Posted inଖେଳ

ସଚିନଙ୍କ ବ୍ୟାଟ୍‌ରେ ୩୭ ବଲରୁ ଶତକ ହାସଲ କରିଥିଲେ ଏହି ପାକିସ୍ତାନ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ, ୪।୮- ବିସ୍ଫୋରକ ପାକିସ୍ତାନ ବ୍ୟାଟ୍ସମ୍ୟାନ ଶାହିଦ୍‌ ଆଫ୍ରିଦୀ ଏକଦିବସୀୟ କ୍ରିକେଟ୍‌ରେ ମାତ୍ର ୩୭ ବଲରୁ ଶତକ ହାସଲ କରିଛନ୍ତି। ୧୯୯୬ରେ ଅନୁଷ୍ଠିତ କେସିଏ ଟୁର୍ନାମେଣ୍ଟରେ ଆଫ୍ରିଦୀ ଶ୍ରୀଲଙ୍କା ବିପକ୍ଷରେ ସେ ଏହି ବିସ୍ଫୋରକ ଇନିଂସ ଖେଳି ଏକଦିବସୀୟ କ୍ରିକେଟ୍‌ରେ ଦ୍ରୁତତ୍ତମ ଶତକ ହାସଲ କରିବାର ବିଶ୍ୱରେକର୍ଡ ସୃଷ୍ଟି କରିଥିଲେ। ଦୀର୍ଘ ୧୮ ବର୍ଷ ପର୍ଯ୍ୟନ୍ତ ଆଫ୍ରିଦୀଙ୍କ ଏହି ରେକର୍ଡ ବଳବତ୍ତର ରହିଥିଲା। କିନ୍ତୁ ୨୦୧୫ରେ ଦକ୍ଷିଣ ଆଫ୍ରିକାର ଷ୍ଟାର୍‌ ବ୍ୟାଟ୍ସମ୍ୟାନ ଏବି ଡି ଭିଲର୍ସ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ମାତ୍ର ୩୧ ବଲରୁ ଶତକ ହାସଲ କରି ଏହି ରେକର୍ଡଙ୍କୁ ଭାଙ୍ଗି ଦେଇଥିଲେ।
ଅନେକ ହୁଏତ ଜାଣି ନ ଥିବେ ଆପ୍ରିଦୀ ଯେଉଁ ବ୍ୟାଟ୍‌ ଧରି ୩୭ ବଲରୁ ଶତକ ହାସଲ କରିଥିଲେ ତାହା କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ଥିଲା। ଜଣାପଡ଼ିଛି ଯେ, ସଚିନ ସେତେବେଳେ ଓ୍ବାକର ୟୁନିସ୍‌ଙ୍କୁ ସେହି ବ୍ୟାଟ୍‌କୁ ଗିଫ୍ଟ ଆକାରରେ ପ୍ରଦାନ କରିଥିଲେ। ଅନ୍ୟତମ ପାକିସ୍ତାନ କ୍ରିକେଟର୍‌ ଅଜହର ମେହମୁଦ କହିଛନ୍ତି, ‘୧୯୯୬ରେ ଆଫ୍ରିଦୀ ଓ ମୁଁ ପଦାର୍ପଣ କରିଥିଲୁ। ସେହି ସମୟରେ ଶ୍ରୀଲଙ୍କାର ଦୁଇ ଓପନର୍‌ ସନଥ୍‌ ଜୟସୁରିୟା ଓ ଉଇକେଟ୍‌କିପର କାଳୁଓ୍ବିତରଣ ସେମାନଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ବିଶ୍ୱ କ୍ରିକେଟ୍‌ରେ ବେଶ୍‌ ପରିଚିତ ଥିଲେ। ସେହି କାରଣରୁ ପାକିସ୍ତାନ ମଧ୍ୟ ୩ ନମ୍ବର ସ୍ଥାନରେ ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଖେଳାଇବାକୁ ଚାହୁଁଥିଲା। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ପାକିସ୍ତାନ ଯେତେବେଳେ ୬୦ ରନରେ ପ୍ରଥମ ଉଇକେଟ୍‌ ହରାଇଲା ଅଧିନାୟକ ସଇଦ୍‌ ଅନଓ୍ବର ଆଫ୍ରିଦୀଙ୍କୁ ୩ ନମ୍ବରରେ ବ୍ୟାଟିଂ ପାଇଁ ପଠାଇଥିଲେ। ପୂର୍ବଦିନ ନେଟ୍ସରେ ଆଫ୍ରିଦୀ ସ୍ପିନରଙ୍କୁ ଆଟାକ୍‌ କରି ଖେଳିଥିବାରୁ ଆକ୍ରମ ତାଙ୍କ ଉପରେ ଭରସା କରି ଉପର ଅର୍ଡରରେ ବ୍ୟାଟିଂ ଛାଡ଼ିଥିଲେ। ଆଫ୍ରିଦୀ ମ୍ୟାଚ୍‌ରେ ୧୧ ଛକା ଓ ୬ ଚୌକା ସହାୟତାରେ ମାତ୍ର ୩୭ ବଲରୁ ଶତକ ହାସଲ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ତେନ୍ଦୁଲକର ଯେଉଁ ବ୍ୟାଟ୍‌ ୟୁନିସଙ୍କୁ ଗିଫ୍ଟ ଦେଇଥିଲେ, ସେହି ବ୍ୟାଟ୍‌ ଧରି ଆଫ୍ରିଦୀ ଏହି ବିସ୍ଫୋରକ ଇନିଂସ ଖେଳିଥିଲେ’ ବୋଲି ଅଜହର ଏକ ସାକ୍ଷାତ୍‌କାର ଅବସରରେ ପ୍ରକାଶ କରିଛନ୍ତି। ଏହି ମ୍ୟାଚ୍‌ରେ ଆଫ୍ରିଦୀ ଓ ଅନ୍‌ଓ୍ବର (୧୧୫)ଙ୍କ ଶତକ ବଳରେ ପାକିସ୍ତାନ ୩୭୧/୯ ସ୍କୋର କରିଥିଲା। ଜବାବରେ ଶ୍ରୀଲଙ୍କା ଅରବିନ୍ଦ ଡି ସିଲ୍‌ଭା (୧୨୨)ଙ୍କ ଶତକ ସତ୍ତ୍ୱେ ୨୮୯ ରନରେ ସୀମିତ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଲଡ଼ା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ପ୍ରସଙ୍ଗ ଅନାସ୍ଥା ବୈଠକ କରିବାକୁ ଜିଲାପାଳଙ୍କୁ ଦାବିପତ୍ର

ନନ୍ଦପୁର,୨୭ା୨(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ବାଲଡ଼ା ପଞ୍ଚାୟତ ସରପଞ୍ଚ ବିକ୍ରମ ସୀସାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ସମ୍ପର୍କିତ ବୈଠକ ଶୀଘ୍ର କରିବାକୁ…

ବାବୁଲ ସୁପ୍ରିୟୋ, ପୂର୍ବ DGP ରାଜୀବ କୁମାର…ରାଜ୍ୟ ସଭା ପାଇଁ ଏହି ୪ ପ୍ରାର୍ଥୀଙ୍କ ଉପରେ ଭରସା କଲେ ମମତା

କୋଲକାତା,୨୭।୨: ପଶ୍ଚିମବଙ୍ଗର ୫ଟି ରାଜ୍ୟ ସଭା ଆସନ ପାଇଁ ଶୁକ୍ରବାର ତୃଣମୂଳ କଂଗ୍ରେସ ନିଜର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଦଳ ଏଥର ପ୍ରଶାସନିକ ଅଭିଜ୍ଞତା, ଆଇନଗତ…

କର୍ଣ୍ଣାଟକରେ ପ୍ରେମୀଯୁଗଳଙ୍କ ମୃତ୍ୟୁ: ମୃତଦେହ ଗାଁକୁ ଆଣିବା ପାଇଁ ପୋଲିସ, ପ୍ରଶାସନ ନିକଟରେ ନିବେଦନ

ଗୁଣପୁର, ୨୭।୨ (ସଂକେତ ପାତ୍ର ): ପ୍ରଥମେ ଭଲ ପାଇଲେ, ପରେ ବାହା ହେଲେ। ବାହାଘର ପରେ କାମ ଅନ୍ବେଷଣରେ କର୍ଣ୍ଣାଟକ ଚାଲିଯାଇଥିଲେ। ସେଠାରେ କୌଣସି କାରଣରୁ…

ପୌର ପରିଷଦରେ ବ୍ୟାପକ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବି ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଦାବିପତ୍ର

ଗୁଣପୁର, ୨୭।୨ (ସଂକତେ ପାତ୍ର/ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବିଜେଡି ପକ୍ଷରୁ ଶୁକ୍ରବାର ବିଭିନ୍ନ ପ୍ରସଙ୍ଗକୁ ନେଇ ଶୋଭାଯାତ୍ରା ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l…

ମଲା କୁକୁଡ଼ା ମାଂସ ଖାଇ ୪ ମହିଳା ଗୁରୁତର

କଲ୍ୟାଣସିଂହପୁର, ୨୭।୨ (ଦୀପକ କୁମାର ପରିଡା ): ମଲା କୁକୁଡ଼ା ମାଂସ ଖାଇ ଗୋଟିଏ ପରିବାରର ୪ ଜଣ ମହିଳା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।…

ଟିମ୍‌ ଇଣ୍ଡିଆକୁ ଫେରିବେ ରିଙ୍କୁ ସିଂ, ପିତାଙ୍କୁ ହରାଇଥିବା ସତ୍ତ୍ୱେ ଦେଶ ପାଇଁ ନେଲେ ବଡ଼ ନିଷ୍ପତ୍ତି 

ନୂଆଦିଲ୍ଲୀ,୨୭।୨: ଭାରତୀୟ କ୍ରିକେଟର ଯୁବ ତାରକା ରିଙ୍କୁ ସିଂ ବର୍ତ୍ତମାନ ନିଜ ଜୀବନର ସବୁଠାରୁ କଷ୍ଟକର ସମୟ ଦେଇ ଗତି କରୁଛନ୍ତି। ଟି-୨୦ ବିଶ୍ୱକପ ୨୦୨୬ ଅଭିଯାନ…

ବରଗଡ଼ରେ ଲଜ୍ଜା: ୧୨ ବର୍ଷୀୟ ନାବାଳିକାଙ୍କୁ ବଳାତ୍କାର, ଜଣେ ବ୍ୟକ୍ତିଙ୍କୁ ଅଟକ ରଖି…

ବରଗଡ଼,୨୭।୨(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲା ସଦର ଥାନା ଅଞ୍ଚଳରେ ଜଣେ ନାବାଳିକା(୧୨)ଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ଏ ନେଇ ଶୁକ୍ରବାର ବରଗଡ଼ ସଦର ଥାନାରେ ପୀଡିତାଙ୍କ ପରିବାର…

IPL ୨୦୨୬: ୩୦ ଦିନ ପୂର୍ବରୁ ବଦଳିଲା କାର୍ଯ୍ୟସୂଚୀ, ଏବେ ଏହି ତାରିଖରୁ ଆରମ୍ଭ ହେବ ୧୯ତମ ସିଜନ୍‌

ନୂଆଦିଲ୍ଲୀ,୨୭।୨: ଆଇସିସି ଟି-୨୦ ବିଶ୍ୱକପ୍‌ ୨୦୨୬ର ଉତ୍ସାହ ମଧ୍ୟରେ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବିଶ୍ୱକପ୍‌ ଶେଷ ହେବାର ମାତ୍ର କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri