Posted inଜାତୀୟ

ରାଜସ୍ଥାନ କଂଗ୍ରେସ ସଙ୍କଟ: କପିଲଙ୍କ ପ୍ରଶ୍ନ, ଆମେ କେବେ ଜାଗି ଉଠିବୁ

ନୂଆଦିଲ୍ଲୀ,୧୨।୭: କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ ରାଜସ୍ଥାନରେ କଂଗ୍ରେସ ସଙ୍କଟକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ରାଜସ୍ଥାନ ମୁଖ୍ୟାମନ୍ତ୍ରୀ ଅଶୋକ ଗେହଲୋତ ରାଜ୍ୟରେ ଭାଜପା କଂଗ୍ରେସ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରୁଛି। ଭାଜପା ୧୦ରୁ ୧୫ କୋଟି ଟଙ୍କା ଦେଇ ରାଜସ୍ଥାନ କଂଗ୍ରେସ ଏବଂ ସ୍ବାାଧୀନ ବିଧାୟକଙ୍କୁ କିଣିବା ପ୍ରୟାସ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ଏହାପରେ ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ଟୁଇଟ କରି କହିଛନ୍ତି ଯେ, ମୁଁ ମୋ ପାର୍ଟି ପାଇଁ ଚିନ୍ତିତ, ଘୋଡାମାନେ ଘୋଡାଶାଳ ଛାଡିବା ପରେ ଆମେ ଜାଗ୍ରତ ହେବା କି? ଏହି ଟୁଇଟରେ କପିଲ ସିବଲ କୌଣସି ରାଜ୍ୟର ଘଟଣା ବିଷୟରେ ଉଲ୍ଲେଖ କରିନାହାଁନ୍ତି, କିନ୍ତୁ କୁହାଯାଇଛି ଯେ ସିବଲ ରାଜସ୍ଥାନ ରାଜନୀତିରେ ହସ୍ତକ୍ଷେପ କରିବାକୁ କଂଗ୍ରେସ ହାଇକମାଣ୍ଡଙ୍କୁ କହିଛନ୍ତି।
ସୂଚନାଯୋଗ୍ୟ, ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ଏବଂ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମୁହାଁମୁହିଁ ହୋଇଛନ୍ତି। ଶନିବାର ଜୟପୁରରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସଚିନ ଯୋଗ ଦେଇ ନ ଥିଲେ। ସଚିନ ୧୦ ଜଣ ବିଧାୟକଙ୍କ ଦିଲ୍ଲୀରେ ଅଛନ୍ତି ବୋଲି କୁହାଯାଉଛି। ଏହି ବିଧାୟକମାନେ କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟି ସେମାନଙ୍କ ସମସ୍ୟା ରଖିବେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

୩୦ ଏପ୍ରିଲ୍‌ ମଧ୍ୟରେ ହୋଇଥିବା ନମୁନା ପରୀକ୍ଷା: ୭୦ ପ୍ରତିଶତଙ୍କ ତଥ୍ୟ ହୋଇନି ସଂରକ୍ଷିତ

ନୂଆଦିଲ୍ଲୀ, ୬।୬: କରୋନା ସଂକ୍ରମଣ ଲଢ଼େଇ ଭାରତରେ ଜୋର୍‌ଦାର ହେବାରେ ଲାଗିଛି। ଏପରିସ୍ଥଳେ ଆଇସିଏମ୍‌ଆର୍‌ ଏବଂ ପବ୍ଲିକ୍‌ ହେଲଥ୍‌ ଫାଉଣ୍ଡେଶନ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ହୋଇଥିବା...

ଜୁନ୍‌ ୬ରେ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ, (ପି.ଟି.)/ଭୁବନେଶ୍ୱର,୧୫ା୫(ବ୍ୟୁରୋ): ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ପହଞ୍ଚତ୍ବାରେ ବିଳମ୍ବ ହେବ। ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) । ମୌସୁମୀ ସାଧାରଣତଃ...

ଚନ୍ଦ୍ରାୟନ-୩: ଅବତରଣ ପୂର୍ବରୁ ଫଟୋ ପଠାଇଲା ବିକ୍ରମ ଲ୍ୟାଣ୍ଡର…

ନୂଆଦିଲ୍ଲୀ,୨୧।୮ : ଚନ୍ଦ୍ରାୟନ-୩ ମିଶନର ଲ୍ୟାଣ୍ଡର ମଡ୍ୟୁଲ ଚନ୍ଦ୍ର ପୃଷ୍ଠରୁ ଅଳ୍ପ କିଲୋମିଟର ଦୂରରେ କକ୍ଷପଥ କରୁଛି। ଇସ୍ରୋ ଅନୁଯାୟୀ, ଚନ୍ଦ୍ରଯାନ -୩ ର ଦ୍ୱିତୀୟ...

ଚାଇନା ନିର୍ମିତ ପାକିସ୍ତାନୀ ଡ୍ରୋନକୁ ଗୁଳି ଖସାଇଲେ ବିଏସଏଫ ଯବାନ, ୪ ପ୍ୟାକେଟ ହେରୋଇନ ଜବତ…

ଗୁରୁଦାସପୁର,୧୯।୨ : ପଞ୍ଜାବର ଗୁରୁଦାସପୁରରେ ବିଏସଏଫ ଯବାନମାନେ ଏକ ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଛନ୍ତି। ଏଥିରୁ ୪ ପ୍ୟାକେଟ ହେରୋଇନ ଜବତ କରାଯାଇଇଛି। ଶନିବାର...

ଖରାପ ଟେଷ୍ଟ କିଟ୍‌ ଅର୍ଡର ରଦ୍ଦ କଲା ଭାରତ

ନୂଆଦିଲ୍ଲୀ,୨୮।୪: ଭାରତରେ କରୋନା ସଂକ୍ରମଣ ନେଇ ସଙ୍କଟ ଦେଖାଦେଇଛି। ଦେଶରେ ବ୍ୟାପକ ଟେଷ୍ଟ୍‌ କରାଇବା ପାଇଁ ଚାଇନାରୁ ୫ ଲକ୍ଷ ର଼୍ୟାପିଡ୍‌ ଆଣ୍ଟିବଡ଼ି ଟେଷ୍ଟ୍‌ କିଟ୍‌...

ମାଗଣାରେ ୬ ମାସ ପାଇଁ ମହିଳାଙ୍କ ଲୁଗା ସଫା କରିବେ ଅଭିଯୁକ୍ତ

ମଧୁରାଇ,୨୩।୯: ମହିଳାଙ୍କୁ ଟଣାଓଟାର କରିବା ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗାଁରେ ରହୁଥିବା ପ୍ରତ୍ୟେକ ମହିଳାଙ୍କ ଲୁଗା ମାଗଣାରେ ଧୋଇବା ସହ ଆଇରନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି...

ସିବିଏସ୍‌ଇ ପରେ ଏହି ରାଜ୍ୟ ବାତିଲ କଲା ଦ୍ୱାଦଶ ପରୀକ୍ଷା

ଭୋପାଳ,୨।୬: କରୋନା ମହାମାରୀ ଯୋଗୁ ସିବିଏସ୍‌ଇ ଓ ଆଇସିଏସ୍‌ଇ ଦ୍ୱାଦଶ ପରୀକ୍ଷାକୁ ବାତିଲ କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ...

୬ଜି ଭିଜନ୍‌ ଡକ୍ୟୁମେଣ୍ଟ ଉନ୍ମୋଚିତ, ସହର ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ଇଣ୍ଟରନେଟ ୟୁଜର: ମୋଦି

ନୂଆଦିଲ୍ଲୀ,୨୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାରତରେ ଅନ୍ତର୍ଜାତୀୟ ଟେଲି ଯୋଗାଯୋଗ ୟୁନିଅନର ନୂତନ ଆଞ୍ଚଳିକ କାର୍ଯ୍ୟାଳୟ...

Advertisement
Archives

Model This Week