ଛତ୍ରପୁର ଆସନ ସୁବାସଙ୍କ ପାଇଁ ସମ୍ମାନର ପ୍ରଶ୍ନ

ବ୍ରହ୍ମପୁର,୯ା୪(ଅଶୋକ କୁମାର ସାହୁ):ଗଞ୍ଜାମ ଜିଲା ଛତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନୀ ହାୱା ସରଗରମ ହୋଇଛି। ଗତ ନିର୍ବାଚନ ପରେ ଏଠାର ରାଜନୀତି ସମୀକରଣ ସମ୍ପୂର୍ଣ୍ଣ ବଦଳିଛି। ଉକ୍ତ ବିଧାନସଭା କ୍ଷେତ୍ରରେ ଥିବା ୩ ସହରରେ ପୌରାଧ୍ୟକ୍ଷ ଆସନ ବିଜେଡି ବିରୋଧରେ ଯାଇଛି। ନିର୍ବାଚନରେ ସହରୀ ଭୋଟରଙ୍କ ନିର୍ଣ୍ଣାୟକ ଭୂମିକା ରହୁଥିବାରୁ ବିଜେଡି ପ୍ରାର୍ଥୀ ସୁବାସ ବେହେରାଙ୍କ ପାଇଁ ଏହି ଆସନ ସମ୍ମାନର ପ୍ରଶ୍ନ ହେବ ବୋଲି ରାଜନୈତିକ ସମୀକ୍ଷକ ମହଲରେ ଆଲୋଚନା ହେଉଛି।
ଛତ୍ରପୁର ନିର୍ବାଚନମଣ୍ଡଳୀ ଛତ୍ରପୁର ବ୍ଲକର ୧୮ ପଞ୍ଚାୟତ, ଛତ୍ରପୁର ଏନ୍‌ଏସି, ଗଞ୍ଜାମ ବ୍ଲକର ୧୫ ପଞ୍ଚାୟତ, ଗଞ୍ଜାମ ଏନ୍‌ଏସି ଓ ରମ୍ଭା ଏନ୍‌ଏସିକୁ ନେଇ ଗଠିତ। ୨୦୧୪ ନିର୍ବାଚନରେ ବିଜେଡିର ପ୍ରିୟାଂଶୁ ପ୍ରଧାନ ତାଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ସିପିଆଇର କୃଷ୍ଣଚନ୍ଦ୍ର ନାୟକଙ୍କୁ ହରାଇ ଜିତିଥିଲେ। ୨୦୧୭ ଜିଲା ପରିଷଦ ଚେୟାରମ୍ୟାନ ଥିବା ସୁବାସ ବେହେରାଙ୍କୁ ୨୦୧୯ରେ ବିଜେଡି ବିଧାନସଭା ପ୍ରାର୍ଥୀ ରୂପେ ନୂଆ ମୁହଁ ଦେଇଥିଲା। ସେ ତାଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ପ୍ରଶାନ୍ତ କୁମାର କରଙ୍କୁ ପରାସ୍ତ କରି ଜିତିଥିଲେ। ଏବେ ପୁଣି ୨୦୨୪ ନିର୍ବାଚନରେ ବିଜେଡି ସୁବାସଙ୍କୁ ରିପିଟ୍‌ କରିଛି। ତାଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହୋଇଛନ୍ତି ଭାଜପାର କୃଷ୍ଣଚନ୍ଦ୍ର ନାୟକ। ଗୋଟିଏ ପଟେ କୃଷ୍ଣଚନ୍ଦ୍ରଙ୍କ ପ୍ରାର୍ଥତ୍ତ୍ୱକୁ ଭାଜପାର ଟିକେଟ ଆଶାୟୀ ଥିବା ପ୍ରଶାନ୍ତ କୁମାର କର ଓ ବିଜେଡିରୁ ଯାଇ ଭଜପାରେ ମିଶିଥିବା ବନମାଳୀ ସେଠୀଙ୍କ ସମର୍ଥକମାନେ ସହଜେ ହଜମ କରିପାରୁନାହାନ୍ତି। ଅନ୍ୟପଟେ ୧୨ ୱାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସିରେ ଯଦିଓ ବିଜେଡିର ଅଧିକ କାଉନ୍‌ସିଲର ଅଛନ୍ତି , ଅଧ୍ୟକ୍ଷ ଦାୟିତ୍ୱ ସ୍ବାଧୀନ ପ୍ରାର୍ଥୀ ପ୍ରତିଭା ପାଢ଼ୀଙ୍କ ହାତରେ ରହିଛି। ରମ୍ଭା ଏନ୍‌ଏସିରେ ଅଧିକ ଭାଜପା କାଉନ୍‌ସିଲର ଥିବାବେଳେ ଅଧ୍ୟକ୍ଷ ଦାୟିତ୍ୱ ଭାଜପାର ମାନସୀ ସ୍ବାଇଁଙ୍କ ପାଖରେ ରହିଛି। ସେହିପରି ଅଧିକ ବିଜେଡି କାଉନସିଲର ଥିବା ଛତ୍ରପୁର ଏନ୍‌ଏସିର ଭାର ଭାଜପାର ଶର୍ମିଷ୍ଠା ପ୍ରଧାନ ସମ୍ଭାଳୁଛନ୍ତି। କିନ୍ତୁ କୃଷ୍ଣଚନ୍ଦ୍ର ସିପିଆଇରୁ ଆସି ଭାଜପାରେ ଯୋଗଦେଇଥିବାରୁ ଭାଜପା ଓ ସିପିଆଇର ସମର୍ଥକଙ୍କୁ ନେଇ ସେ ତାଙ୍କ ରଣନୀତି ପ୍ରସ୍ତୁତ କରିବେ ବୋଲି କୁହାଯାଇଛି। ଉଭୟ ଦଳର ଶକ୍ତି ପ୍ରଦର୍ଶନ ବି ଏବେ ରୋଚକ ସ୍ଥିତିକୁ ଆସିଯାଇଛି। ଆଗାମୀ ଦିନରେ ନିର୍ବାଚନୀ ସମୀକରଣ ବଦଳିଯାଇପାରେ ବୋଲି ଆଲୋଚନା ହେଉଛି। ଏଠାରେ ବିଜେଡି ଓ ଭାଜପା ଭିତରେ ମୁଖ୍ୟତଃ ଲଢ଼େଇ ହୋଇପାରେ। ଏ ସଂକ୍ରାନ୍ତରେ ବିଜେଡି ପ୍ରାର୍ଥୀ ସୁବାସ ବେହେରା ଦଳର ସମ୍ମାନ ରକ୍ଷା ପାଇଁ ଲୋକ ସମର୍ଥନ ଓ ମୁଖ୍ୟମନ୍ତ୍ରୀଙ୍କ ଜନହିତକର କାର୍ଯ୍ୟକୁ ନେଇ ମଇଦାନକୁ ଓହ୍ଲାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?