ରତନ ଟାଟାଙ୍କ ଡ୍ରିମ ପୋଜେକ୍ଟ ଟାଟା ନାନୋକୁ ପ୍ରସ୍ତୁତ କରିଥିଲେ ଏହି ବ୍ୟକ୍ତି, ଏବେ ଅଛନ୍ତି ଇଡି

ନୂଆଦିଲ୍ଲୀ,୧୪।୧୨: ରତନ ଟାଟା ବିଶ୍ୱର ସବୁଠାରୁ ପ୍ରସିଦ୍ଧ ଭାରତୀୟ ଶିଳ୍ପପତିମାନଙ୍କ ମଧ୍ୟରୁ ଅନ୍ୟତମ। ସାରା ବିଶ୍ୱରେ ସମସ୍ତେ ରତନ ଟାଟାଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା କରନ୍ତ। ରତନ ଟାଟାଙ୍କ ଡ୍ରିମ ପ୍ରୋଜେକ୍ଟ ଟାଟା ନାନୋ ସେତେବେଳ ସମୟରେ ମାର୍କେଟରେ ଖୁବ୍‌ ଲୋକପ୍ରିୟ ହୋଇଥିଲା। ଲୋକଙ୍କ ଚାହିଦା ଅନୁସାରେ ଏହାର ବିକ୍ରି ମଧ୍ୟ ଅଧିକ ହେଉଥିଲା। ତେବେ ରତନ ଟାଟାଙ୍କ ଏହି ଡ୍ରିମ ପୋଜେକ୍ଟର ସଫଳ ରୂପକାର କିଏ ଜାଣନ୍ତି। ସେ ହେଲେ ଗିରିଶ ୱାଗ। ସେ ହିଁ ଟାଟା ନାନୋକୁ ଡିଜାଇନ କରିଥିଲେ।

ବର୍ତ୍ତମାନ ସେ ଟାଟା ମୋଟର୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେବା ସହ ଟାଟା ମୋଟର୍ସ କମର୍ସିଆଲ ଭେଇକିଲ୍ସର ଚେୟାରମ୍ୟାନ ମଧ୍ୟ ଅଛନ୍ତି। ରତନ ଟାଟାଙ୍କ ସ୍ବପ୍ନର କାର୍‌ ଡିଜାଇନ କରିଥିବା ଗିରିଶ ୱାଗ ପୁଣେର ମୂଳ ବାସିନ୍ଦା ଅଟନ୍ତି। ସେ ମହାରାଷ୍ଟ୍ର ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ମେକାନିକାଲ ଇଞ୍ଜିନିୟର ଏବଂ ମୁମ୍ବାଇ ବି-ସ୍କୁଲ ଏସପି ଜୈନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଆଣ୍ଡ ରିସର୍ଚ୍ଚରୁ ମ୍ୟାନୁଫ୍ୟାକ୍ଚରିଂରେ ମାଷ୍ଟର କରିଛନ୍ତି। ଟାଟା ନାନୋ ପୂର୍ବରୁ, ୱାଗ ଲୋକପ୍ରିୟ ଟାଟା ଏସ ମିନି ଟ୍ରକ ଡିଜାଇନ ପାଇଁ ଜଣାଶୁଣା ଥିଲେ। ୧୯୯୭ରେ ସେ ଇଣ୍ଡିକା ଭେଣ୍ଡର ଡେଭଲପଟିମର ଏକ ଅଂଶ ମଧ୍ୟ ଥିଲେ।

ଗିରିଶ ୱାଗ IDEA ଇନଷ୍ଟିଚ୍ୟୁଟ ଓ ଟାଟା ଡିଜାଇନ ଷ୍ଟୁଡିଓ ସହିତ ଟାଟା ନାନୋରେ କାମ କରିବା ଆରମ୍ଭ କରିଥିଲେ। ୨୦୦୮ରେ ସେ ଟାଟା ନାନୋ ଲଞ୍ଚ କରିଥିଲେ। ୨ ସିଲିଣ୍ଡର ଇଞ୍ଜିନ ଦ୍ୱାରା ଚାଳିତ ଟାଟା ନାନୋର ଦାମ ସେତେବେଳେ ୧ଲକ୍ଷ ଟଙ୍କା ଥିଲା। ଆରମ୍ଭରୁ ଏହି କାର ଭଲ ବିକ୍ରି ହୋଇଥିଲା। କିନ୍ତୁ ସମୟ ସାଥିରେ ଏହା ବିକ୍ରି ହ୍ରାସ ପାଇବାକୁ ଲାଗିଲା। ପରେ କମ୍ପାନୀ ଏହାକୁ ବନ୍ଦ କରିଦେଇଥିଲା। ତେବେ ଏହି ମଡେଲ ଆଗକୁ ନୂଆ ରୂପରେ ମାର୍କେଟରେ ଲଞ୍ଚ କରିବାକୁ ଯାଉଛି ବୋଲି ଶୁଣିବାକୁ ମିଳୁଛି।

Share