ଏପଟ ନା ସେପଟ

ଭାରତର ଭୁଲ୍‌ ବୈଦେଶିକ ଓ ଅର୍ଥନୈତିକ ନୀତି ଯୋଗୁ ଅସ୍ୱାଭାବିକ ସ୍ଥିତି ସୃଷ୍ଟି ହେଉଥିବାର ଏକାଧିକ ପ୍ରମାଣ ମିଳିସାରିଲାଣି। ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ବେଳେ ଚାଇନା ସହ ଭାରତ ସ୍ବର ମିଳାଇ ପରୋକ୍ଷରେ ରୁଷିଆକୁ ସମର୍ଥନ କରିଥିଲା। ଯୁଦ୍ଧ ହେବା ପରେ ଯେତେବେଳେ ରୁଷିଆ ବିରୋଧରେ ଜାତିସଂଘରେ ବୈଠକ ବସିଲା ସେତେବେଳେ ଭାରତ ଭୋଟଦାନରୁ ବିରତ ରହିଥିଲା। ଆଶା କରିଥିଲା ରୁଷିଆରୁ କମ୍‌ ମୂଲ୍ୟରେ ପେଟ୍ରୋଲିୟମ୍‌ ପଦାର୍ଥ ଆଣି ନିଜ ଅର୍ଥନୀତିକୁ ସୁଦୃଢ଼ କରିବ। କିନ୍ତୁ ତାହା ନ ହୋଇଲା। ନିକଟ ଅତୀତରେ ଯେବେଠାରୁ ରୁଷିଆ ଯୁଦ୍ଧ ହାରୁଛି ବୋଲି ବିଶ୍ୱବ୍ୟାପୀ ଧାରଣା ସୃଷ୍ଟି ହେଲାଣି ସେବେଠାରୁ ଭାରତ ତା’ର ପୂର୍ବ କଥାକୁ ବଦଳାଇବାକୁ ପ୍ରାଣମୂର୍ଚ୍ଛା ଚେଷ୍ଟା କରୁଛି। ଏଭଳି ତ୍ରୁଟିପୂର୍ଣ୍ଣ ବୈଦେଶିକ ନୀତି ଦୂରଦୃଷ୍ଟିହୀନତାକୁ ଦର୍ଶାଉଛି। ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଯେତେ ଦମ୍ଭୋକ୍ତି ଦେଖାଉଛନ୍ତି, ସେତିକି ଦୁର୍ବଳ ଭାରତ ହୋଇଯାଉଛି ବୋଲି ସ୍ପଷ୍ଟ ବୁଝାପଡ଼ୁଛି। ରୁଷିଆ ସହିତ ନିିବିଡ଼ ସମ୍ପର୍କ ରହିଛି ବୋଲି ସବୁ ଭାରତୀୟ ଜାଣନ୍ତି। କାରଣ ଭାବେ, ବାରମ୍ବାର ଦର୍ଶାଯାଉଛି ଭାରତର ପ୍ରତିରକ୍ଷା ସାମଗ୍ରୀ ମୁଖ୍ୟତଃ ରୁଷିଆ ନିର୍ମିତ ହୋଇଥିବାରୁ ଏଭଳି ପଦକ୍ଷେପ ନେବାକୁ ପଡ଼ୁଛି। କିନ୍ତୁ ଟାଣୁଆ ନେତୃତ୍ୱ କଥା ବାରମ୍ବାର ଦୋହରାଉଥିବା ଜୟଶଙ୍କର ସାଧାରଣ ନାଗରିକଙ୍କୁ ବୁଝାଇବାରେ ଅସମର୍ଥ ହେଲା ଭଳି ମନେହେଉଛି। କାରଣ ଟାଣୁଆ ନେତୃତ୍ୱର ମୁଖ୍ୟ ପରିଚୟ ହେଉଛି ଦୂରଦୃଷ୍ଟି। ‘ଅବ୍‌ କି ବାର୍‌ ଟ୍ରମ୍ପ୍‌ ସରକାର’ ଧ୍ୱନିର ପ୍ରାୟଶ୍ଚିତ୍ତ କରିବାର ସୁଯୋଗ ଗତ ଫେବୃୟାରୀରେ ୟୁକ୍ରେନ୍‌ ଯୁଦ୍ଧ ଆଣିଦେଇଥିଲା। ସେତେବେଳେ ୟୁକ୍ରେନ୍‌କୁ ସମର୍ଥନ କରିଥିଲେ ପରିସ୍ଥିତି ସୁଧୁରିବାର ସମ୍ଭାବନା ସୃଷ୍ଟି ହୋଇପାରିଥାଆନ୍ତା। ଆଜି ପାକିସ୍ତାନକୁ ତାହାର ଏଫ୍‌-୧୬ ଲଢ଼ୁଆ ବିମାନକୁ ଅଧିକ ଦିନ କାର୍ଯ୍ୟକ୍ଷମ କରି ରଖିବା ଲାଗି ୪୫୦ ମିଲିୟନ ଆମେରିକୀୟ ଡଲାର ଦେଇଛି ଓ୍ବାଶିଂଟନ। ମନେରଖିବାକୁ ହେବ ଯେ, ପାକିସ୍ତାନର ସଫଳ ବୈଦେଶିକ ନୀତି ଯୋଗୁ କେବଳ ଚାଇନା ନୁହେଁ, ଉଭୟ ଆମେରିକା ଓ ରୁଷିଆ ସେହି ଦେଶକୁ ଆର୍ଥିକ ଓ ସାମରିକ ସାମଗ୍ରୀ ଦେଇ ସାହାଯ୍ୟ କରୁଛନ୍ତି। ଭାରତର ଜୟଶଙ୍କର ନେତୃତ୍ୱର ଟାଣୁଆପଣ ଦେଖାଇବା ସହ କେବଳ କାନ୍ଦୁଛନ୍ତି।
ବାସ୍ତବରେ ଦୂରଦୃଷ୍ଟି ଥିଲେ ବୈଦେଶିକ ନୀତିରେ ସ୍ଥାୟିତ୍ୱ ଥାଏ। ପ୍ରଥମେ ଭାରତର ଅପରିପକ୍ୱ ବୈଦେଶିକ ନୀତି ଧରାପଡ଼ିଥିଲା ଯେତେବେଳେ ଟ୍ରମ୍ପ୍‌ଙ୍କ ପରାଜୟ ହୋଇସାରିବା ପରେ ମଧ୍ୟ ସଙ୍ଗେ ସଙ୍ଗେ ବାଇଡେନ୍‌ଙ୍କୁ ଶୁଭେଚ୍ଛା ଜଣାଇବା ହୋଇ ନ ଥିଲା। ପୁନର୍ବାର ୟୁକ୍ରେନ୍‌ ଉପରେ ଆକ୍ରମଣ ଆରମ୍ଭ କଲା ବେଳକୁ ରୁଷିଆକୁ ସମର୍ଥନ ଜଣାଇଥିବା ଭାରତ ଜାତିସଂଘରେ ରୁଷିଆ ବିରୋଧୀ ସଂକଳ୍ପରେ ଭାଗ ନେଇ ନ ଥିଲା। ଏହା ପରେ ଯେତେବେଳେ ରୁଷିଆର ଦୁର୍ବଳତା ଦେଖାଦେଲାଣି ସେତେବେଳେ ଭାରତ କରଛଡ଼ା କରୁଛି ଏବଂ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କୁ ଜାତିସଂଘରେ ଭାଷଣ ଦେବାର ଅନୁମତିକୁ ସମର୍ଥନ କଲା। ଦଳେ ଦେଶ ରହିଲେ ରୁଷିଆ ବିରୋଧୀ। ଆଉ କିଛି ରହିଲେ ରୁଷିଆ ସମର୍ଥକ। ଭାରତ ପରୋକ୍ଷରେ ରୁଷିଆ ସମର୍ଥକ ଭାବେ ନିଜକୁ ଦର୍ଶାଇବା ପରେ ଏବେ ବିଶ୍ୱାସଘାତକ ଭାବେ ରୁଷିଆଠାରୁ ଦୂରେଇଯାଉଛି। ଏହି ଯୁଦ୍ଧ ଅସରନ୍ତି ନୁହେଁ। ବିଶ୍ୱ ମାନଚିତ୍ରରୁ ରୁଷିଆ ଲିଭିଯିବ ନାହିଁ। କିନ୍ତୁ ରୁଷିଆ ସରକାର ଜାଣିଲା ଭାରତ ବେଇମାନ କଲା। ଅନ୍ୟପଟେ ପାଶ୍ଚାତ୍ୟ ଶକ୍ତି ଜାଣିଲା ଭାରତ ତାଙ୍କ ପଟେ ନାହିଁ। ଅର୍ଥାତ୍‌ ଭାରତ ନା ଏପଟ ନା ସେପଟ ହୋଇ ରହିଯାଇଛି।
ବୈଦେଶିକ ବ୍ୟାପାର ପରିଚାଳନା କରୁଥିବା ବ୍ୟକ୍ତିମାନେ ଉଚିତ ବୁଦ୍ଧି ଖଟେଇବା କଥା। ଗୋଟେ ଦେଶର ବିଦେଶ ନୀତି ତାହାର ଅର୍ଥନୀତିକୁ ପ୍ରଭାବିତ କରିଥାଏ। ଦୁଇ ଦେଶ ମଧ୍ୟରେ ଉତ୍ତମ ସମନ୍ବୟ ରହିଲେ ପୁଞ୍ଜିନିବେଶ, ଆମଦାନୀ ଓ ରପ୍ତାନି ଭଳି କାର୍ଯ୍ୟ ତ୍ୱରାନ୍ବିତ ହୋଇଥାଏ। କିନ୍ତୁ ଏବେ ଭାରତର ଆର୍ଥିକ ସ୍ଥିତି ଦେଖିଲେ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ୨୬ ସେପ୍ଟେମ୍ବର ୨୦୨୨ରେ ଆମେରିକାର ଡଲାର ତୁଳନାରେ ଭାରତର ମୁଦ୍ରା ସର୍ବକାଳୀନ ହ୍ରାସ ପାଇଛି। ଅର୍ଥାତ୍‌ ଡଲାର ମୂଲ୍ୟ ୮୧ ଟଙ୍କା ୬୩ ପଇସା ଯାଏ ଯାଇଛି। ଫଳରେ ଡଲାରକୁ ଷ୍ଟାଣ୍ଡାର୍ଡ ବିନିମୟ ମୁଦ୍ରା ଭାବେ ନେଇ ଭାରତ ଯେଉଁସବୁ ରାଷ୍ଟ୍ର ସହ ବାଣିଜି୍ୟକ କାରବାର କରୁଛି, ସବୁଥିରେ କ୍ଷତି ସହିବା ଥୟ। ଏମିତି ଦେଖିଲେ କିଛି ବର୍ଷ ହେବ ଭାରତୀୟ ପୁଞ୍ଜିବଜାରରୁ ବିଦେଶ ସଂସ୍ଥାଗତ ନିବେଶକ (ଏଫ୍‌ଆଇଆଇ)ମାନେ ଅର୍ଥ ଉଠାଇ ନେଉଛନ୍ତି। କାରଣ ଭାରତୀୟ ବଜାରକୁ ସେମାନେ ଏକ ଅସ୍ଥିର ସ୍ଥିତିରେ ଗତି କରୁଥିବା ଲକ୍ଷ୍ୟ କରୁଛନ୍ତି। ଏଥିପାଇଁ ଆଭ୍ୟନ୍ତରୀଣ ରାଜନୀତି ମୁଖ୍ୟତଃ ଦାୟୀ। ବୈଦେଶିକ ଓ ଆର୍ଥିକ ନୀତିର ଭୁଲ୍‌ ପରିଚାଳନା ଯୋଗୁ ଭାରତ ବଦ୍‌ଗୁଣର ଶିକାର ହେଉଛି ବୋଲି ବୁଝିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri