ଏଥର ସଡ଼କ ସୁରକ୍ଷା ଆଇନ ଉଲ୍ଲଂଘନ କଲେ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ

ଭୁବନେଶ୍ୱର,୨୫।୮(ବ୍ୟୁରୋ): ଏଥର ସଡ଼କ ସୁରକ୍ଷା ଆଇନ ଉଲ୍ଲଂଘନ କଲେ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ। ଏ ନେଇ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଟ୍ରାନ୍ସପୋର୍ଟ କମିଶନର ଚିଠି ଲେଖିଛନ୍ତି। ସୁପ୍ରିମକୋର୍ଟ କମିଟିର ନିର୍ଦ୍ଦେଶ ଲାଗୁ କରିବାକୁ ଚିଠିରେ ଲେଖାଯାଇଛି। ୩ ମାସ ଯାଏଁ ଅସ୍ଥାୟୀ ଭାବେ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବ। ପ୍ରଥମ ଥର ଉଲ୍ଲଂଘନ ହେଲେ ମଧ୍ୟ ୩ ମାସ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ। ଧାର୍ଯ୍ୟ ନିୟମଠାରୁ ଅଧିକ ବେଗରେ ଗାଡ଼ି ଚଳାଇଲେ ଲାଇସେନ୍ସ ରଦ୍ଦ ହେବ। ଓଭରଲୋଡ କିମ୍ବା ମଦ୍ୟପାନ କରି ଗାଡ଼ି ଚାଳନା କଲେ ଲାଇସେନ୍ସ ରଦ୍ଦ ହେବ। ଗାଡ଼ି ଚଳାଇବା ବେଳେ ହେଲମେଟ ପିନ୍ଧି ନ ଥିଲେ, ମୋବାଇଲ ବ୍ୟବହାର କରୁଥିଲେ, ରେଡ ଲାଇଟ ଉଲ୍ଲଙ୍ଘନ, ରଙ୍ଗ ରୁଟ୍‌ରେ ଡ୍ରାଇଭ କଲେ ଲାଇସେନ୍ସ ରଦ୍ଦ ହେବ। ଆଇନ ଉଲ୍ଲଂଘନ କ୍ଷେତ୍ରରେ ତୁରନ୍ତ କାର୍ଯ୍ୟାଷ୍ଠାନ ପାଇଁ ଚିଠିରେ ନିର୍ଦ୍ଦେଶ ରହିଛି।