Posted inଖେଳ

ଟି-୨୦ରେ ଗେଲ୍‌-କୋହଲିଙ୍କଠାରୁ ଆହୁରି ବିପଜ୍ଜନକ ଏହି ବ୍ୟାଟ୍ସମ୍ୟାନ୍‌

ଲଣ୍ଡନ,୨୨।୭: ପାକିସ୍ତାନର ଉଇକେଟ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନ ଟି -୨୦ କ୍ରିକେଟରେ ଦଳର ସବୁଠାରୁ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଭାବରେ ଉଭା ହୋଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଶେଷ ଟି -୨୦ ମ୍ୟାଚରେ ଅପରାଜିତ ୭୬ ରନ୍‌ର ଇନିଂସ ଖେଳିଥିଲେ ଏବଂ ଟି -୨୦ରେ ୧୦୦୦ ରନ ମଧ୍ୟ ପୂରଣ କରିଥିଲେ। ଏହି ବର୍ଷ ରିଜୱାନ କ୍ରିକେଟର୍‌ରେ ହଇଚଇ ସୃଷ୍ଟି କରିଛନ୍ତି। ୨୦୨୧ରେ ସେ ହାରାହାରି ୧୦୦.୮୫ରେ ୧୩ଟି ଟି-୨୦ରେ ୭୦୬ ରନ ସଂଗ୍ରହ କରିଛନ୍ତି। ରିଜୱାନ ୧୪୦ ଷ୍ଟ୍ରାଇକର ହାରରେ ୧୩ ଇନିଂସରେ ଏକ ଶତକ ଏବଂ ସାତ ଅର୍ଦ୍ଧଶତକ ହାସଲ କରିଛନ୍ତ। ବିଶେଷ କଥା ହେଉଛି ସେ ମଧ୍ୟ ୬ଥର ନଟ୍‌ଆଉଟ୍‌ ଅଛନ୍ତି।
ରିଜଓ୍ବାନ୍‌ଙ୍କୁ ପ୍ରଥମେ ଡିସେମ୍ବର ୨୦୨୦ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖୋଳିବାର ସୁଯୋଗ ମିଳିଥିଲା। ଓପନର୍‌ ହେବା ମାତ୍ରେ ରିଜୱାନ ରନ ସ୍କୋର କରିବା ଆରମ୍ଭ କରିଥିଲେ। ଓପନିଂ ବେଳେ ରିଜୱାନ ୧୬ ଇନିଂସରେ ୮୩୪ ରନ ସଂଗ୍ରହ କରିଛନ୍ତି। ତାଙ୍କର ସର୍ବାଧିକ ସ୍କୋର ହେଉଛି ୧୦୪। ସେ ଏବଂ ବାବର ଆଜାମଙ୍କ ଓପନିଂ ଯୋଡି ଏହି ସମୟରେ ଟି -୨୦ କ୍ରିକେଟରେ ସବୁଠାରୁ ବିପଜ୍ଜନକ ବୋଲି ବିବେଚନା କରାଯାଏ। ମହମ୍ମଦ ରିଜୱାନ ଟି -୨୦ ରେ ମାତ୍ର ୩୧ ଇନିଂସରେ ୧୦୦୦ ରନ ପୂରଣ କରିଛନ୍ତି। ସେ ପାକିସ୍ତାନ ପାଇଁ ୩୯ଟି ମ୍ୟାଚରେ ହାରାହାରି ୪୮.୫୨ରେ ରନ ସଂଗ୍ରହ କରିଛନ୍ତି। ତାଙ୍କ ନାମରେ ଗୋଟିଏ ଶତକ ଏବଂ ୮ଟି ଅର୍ଦ୍ଧଶତକ ଅଛି । ଟି -୨୦ରେ ୭୫୦ରୁ ଅଧିକ ରନ ସ୍କୋର କରିଥିବା ଖେଳାଳିଙ୍କ ମଧ୍ୟରେ ରିଜୱାନ ହାରାହାରିରେ ଦ୍ୱିତୀୟ ଶ୍ରେଷ୍ଠ। ହାରାହାରି ଦୃଷ୍ଟିରୁ କେବଳ ବିରାଟ କୋହଲି (୫୨.୬୫) ତାଙ୍କଠାରୁ ଆଗରେ ଅଛନ୍ତି। ବାବର ଆଜାମ (୪୬.୮୦) ତୃତୀୟ ସ୍ଥାନରେ ଅଛନ୍ତି।
ରିଜୱାନ ଚଳିତ ବର୍ଷ ଟି -୨୦ ବ୍ୟତୀତ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ ସ୍କୋର କରିଥିଲେ। ଜବରଦସ୍ତ ଫର୍ମରେ ଥିବା ରିଜଓ୍ବାନ ୨୦୨୧ ମସିହାରେ ହାରାହାରି ୫୦ରେ ୫ ଟେଷ୍ଟ ମ୍ୟାଚରେ ୩୦୩ ରନ ସ୍କୋର କରିଛନ୍ତି। ସେହିପରି ଦିନିକିଆ କ୍ରିକେଟରେ ୪୧ଟି ମ୍ୟାଚରେ ରିଜୱାନ ୮୬୪ ରନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri