Posted inଖେଳ

ନୀରଜଙ୍କୁ ଅତିକ୍ରମ କରି ସୁପର ଷ୍ଟାର ଭାବେ ଉଭା ହେଲେ ଏହି ଖେଳାଳି, ଜାଣନ୍ତୁ…

ରୋମ୍‌,୫ା୬: ଶ୍ରୀଲଙ୍କାର ରୁମେଶ ଥରାଙ୍ଗା ପାଥିରେଜ ଏସିଆର ପରବର୍ତ୍ତୀ ଜାଭେଲିନ ସୁପର ଷ୍ଟାର ଭାବେ ଉଭା ହୋଇଛନ୍ତି। ଏଥିପାଇଁ ନୀରଜ ଚୋପ୍ରା ଓ ଅର୍ଶାଦ ନଦିମଙ୍କୁ ଚଳିତ ବର୍ଷ ପରବର୍ତ୍ତୀ ଭାଗରେ ହେବାକୁଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସିଆନ ଗେମ୍ସ ବେଳେ ଏହି ଜାଭେଲିନ ଥ୍ରୋୟରଙ୍କ ଉପରେ ନଜର ରଖିବାକୁ ହେବ।

ପାଥିରେଜ ମର୍ଯ୍ୟାଦାପୂର୍ଣ୍ଣ ରୋମ୍‌ ଡାଇମଣ୍ଡ ଲିଗ୍‌ରେ ୯୨.୬୨ ମିଟର ଥ୍ରୋ ସହ ଟାଇଟଲ ଜିତି ବିଶ୍ୱ ଆଥଲେଟିକ୍ସକୁ ଚମକାଇ ଦେଇଛନ୍ତି। ଜଣେ ଏସୀୟ ଆଥଲେଟ ହିସାବରେ ସେ ଦ୍ୱିତୀୟ ସର୍ବାଧିକ ଦୂର ଭାଭେଲିନ ଫିଙ୍ଗିବାର ଗୌରବ ଅର୍ଜନ କରିଛନ୍ତି। ଏହାଦ୍ୱାରା ସେ ଭାରତୀୟ ଷ୍ଟାର ନୀରଜ ଚୋପ୍ରାଙ୍କୁ ଅତିକ୍ରମ କରିଯାଇଛନ୍ତି। ୨୩ ବର୍ଷୀୟ ପାଥିରେଜଙ୍କୁ ୧୦ଜଣଙ୍କ ସହ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବାକୁ ପଡ଼ିଥିଲା। ସେମାନଙ୍କ ମଧ୍ୟରେ ଦୁଇଥର ବିଶ୍ୱ ଚାମ୍ପିୟନ ଗ୍ରେନେଡ଼ାର ଆଣ୍ଡରସନ ପିଟର୍ସ ଅନ୍ୟତମ। ସେ ସେ ୮୩,୯୧ ମିଟର ଥ୍ରୋ କରି ଦ୍ୱିତୀୟ ସ୍ଥାନରେ ରହିଥିଲେ। ତ୍ରିନିଦାଦ ଟୋବାଗୋର ୨୦୨୫ ଟୋକିଓ ବିଶ୍ୱ ଚାମ୍ପିୟନଶିପ୍‌ ସ୍ବର୍ଣ୍ଣ ବିଜେତା କେଶୋରନ ଓ୍ବାଲକଟ୍‌ ୮୩.୪୫ ମିଟର ଥ୍ରୋ କରିଥିଲେ।

ଯୁକ୍ତରାଷ୍ଟ୍ର ଆମେରିକାର କର୍ଟିସ ଥମ୍ପସନ (୮୩.୮୯ ମିଟର) ତୃତୀୟ ସ୍ଥାନ ସହ ବ୍ରୋଞ୍ଜ ପଦକ ଲାଭ କରି ଥିଲେ। ଓ୍ବାଲକଟ ୪ର୍ଥ ହୋଇଥିଲେ। ଭାରତର ୨୬ ବର୍ଷୀୟ ସଚିନ ଯାଦବ ଗୁରୁବାର ଡାଇମଣ୍ଡ ଲିଗ୍‌ରେ ତାଙ୍କ ପ୍ରଥମ ପଦାର୍ପଣ କରିଥିଲେ। ପ୍ରତିଯୋଗିତାରେ ତାଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା। ସେ ୭୯.୧୮ ମିଟର ଥ୍ରୋ କରି ୮ମ ସ୍ଥାନରେ ରହିଥିଲେ। ପାଥିରେଜ ସମ୍ମାନଜନକ ୯୦ମିଟର ଅଙ୍କ ଅତିକ୍ରମ କରିବା ଲାଗି ଚତୁର୍ଥ ଏସୀୟ ଏବଂ ଓଭରଅଲ୍‌ ୨୮ତମ ଜାଭେଲିନ ଥ୍ରୋୟର ବିବେଚିତ ହୋଇଛନ୍ତି। ତାଙ୍କର ଏହି ପ୍ରଦର୍ଶନ ପାକିସ୍ତାନୀ ଅର୍ଶଦ ନଦୀମଙ୍କ ପ୍ୟାରିସ ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜୟ ଥ୍ରୋ ୯୨.୯୭ ମିଟରଠାରୁ ସେ ଅଳ୍ପକେ ପଛରେ ପଡ଼ିଯାଇଥିଲେ। ସେ କିନ୍ତୁ ଚାଇନିଜ ତାଇପେର ଚାଓ ତିସୁନ ଚେଙ୍ଗ୍‌ (୯୧.୩୬ ମିଟର) ଓ ନୀରଜ ଚୋପ୍ରା (୯୦.୨୩ ମିଟର)ଙ୍କୁ ଅତିକ୍ରମ କରିଯାଇଛନ୍ତି। ତାଙ୍କର ଏହିସ ଥ୍ରୋ ଦ୍ୱାରା ସେ ସର୍ବକାଳୀ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜାଭେଲନି ଥ୍ରୋୟରଙ୍କ ମଧ୍ୟରେ ଅଷ୍ଟମ ସ୍ଥାନରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri