ଛକାଛକିରେ ଟିକେଟ ଆଶାୟୀ: ମହଙ୍ଗା ପଡ଼ିପାରେ ମହିଳାଙ୍କୁ ଉପେକ୍ଷା

ଯାଜପୁର,୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ବରୀ ନିର୍ବାଚନମଣ୍ଡଳୀରେ ଛକାଛକି ଚାଲିଛି। ବିଜେଡି ନ ହେଲେ ଭାଜପା ଏବଂ ଭାଜପା ନ ହେଲେ ବିଜେଡିକୁ ଡିଅଁା ମାରିବେ ବୋଲି ଆଶାୟୀଙ୍କ ସମର୍ଥକମାନେ କହି ବୁଲୁଛନ୍ତି। ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ନ ଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ୨୦୧୯ରେ ଏହି ନିର୍ବାଚନମଣ୍ଡଳୀରେ ବିଜେଡିର ମହିଳା କାର୍ଡ ଦେବାଶିଷ ନାୟକଙ୍କୁ ଟିକେଟ ମିଳିବାରୁ ବଞ୍ଚିତ କରିଥିଲା। ଭାଜପାରୁ ଆମଦାନୀ କରି ସୁନନ୍ଦା ଦାସଙ୍କୁ ବିଜେଡି ଟିକେଟ ଦେଇ ବିଜୟୀ କରିଥିଲା। କିନ୍ତୁ ଭାଜପା ନେତା ବିଶ୍ୱରଞ୍ଜନ ମଲ୍ଲିକ ଏଠାରେ କଡ଼ା ଟକ୍କର ଦେଇଥିଲେ। ଏବେ ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି। ସେତେବେଳର ଭାଜପା ନେତା ବିଶ୍ୱରଞ୍ଜନ ଏବେ ବିଜେଡି ଟିକେଟ ଅପେକ୍ଷାରେ ରହିଛନ୍ତି। ଅନ୍ୟପକ୍ଷେ ବିଧାୟିକା ସୁନନ୍ଦାଙ୍କୁ ଟିକେଟ ନ ମିଳିଲେ ଭାଜପାରେ ନୂତନ କରି ଯୋଗଦେଇଥିବା ପୂର୍ବତନ ବିଧାୟକ ଦେବାଶିଷଙ୍କୁ ସେ ସହଯୋଗ କରିବେ ବୋଲି ଚର୍ଚ୍ଚା ହେଉଛି। ଦେବାଶିଷ ବିଧାୟକ ଥିବାବେଳେ ସୁନନ୍ଦା ବରୀ ବ୍ଲକ ଅଧ୍ୟକ୍ଷା ରହିଥିଲେ। ତେଣୁ ଉଭୟଙ୍କ ମଧ୍ୟରେ ରାଜନୈତିକ ସମ୍ପର୍କ ଘନିଷ୍ଠ ରହିଛି। ଏଭଳି ସ୍ଥିତିରେ ଯଦି ବିଜେଡି ମହିଳାଙ୍କୁ ଉପେକ୍ଷା କରେ ତେବେ ମହଙ୍ଗା ପଡ଼ିପାରେ ବୋଲି ଅନେକେ ଆଶଙ୍କା କରୁଛନ୍ତି।
ବରୀରେ ବିଜେଡି, ଭାଜପା ଓ କଂଗ୍ରେସରେ ଅନ୍ତରୀଣ କନ୍ଦଳ ରାଜନୈତିକ ଦୃଶ୍ୟପଟକୁ ଆନ୍ଦୋଳିତ କରୁଛି ା ୨୦୧୪ ନିର୍ବାଚନରେ ବିଶ୍ୱରଞ୍ଜନ ମଲ୍ଲିକଙ୍କଠାରୁ ମାତ୍ର ୭୧୭୩ ଭୋଟ ବ୍ୟବଧାନରେ ଦେବାଶିଷ ଏବଂ ୨୦୧୯ରେ ୪୦୬୨ ଭୋଟ ବ୍ୟବଧାନରେ ସୁନନ୍ଦା ବିଜୟୀ ହୋଇଥିଲେ। ଗତ ଦୁଇ ନିର୍ବାଚନରେ ବିଶ୍ୱରଞ୍ଜନ କଡ଼ା ଟକ୍କର ଦେଇ ଆସୁଛନ୍ତି। କିନ୍ତୁ ବର୍ତ୍ତମାନ ବିଶ୍ୱରଞ୍ଜନ ବିଜେଡିରେ ଏକପ୍ରକାର କୋଣଠେସା ହୋଇପଡ଼ିଛନ୍ତି। ଆଗଭଳି ଲୋକ ସମ୍ପର୍କ ବଜାୟ ରଖିବାରେ ସେ ବିଫଳ ହୋଇଥିବା କୁହାଯାଉଛି। ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଥିବାରୁ ବିଜେଡି ବିକଳ୍ପ ଚିନ୍ତା କରିପାରେ ବୋଲି ଚର୍ଚ୍ଚା ହେଉଛି। ବିଶେଷକରି ମହିଳା କାର୍ଡ ଏଠାରେ ଏକ ବିରାଟ ପରିବର୍ତ୍ତନ ଆଣିପାରେ ବୋଲି ମତପ୍ରକାଶ ପାଉଛି।
ପ୍ରତିବର୍ଷ ବନ୍ୟା ଯୋଗୁ ଏହି ନିର୍ବାଚନମଣ୍ଡଳୀର ପ୍ରାୟ ୮୦ ହଜାର ପରିବାର ପ୍ରଭାବିତ ହେଉଛନ୍ତି। ପ୍ରାୟ ୧୪ ହଜାର ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହେଉଥିବାବେଳେ ଚାଷୀ ଅଭାବୀ ବିକ୍ରିର ଶିକାର ହୋଇଆସୁଛନ୍ତି। ତେଣୁ ଦଳୀୟ ସାଂଗଠନିକ ସ୍ଥିତି ଓ ଜନସମର୍ଥନର ପୃଷ୍ଠଭୂମି ସହ ଚାଷୀ ଓ ଚଷା ସଂକ୍ରାନ୍ତୀୟ ବିଷୟ ନିର୍ବାଚନକୁ ପ୍ରଭାବିତ କରିବ ବୋଲି ଏଠାରେ ମତପ୍ରକାଶ ପାଇଛି। ଏହି ୫ ବର୍ଷ ମଧ୍ୟରେ ବରୀ ନିର୍ବାଚନମଣ୍ଡଳୀର ବିଭିନ୍ନ ଦଳୀୟ ସ୍ଥିତିରେ ବହୁ ପରିବର୍ତ୍ତନ ହୋଇଛି। ଗତ ନିର୍ବାଚନରେ ଟକ୍କର ଦେଇଥିବା ବିଶ୍ୱରଞ୍ଜନ ସ୍ବାଧୀନରୁ ଭାଜପା ଏବଂ ଭାଜପାରୁ ବିଜେଡିକୁ ଯାଇ ଦଳଡିଆଁରେ ରେକର୍ଡ କରିଛନ୍ତି। କୃଷି ଓ କୃଷକଙ୍କୁ ଅବହେଳା ତଥା ବନ୍ୟା ମୁକାବିଲା କରିବାରେ ଅସମର୍ଥ କାରଣରୁ ଏଠାରେ ବିଜେଡିକୁ କଡା ଟକ୍କର ଦେବାକୁ ପଡୁଛି ବୋଲି କୁହାଯାଇଛି। ବ୍ରାହ୍ମଣୀ-ବିରୂପା-କେଲୁଅ ନଦୀବନ୍ଧ ଦୀର୍ଘବର୍ଷ ଧରି ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି। ଫଳରେ ରୁଦ୍ରପୁର, ଝାଲପଡା, ବ୍ରହ୍ମବରଦା, ବାଙ୍କସାହି, ଏରବାଙ୍କ, ସାହାସପୁର, ବନ୍ଧଡିହ, କାକୁଡିପଦା ସମେତ ବରୀ ବ୍ଲକର ୨୯ଟି ପଞ୍ଚାୟତର ପ୍ରାୟ ୧୪ ହଜାର ହେକ୍ଟର ଚାଷ କ୍ଷତିଗ୍ରସ୍ତ ହୋଇଆସୁଛି। ଏଥିରେ ଚାଷୀଙ୍କ ମେରୁଦଣ୍ଡ ଦୋହଲି ଯିବା ସ୍ବାଭାବିକ। ଦଳମତ ନିର୍ବିଶେଷରେ ଏଠାରେ ଶକ୍ତିଶାଳୀ ଚାଷୀ ସଂଗଠନ ଗଢ଼ିଉଠିଛି। ଚାଷୀ ସଂଗଠନ ଯଦିଓ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ପକ୍ଷଧର ହୋଇନାହିଁ, ତଥାପି ସଂଗଠନ ଓ ଏହାର ଆନ୍ଦୋଳନରେ ସାମିଲ ହୋଇଥିବା ନେତାଙ୍କ ପ୍ରତି ଚାଷୀ ମହଲରେ ସମର୍ଥନ ରହିଛି। ଅନ୍ୟପକ୍ଷରେ ଦେବାଶିଷ ଦୀର୍ଘଦିନ ହେଲା ଲୋକଙ୍କ ସହ ସୁସମ୍ପର୍କ ରଖିବାରେ ବିଫଳ ହୋଇଥିବା କୁହାଯାଉଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ମହିଳା କାର୍ଡରେ ସୁନନ୍ଦାଙ୍କ ବ୍ୟତୀତ ସମାଜ ମଙ୍ଗଳ ବୋର୍ଡର ପୂର୍ବତନ ଅଧ୍ୟକ୍ଷା ସୁଲତା ଦେଓ ଓ ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ ରହିଛନ୍ତି। ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ପରେ ବିଜେଡି ଓ ଭାଜପାରେ ଅନ୍ତର୍ଦ୍ୱନ୍ଦ୍ୱ ବିଦ୍ରୋହୀ ସଂଖ୍ୟାକୁ ବୃଦ୍ଧି କରିବା ନିଶ୍ଚିତ ବୋଲି ମନେ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri