ଏଥର ଧାନ ବିକିବେ ୧୭, ୨୬୩ ଚାଷୀ

ଭେଡେନ,୨୮।୮(ସୁଦନ ମହାକୁର): ବରଗଡ଼ ଜିଲା ଅତାବିରା ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ଅଧୀନ ଭେଡ଼େନ ବ୍ଲକର ୫ଟି ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ)ଗୁଡ଼ିକରେ ଚଳିତ ଖରିଫ ଋତୁ ଧାନ ବିକ୍ରି ପାଇଁ ଶୁକ୍ରବାର ସୁଦ୍ଧା ୧୭,୨୬୩ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ତନ୍ମଧ୍ୟରୁ ସିଆଲଖଣ୍ଡହଥା ପ୍ୟାକ୍ସରେ ୩୩୧୦, ସଂକ୍ରୀଡ଼ା ୩୫୨୨, ଋଷୁଡ଼ା ୨୩୧୨, ଭେଡ଼େନ ୪୭୨୯ ଏବଂ ରେମଣ୍ଡା ପାକ୍ସରେ ୩୩୯୦ ଜଣ ଚାଷୀ ପଞ୍ଜୀକରଣ ହୋଇଛନ୍ତି। ସରକାର ଚାଷୀ ପଞ୍ଜୀକରଣ ପାଇଁ ଜୁଲାଇ ୧୫ରୁ ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ସମୟ ସୀମା ଧାର୍ଯ୍ୟ କରିଥିଲେ। ତେବେ ବିଭିନ୍ନ ଚାଷୀ ସଙ୍ଗଠନର ଦାବିକୁ ଦୃଷ୍ଟିରେ ରଖି ରାଜ୍ୟ ଖାଦ୍ୟ ଓ ଯୋଗାଣ ବିଭାଗ ୨୫ ତାରିଖ ପଯର୍‌ୟନ୍ତ ଅବଧି ବୃଦ୍ଧି କରିଥିଲେ।
ସୂଚନା ଅନୁସାରେ, ଗତ ରବିଋତୁ ଧାନ ବିକ୍ରି ପାଇଁ ଭେଡେନ ବ୍ଲକର ୫ଟି ପାକ୍ସ ଜରିଆରେ ୧୩ ହଜାର ୨୪ ଜଣ ଚାଷୀ ପଞ୍ଜୀକରଣ କରିଥିଲେ। ତନ୍ମଧ୍ୟରୁ ଭେଡେନ ପାକ୍ସରେ ୪୪୧୫ ଜଣ, ସଂକ୍ରୀଡା ୩୪୨୨, ସିଆଲଖଣ୍ଡହଥା ୩୦୭୦ ଏବଂ ରୁଷୁଡା ପାକ୍ସରେ ୨୧୧୭ ଜଣ ଚାଷୀ ଫର୍ମ ଦାଖଲ କରିଥିଲେ। ସେହିପରି ଭେଡେନରେ ୪୦୯୯ ନବୀକରଣ, ନୂତନ ୩୧୬, ସଂକ୍ରୀଡା ୩୨୪୬ ନବୀକରଣ, ନୂତନ ୧୭୬, ସିଆଲଖଣ୍ଡହଥା ୨୭୩୦ ନବୀକରଣ, ନୂତନ ୩୪୦ ଏବଂ ରୁଷୁଡା ପାକ୍ସରେ ୧୮୮୮ ଜଣ ନବୀକରଣ କରିଥିବା ବେଳେ ୨୨୯ ଜଣ ଚାଷୀ ନୂତନ ଭାବେ ପଞ୍ଜୀକରଣ କରିଥିଲେ। ବିଶେଷ କରି ବ୍ଲକରେ ସମୁଦାୟ ୧ହଜାର ୬୧ଜଣ ନୂତନ ଚାଷୀ ଫର୍ମ ଦାଖଲ କରିଛନ୍ତି। ଉଳ୍ଲେଖନୀୟ, ରବି ଋତୁରେ ଧାନ ବିକ୍ରି କରିବା ପାଇଁ ମାର୍ଚ୍ଚ ୧ରୁ ଚାଷୀ ପଞ୍ଜୀକରଣ ଆରମ୍ଭ ହୋଇଥିଲା। ମାର୍ଚ୍ଚ ୨୦ ତାରିଖ ଯାଏ ଚାଷୀ ସମବାୟ ସମିତି ମାଧ୍ୟମରେ ନାମ ପଞ୍ଜୀକରଣ ପାଇଁ ଫର୍ମ ଦାଖଲ କରିପାରିବେ ବୋଲି ସମୟ ଧାର୍ଯ୍ୟ ହୋଇଥିଲା। ଗତ ରବି ଋତୁରେ ବ୍ଲକରେ ପ୍ରାୟ ୧୩ ହଜାର ୮୦୯ ଜଣ ଚାଷୀଙ୍କ ନାମ ପଞ୍ଜୀକୃତ ହୋଇଥିଲା। ଗତ ୨୦୨୨-୨୩ଠାରୁ ରବି ଋତୁରେ ୭୮୫ ଜଣ ଅଧିକ ଚାଷୀ ପଞ୍ଜୀକୃତ ହୋଇଥିଲେ। ଚଳିତ ଖରିଫ ଋତୁରେ ୩୪୫୪ ଜଣ ଚାଷୀ ଅଧିକ ପଞ୍ଜୀକୃତ ହୋଇଛନ୍ତି।
ପଞ୍ଜୀକରଣ ଫର୍ମରେ ଚାଷୀ ତାର କଷ୍ଟୋପାର୍ଜିତ ଧାନ କେବେ ବିକ୍ରି କରିବ ତାହା ମଧ୍ୟ ଏବେଠୁ ଦର୍ଶାଇବାକୁ ପଡ଼ୁଥିବାରୁ ଚାଷୀ ଅଡ଼ୁଆରେ ପଡ଼ିଛି। ଅପରପକ୍ଷେ ପଞ୍ଜୀକରଣ କାମ ପ୍ରାଥମିକ କୃଷି ସମବାୟ ସମିତି କରୁଥିବାରୁ କେତେ ଜମି ପଞ୍ଜୀକରଣ ହେଉଛି ତାର ଠିକ୍‌ ତଥ୍ୟ ମିଳିପାରୁନାହିଁ। କେତେ ପରିମାଣ ଜଳସେଚିତ ଏବଂ କେତେ ଅଣଜଳସେଚିତ ଜମିରେ ଚାଷ ହୋଇଛି ତାହା ସ୍ପଷ୍ଟ ହେଉନାହିଁ। ଏହାଦ୍ୱାରା ଅନେକ ଚାଷୀ ଧାନ ଚାଷ କରି ମଧ୍ୟ ଉକ୍ତ ଜମିର ଉପତ୍ାଦିତ ଧାନ ବିକ୍ରି କରି ନ ପାରି ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ଅନେକ ଚାଷୀଙ୍କ କମ୍‌ ଜମି ଥିବାରୁ ସେମାନେ ପଞ୍ଜୀକରଣ କରୁ ନ ଥିବା ଦେଖିବାକୁ ମିଳିଛି। ଏଥିପାଇଁ ରାଜସ୍ବ ଏବଂ କୃଷି ବିଭାଗକୁ ମିଳିତ ଭାବେ ଦାୟିତ୍ୱ ଦିଆଯିବାକୁ ଅନେକ ସମୟରେ ଚାଷୀ ସଙ୍ଗଠନ ପକ୍ଷରୁ ଦାବି ହୋଇ ଆସୁଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ ବୋଲି ଅଭିଯୋଗ ହେଉଛି। ସେହିପରି କେନ୍ଦ୍ରୀୟ ପରିବର୍ତ୍ତେ ଜିଲାସ୍ତରରେ ଧାନ କିଣାବିକା ପ୍ରକ୍ରିୟା କରାଗଲେ ଚାଷୀମାନେ ଲାଭବାନ ହୁଅନ୍ତେ ବୋଲି ଚାଷୀ ନେତା ଆର୍ତ୍ତତ୍ରାଣ ତ୍ରିପାଠୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀରାମ ନବମୀ ପାଇଁ ଚଳଚଞ୍ଚଳ ଦିଗପହଣ୍ଡି: ଯୋଗଦେଲେ ଡ.ସିଦ୍ଧାନ୍ତ ମହାପାତ୍ର, ବିଶ୍ବହିନ୍ଦୁ ପରିଷଦ….

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର): ଆଜି ପବିତ୍ର ଶ୍ରୀରାମ ନବମୀ। ଏ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଚଳଚଞ୍ଚଳ ହୋଇ ଉଠିଛି। ତେବେ ଗୁରୁବାର ସାରେ ଶ୍ରୀରାମ ନବମୀ…

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ

ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

ବଚସା ହେଲା କାଳ…ସ୍ତ୍ରୀକୁ ସିଲିଣ୍ଡର ଛେଚି ହତ୍ୟା କଲେ ସ୍ବାମୀ

ଚଣ୍ଡିଗଡ଼,୨୭।୩: ହରିୟାଣାର ଗୁରୁଗ୍ରାମ ଜିଲାରୁ ଏକ ହୃଦୟ ବିଦାରକ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ଗୁରୁଗ୍ରାମର ଚୌମା ଗାଁରେ, ଗୁଞ୍ଜନ ନାମକ ଜଣେ ୨୨ ବର୍ଷୀୟା…

ଭାରତ୍ତୋଳନରେ ଦୀପାରାଣୀଙ୍କୁ ରୌପ୍ୟ

ଚିକିଟି, ୨୭ା୩ (ପ୍ରକାଶ ଚନ୍ଦ୍ର ସାହୁ ): ଛତିଶଗଡ ରାଇପୁର ସ୍ଥିତ ପଣ୍ଡିତ ରବି ଶଙ୍କର ବିଶ୍ୱ ବିଦ୍ୟାଳୟର ଖେଳ ପଡ଼ିଆ ପରିସରରେ ଗୁରୁବାର ଜାତୀୟସ୍ତରୀୟ ଉଦ୍‌ଘାଟିତ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri