁଲାଇ ୨୬ ଓ ୨୭ର ସ୍ପଟ୍‌ ସିଲେକ୍ସନ୍‌ ତାଲିକା ପ୍ରକାଶ ପାଇବା ସହ ୨୭ରେ ନାମଲେଖା ଯିବ। ଜୁଲାଇ ୨୯ରୁ ପିଲାଙ୍କ ପାଠପଢ଼ା ଆରମ୍ଭ ହେବ।

ଚଳିତବର୍ଷ ମାଟ୍ରିକ ପାସ୍‌ ହାର ୯୬.୪୦ ପ୍ରତିଶତ ରହିଛି। ମାତ୍ର ମେଧାବୀଙ୍କ ସଂଖ୍ୟା କମିଛି। ପୂର୍ବବର୍ଷ ୮,୧୧୯ଜଣ ଏ-୧ ଗ୍ରେଡ୍‌ (୫୪୦-୬୦୦ ମାର୍କ) ପାଇଥିବାବେଳେ ଚଳିତବର୍ଷ ମାତ୍ର ୪୧୫୮ ଜଣ ଏ-୧ରେ ରହିଛନ୍ତି। ସେହିପରି ପୂର୍ବବର୍ଷ ୫୪, ୮୮୯ଜଣ ଏ-୨ ଗ୍ରେଡ୍‌ (୪୮୦-୫୩୯ ମାର୍କ)ରେ ରହିଥିବାବେଳେ ଏବର୍ଷ ୨୯ ହଜାର ୮୩୮ଜଣ ପାଇଛନ୍ତି। ଅନ୍ୟପଟେ ଏବର୍ଷ ସର୍ବାଧିକ ୭୭ ହଜାର ୫୬୭ଜଣ ବି-୧ (୪୨୦-୪୭୯ମାର୍କ) ଓ ୧ଲକ୍ଷ ୧୮ହଜାର ୭୫୦ଜଣ ବି-୨ ଗ୍ରେଡ୍‌ (୩୬୦-୪୧୯ମାର୍କ)ରେ ପାସ୍‌ ହୋଇଛନ୍ତି। ପ୍ରତିବର୍ଷ ରାଜ୍ୟର ଅଧିକାଂଶ ମେଧାବୀ ଛାତ୍ରୀଛାତ୍ର ରାଜ୍ୟର ପ୍ରମୁଖ କଲେଜରେ ଯୁକ୍ତ୨ ନାମ ଲେଖାଇବାକୁ ଆଗ୍ରହ ପ୍ରକାଶ କରିଥା’ନ୍ତି । ମାତ୍ର ଚଳିତବର୍ଷ ମେଧାବୀଙ୍କ ସଂଖ୍ୟା କମିଥିବାରୁ ରାଜଧାନୀର ବିଭିନ୍ନ କଲେଜର କଟ୍‌ ଅଫ୍‌ ମାର୍କ କମିବା ନେଇ ଆଶଙ୍କା କରାଯାଉଛି। ଅନ୍ୟପକ୍ଷରେ କେବଳ ଯୁକ୍ତ୨ ନୁହେଁ, ଧନ୍ଦାମୂଳକ ପାଠ୍ୟକ୍ରମରେ ନାମ ଲେଖାଇ ପିଲାମାନେ ଭବିଷ୍ୟତ ଗଢ଼ିପାରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହିତ କରାଯାଉଛି। ତେଣୁ ଚଳିତବର୍ଷ ଅଧିକ ଛାତ୍ରୀଛାତ୍ର ମାଟ୍ରିକ ପାସ୍‌ କରିଥିବାରୁ ଧନ୍ଦାମୂଳକ ଶିକ୍ଷା ସେମାନଙ୍କ ପାଇଁ ସୁଯୋଗ ଆଣିବ ବୋଲି ଶିକ୍ଷାବିତ୍‌ମାନେ ମତ ପ୍ରକାଶ କରିଛନ୍ତି।

 

ଏ-୧ ଗ୍ରେଡ୍‌ରେ ପାସ୍‌ ହାର କମିଥିବାରୁ ବିଶେଷକରି ବିଜେବି, ରମାଦେବୀ, ଫକୀର ମୋହନ କଲେଜରେ ଏହାର ପ୍ରଭାବ ନିଶ୍ଚୟ ଦେଖିବାକୁ ମିଳିବ। ଏହି ଗ୍ରେଡ୍‌ ରଖିଥିବା ପିଲାମାନେ ସାଧାରଣତଃ ବିଜ୍ଞାନରେ ନାମ ଲେଖାଇବାକୁ ଚାହାନ୍ତି। ତେଣୁ ବିଜ୍ଞାନର କଟ୍‌ଅଫ୍‌ ମାର୍କ ଗତବର୍ଷ ତୁଳନାରେ କମିପାରେ। ମାତ୍ର କଳା କିମ୍ବା ବାଣିଜ୍ୟରେ ସେପରି ବିଶେଷ ପ୍ରଭାବ ପଡ଼ିବ ନାହିଁ। ଯେହେତୁ ବିଜେବି ରାଜ୍ୟର ପ୍ରମୁଖ କଲେଜଗୁଡ଼ିକ ମଧ୍ୟରୁ ଗୋଟିଏ, ତେଣୁ ସିଟ୍‌ ଅନୁସାରେ ଏଠାରେ ଅଧିକ ପିଲା ନାମ ଲେଖାଇବାକୁ ଚାହିଁବେ।
-ରଞ୍ଜନ ବଳ, ଅଧ୍ୟକ୍ଷ,
ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ।
ରାଜ୍ୟର ଅଧିକାଂଶ ପିଲା ଫକୀର ମୋହନ କଲେଜରେ ପାଠପଢ଼ିବାକୁ ସ୍ବପ୍ନ ଦେଖନ୍ତି। ଯଦିଓ ଏ-୧ ଓ ଏ-୨ ଗ୍ରେଡ୍‌ ରଖିଥିବା ପିଲାଙ୍କ ସଂଖ୍ୟା ପୂର୍ବବର୍ଷଠାରୁ କମ୍‌ ରହିଛି। ମାତ୍ର ସିଟ୍‌ ସେପରି ଅଧିକ ନ ଥିବାରୁ ଏହାର ସେପରି ପ୍ରଭାବ କଟ୍‌ ଅଫ୍‌ ମାର୍କ ଉପରେ ରହିବ ନାହିଁ। କଟ୍‌ ଅଫ୍‌ ମାର୍କରେ କିଞ୍ଚତ୍ତ୍‌ କମ୍‌ ବେଶି ହୋଇପାରେ। କାରଣ ପ୍ରତିବର୍ଷ କିଛି କିଛି ଛାତ୍ରୀଛାତ୍ର ଗୋଟିଏ ପ୍ରତିଶତରୁ ମଧ୍ୟ କମ୍‌ ବ୍ୟବଧାନ କାରଣରୁ ନାମ ଲେଖାଇପାରି ନ ଥା’ନ୍ତି।
– ପ୍ରଦୀପ କୁମାର ରଣା, ଅଧ୍ୟକ୍ଷ,
ଫକୀର ମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ।
ଯେପର୍ଯ୍ୟନ୍ତ ପିଲାମାନେ ଆବେଦନ କରିନାହାନ୍ତି ସେପରି କିଛି ଠିକ୍‌ ତଥ୍ୟ ଦେଇହେବ ନାହିଁ। ମାତ୍ର ଗତବର୍ଷ ତୁଳନାରେ କଟ୍‌ ଅଫ୍‌ ମାର୍କ କମିବାର ଆଶଙ୍କା ନିଶ୍ଚିତ ରହିଛି। କିନ୍ତୁ ସିବିଏସ୍‌ଇ ଓ ଆଇସିଏସଇ ପିଲାମାନେ ମଧ୍ୟ ଯୁକ୍ତ୨ ପାଇଁ ଆବେଦନ କରିବେ। ଯଦି ସେମାନଙ୍କ ସଂଖ୍ୟା ଅଧିକ ହୁଏ ତେବେ ପୂର୍ବବର୍ଷ କଟ୍‌ଅଫ୍‌ ମାର୍କରେ ସେପରି ବଡ ପରିବର୍ତ୍ତନ କିଛି ହେବ ନାହିଁ। କେତେକ ପିଲା ବିଜ୍ଞାନରେ ସିଟ୍‌ ନ ପାଇ କଳା ବା ବାଣିଜ୍ୟରେ ନାମ ଲେଖାନ୍ତି। ଯଦି କଟ୍‌ ଅଫ୍‌ ମାର୍କ ସାମାନ୍ୟ ଖସେ ତେବେ ସେଇଭଳି ପିଲାମାନେ ନାମ ଲେଖାଇବାର ସୁଯୋଗ ପାଇବେ।
– ଆରତୀ ତ୍ରିପାଠୀ, ଅଧ୍ୟକ୍ଷା,
ରେଭେନ୍‌ଶା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ।
ମାଟ୍ରିକ ରେଜଲ୍ଟକୁ ଦେଖିଲେ କଟ୍‌ଅଫ୍‌ ମାର୍କରେ କିଛିଟା ଖସିଯାଇପାରେ। ମାତ୍ର ଏଥିରେ ଛାତ୍ରୀଛାତ୍ର ପ୍ରଭାବିତ ହେବେ ନାହିଁ ବା କଲେଜର ମାନ କମିବ ନାହିଁ। ଗତବର୍ଷର ମୂଲ୍ୟାୟନ ପ୍ରକ୍ରିୟା ଭିନ୍ନ ଥିଲା, ଚଳିତବର୍ଷ ଭିନ୍ନ ରହିଛି। ତେଣୁ ଯଦିଓ କଟ୍‌ ଅଫ୍‌ ମାର୍କ ଖସିବାର ଆଶଙ୍କା ରହିଛି କିନ୍ତୁ ଚଳିତବର୍ଷ ପାସ୍‌ କରିଥିବା ମେଧାବୀ ଛାତ୍ରୀମାନେ ନିଶ୍ଚିତ ଭାବେ ରମାଦେବୀ କଲେଜକୁ ପ୍ରଥମେ ବାଛିବେ। ସେମାନଙ୍କୁ ଉନ୍ନତମାନ ଶିକ୍ଷାଦେବା କଲେଜର ଲକ୍ଷ୍ୟ।
-ଊର୍ମିଳା ଦାସ, ଅଧ୍ୟକ୍ଷା,
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri