Posted inଖେଳ

ଧୋନୀ, ଗାଙ୍ଗୁଲିଙ୍କୁ ପ୍ରଶଂସା କଲେ ଏହି ଦକ୍ଷିଣ ଆଫ୍ରିକା କ୍ରିକେଟର୍‌

ନୂଆଦିଲ୍ଲୀ, ୧୨।୭- ଭାରତୀୟ କ୍ରିକେଟ୍‌ ଦଳର ଦୁଇ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ସୌରଭ ଗାଙ୍ଗୁଲିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି କ୍ରିକେଟ୍‌ ଦକ୍ଷିଣ ଆଫ୍ରିକାର ନିର୍ଦ୍ଦେଶକ ଗ୍ରାଏମ୍‌ ସ୍ମିଥ। ଦକ୍ଷିଣ ଆଫ୍ରିକା ଦଳର ଏହି ପୂର୍ବତନ ଅଧିନାୟକ କହିଛନ୍ତି, ଏମିତି କେହି ବ୍ୟକ୍ତି ଥିବେ ଯିଏ ଧୋନୀଙ୍କୁ ନାପସନ୍ଦ କରୁଥିବେ। ‘ମୋର କୌଣସି ସନ୍ଦେହ ନାହିଁ ଯେ ଏମିତି ଜଣେ ବ୍ୟକ୍ତିଙ୍କୁ ଖୋଜି ପାଇବେ ଯିଏକି ଧୋନୀଙ୍କୁ ନାପସନ୍ଦ କରୁଥିବେ। ଧୋନୀ ସର୍ବଦା ତାଙ୍କ କାମ ଉପରେ ଧ୍ୟାନ ଦେଇଥାନ୍ତି। ସେ ସବୁବେଳେ ଶାନ୍ତ ଓ ଗମ୍ଭୀର ରହିଥାନ୍ତି’ ବୋଲି ଷ୍ଟାର୍‌ ସ୍ପୋଟର୍‌ସର ଏକ କାର୍ଯ୍ୟକ୍ରମ ଅବସରରେ ସ୍ମିଥ୍‌ ଏହା କହିଛନ୍ତି। ସେହିଭଳି ଗାଙ୍ଗୁଲିଙ୍କୁ ମଧ୍ୟ ସ୍ମିଥ୍‌ ବେଶ୍‌ ପ୍ରଶଂସା କରିଛନ୍ତି। ‘ଯେଉଁଭଳି ପ୍ରଶାସକ ଭାବେ କୁମାର ସାଙ୍ଗାକରାଙ୍କୁ ଦାଦାଙ୍କ ସହ ସମୟ ବିତାଇବାର ସୁଯୋଗ ମିଳିଥିଲା ମୁଁ ମଧ୍ୟ ଏକାଧିକଥର ଫୋନରେ ତାଙ୍କ ସହ କଥାବର୍ତ୍ତା ହୋଇଛି। ଗାଙ୍ଗୁଲି ସର୍ବଦା ଶାନ୍ତ ରୁହନ୍ତି। ବାର୍ତ୍ତାଳପ ପାଇଁ ଆଗ୍ରହ ଦେଖାଇଥାନ୍ତି। ତେଣୁ ଉଭୟଙ୍କ ପ୍ରତି ମୋର ସମ୍ମାନ ରହିଛି’ ବୋଲି ୩୯ ବର୍ଷୀୟ ଏହି ପୂର୍ବତନ କ୍ରିକେଟର୍‌ କହିଛନ୍ତି। ନିକଟରେ ପୂର୍ବତନ ଏମ୍‌ସିସି ଅଧ୍ୟକ୍ଷ ତଥା ଶ୍ରୀଲଙ୍କା ଅଧିନାୟକ କୁମାର ସାଙ୍ଗକରା ମଧ୍ୟ ଧୋନୀଙ୍କୁ ପ୍ରଶଂସା କରିଥିଲେ। ସାଙ୍ଗାକରା କହିଥିଲେ, ‘ସେ (ଧୋନୀ) ଥରେ ଯୁବରାଜ ସିଂଙ୍କ ସହିତ କଲମ୍ବୋରେ ମୋ ଘରକୁ ଡିନର୍‌ ପାଇଁ ଆସିଥିଲେ। ଆମ ଭିତରେ ବହୁତ କଥାବାର୍ତ୍ତା ହୋଇଥିଲା।’ ସେହିଭଳି ଦାଦା (ସୌରଭ)ଙ୍କୁ ଗତ କିଛି ବର୍ଷ ହେବ ବହୁତ ଭଲ ଭାବରେ ଜାଣିଛି। ତାଙ୍କ ସହ ଟେଷ୍ଟ କ୍ରିକେଟ୍‌ ଖେଳିଛି ଏବଂ ଅଧିନାୟକତ୍ୱ ଭଳି ବିଷୟରେ କଥା ହୋଇ ମଜା ନେଇଛି। ଦାଦାଙ୍କ ସହିତ ଅତି ନିକଟରୁ ମିଶିବାର ଆହୁରି ସୁଯୋଗ ମିଳିଲା ବୋଲି ସ୍ମିଥ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

ଏଣିକି ନିଜ ଲଢ଼େଇ ନିଜର

ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…

ମାଟି ଅତଡ଼ା ଖସି ଶ୍ରମିକଙ୍କ ମୃତ୍ୟୁ: ଜଳ ସିଞ୍ଚନ ପ୍ରକଳ୍ପ କାର୍ଯ୍ୟରେ ଅଘଟଣ

ଆନନ୍ଦପୁର,୨୦ା୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ବୁଢ଼ୀକୁଦ ଗଁା ନିକଟରେ ଚାଲିଥିବା ଜମିକୁ ଜଳ ସିଞ୍ଚନ ପ୍ରକଳ୍ପ କର୍ଯ୍ୟରେ ଶୁକ୍ରବାର ଅଘଟଣ ଘଟିଛି। ୧୫…

ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କ ବଡ଼ ଘୋଷଣା, ମହିଳାଙ୍କୁ ମିଳିବ…

ଭୁବନେଶ୍ୱର,୨୦।୨: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ଚଳିତ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି । ଏହି…

ବାପା-ମାଆଙ୍କ ଅନୁମତି ବିନା ଆପଣ ବିବାହ କରିପାରିବେନି, ବିଧାନସଭାରେ ବଡ଼କଥା କହିଦେଲେ ସରକାର

ନୂଆଦିଲ୍ଲୀ,୨୦।୨: ଗୁଜୁରାଟ ବିଧାନସଭାରେ ବିବାହ ପଞ୍ଜିକରଣକୁ ନେଇ ଏକ ଐତିହାସିକ ପ୍ରସ୍ତାବ ଦିଆଯାଇଛି । ବାପା ମାଆଙ୍କ ଅନୁମତି ବିନା କେହି ବି ବିବାହ କରିପାରିବେ ନାହିଁ, ଅର୍ଥାତ୍ ବିବାହ…

ଫର୍ମଫିଲପରେ ତ୍ରୁଟି : ଓଡ଼ିଆ ବଦଳରେ ହିନ୍ଦୀ ଥିବାରୁ ଯୁକ୍ତ ୨ ପରୀକ୍ଷାରୁ ବଞ୍ଚିତ…

ନନ୍ଦପୁର,୨୦ା୨(ତୁଷାର କାନ୍ତ ମହାନ୍ତି): ଯୁକ୍ତଦୁଇ ପରୀକ୍ଷା ପାଇଁ ଫର୍ମଫିଲପ ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତ୍ରୁଟି ଯୋଗୁ କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ଅଧୀନ ପାଡୁଆ ରାଧାକୃଷ୍ଣ ଉଚ୍ଚ…

ରାଜ୍ୟରେ ଛେଚିବ ପ୍ରବଳ ବର୍ଷା! ଲଘୁଚାପକୁ ନେଇ ଆସିଲା ବଡ଼ ଖବର…

ଭୁବନେଶ୍ୱର,୨୦।୨: ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ବିଷୁବୀୟ ଭାରତ ମହାସାଗର ଓ ସଲଂଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା…

ସ୍ବାସ୍ଥ୍ୟ ପାଇଁ ୨୩ ହଜାର କୋଟି

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri