ଏଥର କଠିନ ପରିଶ୍ରମ

Dillip Cherian

ମୋଦି ସରକାରରେ ପ୍ରଥମ ଥର ମନ୍ତ୍ରୀ ହୋଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ଦାୟିତ୍ୱ ସମ୍ଭାଳୁଥିବା ଅଶ୍ୱିନୀ ବୈଷ୍ଣବଙ୍କୁ କ୍ୟାବିନେଟ୍‌ର ସବୁଠୁ ବ୍ୟସ୍ତ ବ୍ୟକ୍ତି ବୋଲି କୁହାଯିବ। ରେଳମନ୍ତ୍ରୀ ଭାବେ ଅଶ୍ୱିନୀ ଏବେ ଅଧିକାରୀମାନଙ୍କୁ ସଂଗଠିତ କରି ତାଙ୍କ ଅନୁସାରେ କାର୍ଯ୍ୟ କରାଇବାକୁ ନିଷ୍ପତ୍ତି ନେଇଛନ୍ତି। ସେ ମନ୍ତ୍ରଣାଳୟରେ ଦୁଇଟି ଶିଫ୍ଟରେ ୧୮ ଘଣ୍ଟାର କାର୍ଯ୍ୟନିର୍ଘଣ୍ଟ ଆରମ୍ଭ କରିଛନ୍ତି। ଓଡ଼ିଶା କ୍ୟାଡର୍‌ର ଆଇଏଏସ୍‌ ଅଧିକାରୀ ଅଶ୍ୱିନୀ ଚାକିରି ଛାଡିବା ପରେ କର୍ପୋରେଟ ସେକ୍ଟରରେ ଦୁଇବର୍ଷର ସ୍ବଳ୍ପ କାର୍ଯ୍ୟକାଳ କଟାଇଥିଲେ। ଏବେ ସେ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି। ମନ୍ତ୍ରଣାଳୟର ପ୍ରଥମ ଶିଫ୍ଟ ସକାଳ ୭ରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏ ଓ ଦ୍ୱିତୀୟ ଶିଫ୍ଟ ଅପରାହ୍ନ ୩ଟାରେ ଆରମ୍ଭ ହୋଇ ମଧ୍ୟରାତ୍ର ପର୍ଯ୍ୟନ୍ତ ଚାଲିବ। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଦୈନିକ ୧୮ ଘଣ୍ଟା କାମ କରନ୍ତି ବୋଲି ଲୋକମାନଙ୍କୁ ବାରମ୍ବାର କହିଆସୁଛନ୍ତି। ଏଣୁ ଅଶ୍ୱିନୀଙ୍କ ଏହି ପଦକ୍ଷେପ ମୋଦିଙ୍କୁ ଖୁସି କରିବା ଲାଗି ଉଦ୍ଦିଷ୍ଟ ବୋଲି କୁହାଯାଉଛି। ଦିଲ୍ଲୀକା ବାବୁକୁ ଏକ ସୂତ୍ରରୁ କୁହାଯାଇଛି ଯେ, ଏହି ନିର୍ଦ୍ଦେଶ ରେଳ ମନ୍ତ୍ରଣାଳୟର ଯୁଗ୍ମ ମହା ନିର୍ଦ୍ଦେଶକ ପିଆର୍‌ ଡି.ଜେ.ନରେନଙ୍କ ଦ୍ୱାରା ଜାରି କରାଯାଇଛି। ଏହି ନିର୍ଦ୍ଦେଶ କେବଳ ମନ୍ତ୍ରଣାଳୟ ସେଲ୍‌ର ଅଧିକାରୀ ଏବଂ କର୍ମଚାରୀ କିମ୍ବା ମନ୍ତ୍ରଣାଳୟର ଅଫିସ ଲାଗି ଉଦ୍ଦିଷ୍ଟ। କିନ୍ତୁ ଏହା ଖୁବ୍‌ ଶୀଘ୍ର ମନ୍ତ୍ରଣାଳୟର ଅନ୍ୟ ବିଭାଗଗୁଡ଼ିକୁ ସମ୍ପ୍ରସାରିତ ହୋଇପାରେ ବୋଲି ରେଳ ବାବୁମାନଙ୍କର ଚିନ୍ତା ବଢିଯାଇଛି। ମୋଦି ସରକାରର ସବୁ ଆଡ଼େ ବୈଷ୍ଣବଙ୍କ ଏହି ଅଭିଯାନ ହଇଚଇ ସୃଷ୍ଟି କରିଛି। ତାଙ୍କ ନୂଆ ଶାସନ ସଂସ୍କୃତି ଅନ୍ୟ ମନ୍ତ୍ରଣାଳୟଗୁଡ଼ିକ ଗ୍ରହଣ କରିପାରନ୍ତି ବୋଲି ମନେ କରାଯାଉଛି। ବୈଷ୍ଣବ ଇଲେକଟ୍ରୋନିକ ଓ ସୂଚନାପ୍ରଯୁକ୍ତି ମନ୍ତ୍ରଣାଳୟର ନେତୃତ୍ୱ ନେଉଥିବାରୁ ସେଠାରେ ମଧ୍ୟ ଏମିତି କିଛି ଘଟିବାର ସମ୍ଭାବନା ଦେଖାଦେଇଛି। ଏଭଳି କାର୍ଯ୍ୟଧାରା ସଂସ୍କୃତିକୁ ଆପଣାଇବା ଲାଗି ବାଣିଜ୍ୟ ମନ୍ତ୍ରଣାଳୟ କହିଛି। ବୈଷ୍ଣବ ତାଙ୍କ ଉପସ୍ଥିତିକୁ ଜଣାଇବା ଲାଗି ଏହା ଏକ ପ୍ରୟାସ ନା ଏହାକୁ ନୂଆ କାର୍ଯ୍ୟ ସଂସ୍କୃତି ଭାବେ ଆରମ୍ଭ କରିବାକୁ ଯାଉଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠୁଛି। ତେବେ ସବୁ ମନ୍ତ୍ରଣାଳୟ ବାବୁମାନେ କିଛି ଘଟିବ ବୋଲି ଆଶା କରୁଛନ୍ତି।
ନାଁରେ କ’ଣ ଅଛି
କେନ୍ଦ୍ର ସରକାର ନୂଆ କରି ସହଯୋଗ ମନ୍ତ୍ରଣାଳୟ ପ୍ରତିଷ୍ଠା କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ଏହା କାର୍ଯ୍ୟ କରିବ ବୋଲି ଘୋଷଣା କରାଯାଇଛି। ଏହାକୁ ନେଇ ଗୋଟିଏ ଗୋଷ୍ଠୀର ବାବୁ କ୍ୟାବିନେଟରେ ସବୁଠୁ କ୍ଷମତାଶାଳୀ ମନ୍ତ୍ରଣାଳୟରେ କାର୍ଯ୍ୟ କରିବାର ସୁଯୋଗ ପାଇବେ ବୋଲି ଭାରି ଖୁସି ଥିବା ଜଣାପଡୁଛନ୍ତି। ଏବେ କୃଷି ମନ୍ତ୍ରଣାଳୟରୁ ଅନୌପଚାରିକ ଭାବେ ଜଣେ ସଚିବଙ୍କୁ ଅଣାଯିବ ଯାହା ସଚିବଙ୍କ ପଦାନୁକ୍ରମ ପ୍ରୋଟୋକଲ ସୂଚୀ ବାହାରର ବିଷୟ । କୃଷି ସଚିବ ସଞ୍ଜୟ ଅଗ୍ରଓ୍ବାଲା ମଧ୍ୟବର୍ତ୍ତିକାଳୀନ ସଚିବ ଭାବେ କାର୍ଯ୍ୟ କରିବାର ସମ୍ଭାବନା ରହିଛି। କିନ୍ତୁ ଶେଷରେ ଯାହା ହେଲେ ବି ଶାହା ମନ୍ତ୍ରଣାଳୟ ଚଳାଇବାକୁ ଆଉ ଜଣେ ସୁପର ବାବୁଙ୍କୁ ଆଣିବେ। ଶାହାଙ୍କୁ ଉଚ୍ଚକୋଟୀର ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଥିବାରୁ ନୂଆ ସହଯୋଗ ମନ୍ତ୍ରଣାଳୟର ବୈଠକଗୁଡ଼ିକ ସ୍ବରାଷ୍ଟ୍ର ମନ୍ତ୍ରଣାଳୟରେ ହେବାର ବହୁ ସମ୍ଭାବନା ରହିଛି। କେନ୍ଦ୍ର କହିଛି , ଦେଶରେ କୋଅପରେଟିଭ ଅଭିଯାନକୁ ମଜଭୁତ କରିବା ପାଇଁ ଏହି ନୂଆ ମନ୍ତ୍ରଣାଳୟ ଏକ ଭିନ୍ନ ପ୍ରଶାସନିକ, ନ୍ୟାୟିକ ଓ ନୀତଗତ ଢାଞ୍ଚା ଯୋଗାଇଦେବ। ଏଥିପାଇଁ ଅଧିକ ଲୋକବଳ ଦରକାର ଏବଂ ଏକ ନୂଆ ମନ୍ତ୍ରଣାଳୟ ଭାବେ ଏହା ଅଧିତ୍କ ଅମଲାତନ୍ତ୍ରୀ ଆବଶ୍ୟକ କରିବ। ଅର୍ଥାତ୍‌ ବାବୁମାନଙ୍କ ପାଇଁ ଚାକିରି ବା ନିଯୁକ୍ତିର ପଥ ଖୋଲିଯିବ। ସରକାରଙ୍କ ଦୋଷତ୍ରୁଟିକୁ ସମାଲୋଚନା କରୁଥିବା ବ୍ୟକ୍ତିମାନେ ମନ୍ତ୍ରଣାଳୟର ନାଁ ଉପରେ ଏବେ ପ୍ରଶ୍ନ ଉଠାଇଛନ୍ତି। ସେମାନେ କହିଛନ୍ତି, ଲୋକଙ୍କୁ ଭୁଆଁ ବୁଲାଇବା ଲାଗି ଏହା କରାଯାଇଛି ଓ ଦାବି କରିଛନ୍ତି,ଏହାର ନାଁ ମିନଷ୍ଟ୍ରି ଅଫ୍‌ କୋଅପରେଟିଭସ୍‌ ହେବା ଉଚିତ । ଏଭଳି ଦାବି ମନ୍ତ୍ରଣାଳୟର ଭବିଷ୍ୟତ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବାରେ ଶାହାଙ୍କ ବୃହତ୍‌ ଭୂମିକାକୁ ଅଟକାଇ ପାରିବ ନାହିଁ।
ପଦବୀ ପାଇଁ ଚୟନ
୨୦୧୨-୧୫ ମଧ୍ୟରେ ନ୍ୟାଶନାଲ ହାଇଓ୍ବେ ଅଥରିଟି ଅଫ୍‌ ଇଣ୍ଡିଆ(ଏନ୍‌ଏଚ୍‌ଏଆଇ)ର ମୁଖ୍ୟ ଭାବେ ଆର୍‌.ପି. ସିଂ ସମ୍ପୂର୍ଣ୍ଣ ୩ ବର୍ଷ କାମ କରିଥିଲେ। ଏହି ସମୟକୁ ବାଦ୍‌ ଦେଲେ ୨୦୦୬ରୁ ଏନ୍‌ଏଚ୍‌ଏଆଇର ଶୀର୍ଷ ପଦରେ ଲଗାତର ବଡ଼ ସମସ୍ୟା ରହିଆସିଛି। କୌତୂହଳର କଥା ହେଉଛି, ସିଂଙ୍କୁ ଉପଯୁକ୍ତ ପ୍ରକ୍ରିୟା ମାଧ୍ୟମରେ ଏହାର ଶେଷ ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିତ୍ଲା। ଉତ୍ତରାଖଣ୍ଡରେ ପୁଷ୍କର ସିଂ ଧାମି ନୂଆ ମୁଖ୍ୟମନ୍ତ୍ରୀ ହେବା ପରେ କେନ୍ଦ୍ର ବରିଷ୍ଟ ଆଇଏଏସ୍‌ ଅଧିକାରୀ ଏସ୍‌.ଏସ୍‌. ସାନ୍ଧୁଙ୍କୁ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଲା। କିନ୍ତୁ ଉତ୍ତରାଖଣ୍ଡର ଏହି ଲାଭ ଏନ୍‌ଏଚ୍‌ଆଇଏ ପାଇଁ କ୍ଷତି ହେଲା। କେନ୍ଦ୍ର ପ୍ରତିନିଯୁକ୍ତିରେ ଏନ୍‌ଏଚ୍‌ଆଇଏର ଅଧ୍ୟକ୍ଷ ଭାବେ ସାନ୍ଧୁ ରହିଥିଲେ ଏବଂ ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କ ମହତ୍ତ୍ୱାକାଂକ୍ଷୀ ଭିତ୍ତିିଭୂମିକୁ ମଜଭୁତ କରି ଆଗକୁ ବଢାଇବାରେ ପୂରା ଦମ୍‌ରେ ଲାଗିପଡ଼ିଥିତ୍ଲେ। ଗଡକରୀଙ୍କୁ ଏବେ ଆଉ ଜଣେ ନୂଆ ଅଧ୍ୟକ୍ଷ ଓ ଏହା ସହ ଅନେକ ମାସ ହେବ ଖାଲିଥିବା ମେମ୍ବର ଫାଇନାନ୍ସ ଏବଂ ମେମ୍ବର ପିପିପିର ଗୁରୁତ୍ୱପୂର୍ଣ୍ଣ ପଦବୀ ଲାଗି ଦୁଇଜଣ ବାବୁଙ୍କୁ ଖୋଜିବାକୁ ପଡିବ। ଉତ୍ତରାଖଣ୍ଡ ପାଞ୍ଚବର୍ଷରେ ୩ ମୁଖ୍ୟମନ୍ତ୍ରୀଙ୍କୁ ଦେଖି ସାରଛି, ହେଲେ ନୂଆ ମୁଖ୍ୟମନ୍ତ୍ରୀ ଧାମିଙ୍କୁ ତାଙ୍କ ପସନ୍ଦର ମୁଖ୍ୟ ଶାସନ ସଚିବ ବାଛିବାକୁ ଅନୁମତି ଦେବାର ଥିଲା। କିନ୍ତୁ ତାହା ହେଲା ନାହିଁ। ଉତ୍ତରାଖଣ୍ଡ କ୍ୟାଡର୍‌ର ଜଣେ ଦକ୍ଷ ବାବୁ ହେଲେ ଏମିତି ସବୁ ସବୁ ସମସ୍ୟା ସାମ୍ନା କରିବାକୁ ପଡିବ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri