ଭାଜପାର ରିମୋଟ କଣ୍ଟ୍ରୋଲ ହେଉଛନ୍ତି ଏହି ବ୍ୟକ୍ତି, ପ୍ରଶାନ୍ତ ଜଗଦ୍ଦେବଙ୍କ ଖୁଲାସା

ଭୁବନେଶ୍ୱର, ୧୮।୬(ସୁନିତ୍‌ ମିଶ୍ର):ରାଜ୍ୟରେ ସରକାର ବହୁତ ସକ୍ରିୟ ଅଛି। ଆମେ ମନ୍ତ୍ରୀ, ବିଧାୟକ ଯାହା ହେଲେ ମଧ୍ୟ ଆମ ରିମୋର୍ଟ ହେଉଛନ୍ତି ମୋଦି। ସେଠାରୁ ରିମୋର୍ଟ କଣ୍ଟ୍ରୋଲ ଚାଲିଛି। ମୋଦି ଯାହା କହିଥିଲେ ସେଇଆ ହିଁ ହେବ। ସେ କହିଥିଲେ ଦେଶରେ ଓଡ଼ିଶା ଏକ ନମ୍ବର ରାଜ୍ୟ ହେବ, ତାହା ହିଁ ହେବ। ଏଠି ଓଡ଼ିଶା ଏକ ନମ୍ବର ହେବାରେ କିଛି ଅସୁବିଧା ନାହିଁ। ଓଡ଼ିଶା ଧନୀ କିନ୍ତୁ ଓଡ଼ିଆ ଗରିବ। ଭାଜପାର ଡବଲ ଇଞ୍ଜିନ୍‌ ସରକାର ଏହାକୁ ସଫଳ କରିବ। ଆଗରୁ ସରକାରୀ ଅଫିସକୁ ଲୋକମାନେ ଯାଇପାରୁ ନ ଥିଲେ, ଅଫିସରରାଜ ଚାଲିଥିଲା। ସେଇଟା ଧ୍ୱଂସ ହୋଇଗଲା ବୋଲି ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ କହିଛନ୍ତି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରଶାନ୍ତ କହିଛନ୍ତି ଯେ, କାମ କ’ଣ ହେବ ନ ହେବ ସେଇଟା କହୁନି, ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଦେଖା ହବା ଲାଗି ତାଙ୍କ ଦୁଆର ସାହାଣମେଲା କରିଦେଇଛନ୍ତି। ଜଗନ୍ନାଥ ମନ୍ଦିର ମଧ୍ୟ ସାହାଣମେଲା କରାଗଲା। ଭାଜପା ସରକାର ହେବାରୁ ଅଫିସରମାନଙ୍କ ମୁଡ୍‌ ସବୁ ବଦଳିଗଲାଣି। ଏଇଟା ହେବାର ଥିଲା। ବିଜେଡି ଯେମିତି କରିକି ରଖିଥିଲା ସମସ୍ତେ ଜାଣନ୍ତି। ମୁଖ୍ୟ ଶାସନ ସଚିବ କହୁଥିଲେ ପ୍ରଶାସନ ହେଉଛି ଗୋଟେ ଢିଙ୍କି, ଶାସକ ଯେମିତି କୁଟିବ ସେମିତି ଚାଉଳ ବାହାରିବ। ବିଜେଡି ଓ ଭାଜପା ଭିତରେ ବହୁତ ଫରକ ଅଛି। ନବୀନ ବାବୁ ୫ମ ଥର ମୁଖ୍ୟମନ୍ତ୍ରୀ ହେବା ପୂର୍ବର କଥା। ବିଜେଡିର ୧୧୭ ବିଧାୟକ ନବୀନଙ୍କୁ ବିଧାୟକ ଦଳ ନେତା ଭାବେ ବାଛିବାର ଥାଏ। ସମସ୍ତ ବିଧାୟକ ବସିଥାଆନ୍ତି, ହେଲେ ସେଠାରେ ସମ୍ପୂର୍ଣ୍ଣ ଚୁପ୍‌ ଥାଆନ୍ତି। ଯେମିତି ମୁର୍ଦ୍ଦାର ଆସିବ ସେମିତି ସବୁ ଚୁପ୍‌ ଥାଆନ୍ତି। ମୁଁ ଯାଇ ପହଞ୍ଚତ୍ କହିଦେଲି, ଏତେ ଚୁପ୍‌ କ’ଣ, ମୁର୍ଦ୍ଦାର ଆସିବ। ସେଥିରୁ ଜଣେ କହିଲେ ପାଟିକରନି। ହେଲେ ଭାଜପା ଏକ ଗଣତାନ୍ତ୍ରିକ ଦଳ।
ନିର୍ବାଚନ ପୂର୍ବରୁ ଭାଜପା କାର୍ଯ୍ୟାଳୟ ଗଲାବେଳେ ଯେଉଁ କେତେଜଣ ଟିକେଟ ପାଇ ନ ଥାଆନ୍ତି ସେମାନଙ୍କ ସମର୍ଥକମାନେ ଚେୟାର, ଦୁଆର ସବୁ ଭଙ୍ଗାରୁଜା କରୁଥାଆନ୍ତି। ସେ ଯାଇ ଦଳର ରାଜ୍ୟ ସଭାପତିଙ୍କୁ କହିଲେ ଆଜ୍ଞା, ଚାଲନ୍ତୁ ପାର୍ଟି ଅଫିସ୍‌, ସବୁ ଭାଙ୍ଗିଦେଲେଣି ସେମାନଙ୍କୁ ମନା କରିବା। ହେଲେ ସଭାପତି ଉତ୍ତର ଦେଲେ ନାହିଁ ଗଣେଶ, କିଛି କରନାହିଁ। ସେମାନେ ଦଳ ପାଇଁ ବହୁ ତ୍ୟାଗ କରିଛନ୍ତି। ଯଦି ତୁମ ପାଖରେ ଟଙ୍କା ଅଛି ସେମାନଙ୍କୁ ଯାଇକି ପାଣି କିଣିକି ଦେଇ ଦିଅ। ଏହା ହେଉଛି ବିଜେଡି ଓ ଭାଜପା ଭିତରେ ଫରକ ବୋଲି ପ୍ରଶାନ୍ତ କହିଛନ୍ତି।
ସେ ପୁଣି କହିଛନ୍ତି, ଏଠି ମନେପଡ଼େ ବିଜେଡିର ପ୍ୟାରିମୋହନଙ୍କ କଥା। ସେ କହୁଥିଲେ ଘୋଡ଼ା ଓ ସବାର। ସବାର ଠିକ୍‌ ଥିଲେ ଘୋଡ଼ା ଚାଲିବ। ସବାର ଟିକେ ଦୁର୍ବଳ ହେଲେ ଘୋଡ଼ା ଫୋପାଡ଼ି ଦେବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri