ବେଦାନ୍ତ ଆଇଓଓର ନୂତନ ଅଭିଯାନ

ଭୁବନେଶ୍ୱର,୧୮।୬: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ବେଦାନ୍ତ ଆଇରନ ଓର୍‌ ଓଡ଼ିଶା (ଆଇଓଓ)ର ନୂତନ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀର ଲୋକପ୍ରିୟ ପ୍ରକଳ୍ପ ତଥା ପ୍ରୋଜେକ୍ଟ ‘ଜୀଭିକା’ର ଏକ ଅଂଶ ଭାବେ ଏହି ଅଭିଯାନ ଆରମ୍ଭ କରାଯାଇଥିଲାବେଳେ ନାଡ଼ିଡିହ ଏବଂ ରେଙ୍ଗାଲବେଡ଼ା ଗାଁର ୬ଟି ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ର ମିଳିତ ସହଯୋଗରେ ବେଦାନ୍ତ ଆଇଓଓ ୬ଟି ନୂତନ ଛତୁଚାଷ ୟୁନିଟ୍‌ ପ୍ରତିଷ୍ଠା କରିଛି। ବିଶେଷ କରି ଏହା ମହିଳା ଗୋଷ୍ଠୀର ସଦସ୍ୟମାନଙ୍କୁ ଉଦ୍ୟୋଗିକ ସହାୟତା ଯୋଗାଇବା ସହିତ ସ୍ଥାୟୀ ଜୀବିକା ନିର୍ବାହ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି କୁହାଯାଉଛି।
ଏହି ପରିପ୍ରେକ୍ଷୀରେ ଗୋଷ୍ଠୀର ସଦସ୍ୟ, ଏନ୍‌ଜିଓ ପାର୍ଟନର ପୁନରୁଥାନ ଏବଂ ବେଦାନ୍ତ ଆଇଓଓର ସିଏସ୍‌ଆର୍‌/ଇଆର୍‌ ମୁଖ୍ୟ ସମ୍ବିତ ନାୟକ ଓ ଅନ୍ୟମାନେ ଯୋଗ ଦେଇଥିଲେ।
ଉଲ୍ଲେଖଯୋଗ୍ୟ, ଓୟୁଏଟି ଭୁବନେଶ୍ୱରର ଶିଶିର କୁମାର ମହନ୍ତଙ୍କ ନେତୃତ୍ୱରେ ଏକ ବିସ୍ତୃତ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମହନ୍ତଙ୍କ ବହୁ ଅଭିଜ୍ଞତା ଆଧାରରେ ତାଲିମ କାର୍ଯ୍ୟ ବେଶ୍‌ ସଫଳ ରହିଥିଲା। ଏହି ପ୍ରଶିକ୍ଷଣ ଅଧିବେଶନରେ ପ୍ରକଳ୍ପର ମହତ୍ତ୍ୱ ଏବଂ ମହିଳା ଗୋଷ୍ଠୀ ମଧ୍ୟରେ ସ୍ଥାୟୀ ଜୀବିକା ଓ ଔଦ୍ୟୋଗିକ ପ୍ରୋତ୍ସାହନ କରିବା ପାଇଁ ସାମର୍ଥ୍ୟ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏ ସମ୍ପର୍କରେ ଆଇରନ ଓର୍‌ ଓଡ଼ିଶା,ବେଦାନ୍ତ ସେସା ଗୋଆର ସିଓଓ ବିଶ୍ୱନାଥ ସାହୁ କହିଥିଲେ, ପ୍ରୋଜେକ୍ଟ ଜୀଭିକା ମାଧ୍ୟମରେ ଆମେ ଜୈବିକ ଚାଷ ପ୍ରତି ଆଗ୍ରହୀ ଏବଂ ଛତୁ ଉପତ୍ାଦନରେ ଓଡ଼ିଶାକୁ ଆତ୍ମନିର୍ଭରଶୀଳ କରିବାରେ ସହଯୋଗ କରୁଥିବା ବ୍ୟକ୍ତିବିଶେଷଙ୍କୁ ସମର୍ଥନ କରିବାକୁ ଲକ୍ଷ୍ୟ ରଖିଛୁ। ସେହିଭଳି ଆମେ ଯେଉଁଠାରେ କାର୍ଯ୍ୟ କରୁଛୁ, ସେଠାକାର ବା ସ୍ଥାନୀୟ ମହିଳା ଉଦ୍ୟୋଗୀଙ୍କୁ ସଶକ୍ତୀକରଣ କରିବାକୁ ପ୍ରୟାସ କରୁଛୁ। ମହିଳା ଗୋଷ୍ଠୀଗୁଡ଼ିକ ସ୍ଥାୟୀ ବିକାଶ ଏବଂ ଅର୍ଥନୈତିକ ଅଭିବୃଦ୍ଧିର ଦୃଷ୍ଟିକୋଣ ସହ ସମ୍ପୂର୍ଣ୍ଣ ଭାବେ ସଜାଗ ହୋଇ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri