ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ସୁନାର ଖଣି : ପଞ୍ଚମ ଲକର୍‌ରୁ ମିଳିଲା ଏତେ ପରିମାଣର… ଦେଖିକି ଭିଜିଲାନ୍ସ ତାଜୁବ

ବାଲିଗୁଡା, ୮।୬:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ସହକାରୀ ନିର୍ବାହୀ ଯନ୍ତ୍ରୀ ବେକୁଣ୍ଠ ନାଥ ବେହେରାଙ୍କ ପଞ୍ଚମ ଲକରକୁ ଓଡ଼ିଶା ଭିଜିଲାନ୍ସ ଟିମ ସୋମବାର ଖୋଲିଛି। ସେଥିରୁ ୭୦୩ ଗ୍ରାମ ସୁନା ଠାବ ହୋଇଛି। ଏଯାଏ ମୋଟ ୧୨୫୫ ଗ୍ରାମ ସୁନା ମିଳିଛି। କୁବେର ଆଇଟିଡିଏ ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ଘରେ ସୁନାର ଖଣି ଦେଖଖି ଭିଜିଲାନ୍ସ ଚକିତ ହୋଇଯାଇଛି। । ବର୍ତ୍ତମାନ ସୁଦ୍ଧା ବାବୁଙ୍କ ଘରୁ ବାହାରିଲାଣି ୧ କେଜିରୁ ଅଧିକଓଜନର ସୁନା। ବେହେରାଙ୍କ ସରକାରୀ ବାସଗୃହରେ ଚଢାଉ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦଲିଲ ଓ କାଗଜପତ୍ର ଜବତ କରିଛି। ବିପୁଳ ପରିମାଣର ହିସାବ ବିହୀନ ସମ୍ପତ୍ତି ଠାବ ହେବା ପରେ ଏବଂ ସନ୍ତୋଷଜନକ ଉତ୍ତର ଦେବାରେ ବିଫଳ ହେବାରୁ ଗତ ରବିବାର ଓଡ଼ିଶା ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଥିଲା । ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ, ବୈକୁଣ୍ଠନାଥ ବେହେରାଙ୍କ ନାମରେ ୫ଟି ବହୁମହଲା ବିଶିଷ୍ଟ କୋଠା ରହିଛି, ଯାହାର ମୋଟ ବିଲ୍ଟ-ଅପ ଏରିଆ ୨୦,୦୦୦ ବର୍ଗଫୁଟରୁ ଅଧିକ ହେବ । ଏହା ମଧ୍ୟରୁ କେବଳ ଭୁବନେଶ୍ୱରରେ ୪ଟି ବିଳାସପୂର୍ଣ୍ଣ କୋଠା ରହିଛି । ଏହା ସହିତ ତାଙ୍କର ୧୪ଟି ମୂଲ୍ୟବାନ ପ୍ଲଟ, ୨.୦୪ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ନଗଦ ଅର୍ଥ ଏବଂ ୪୫ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଥିବା ଜଣାପଡ଼ିଛି। ତେବେ ସୋମବାର ସୁଦ୍ଧା ତଦନ୍ତ ମଧ୍ୟ ଜାରି ରହିଥିବା ଭିଜିଲାନ୍ସ ସୂଚନା ଦେଇଛି। ତଦନ୍ତ ଶେଷ ପରେ ଆହୁରି ସମ୍ପତ୍ତି ପରିମାଣ ବଢିବ ବୋଲି ଆଶଙ୍କା କରାଯାଉଛି। ଏହି ବଡ଼ ଚଢାଉରେ ଭିଜିଲାନ୍ସ ପୋଲିସର ୨ ଜଣ ଅତିରିକ୍ତ ଏସ୍ପି, ୫ ଜଣ ଡିଏସ୍ପି, ୬ ଜଣ ଇନ୍‌ସପେକ୍ଟର ଏବଂ ଅନ୍ୟ ଭିଜିଲାନ୍ସ ପୋଲିସ ସାମିଲ ଅଛନ୍ତି । ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ବାଲିଗୁଡା ଆଇଟିଡିଏର ସହକାରୀ ବୈକୁଣ୍ଠନାଥ ଯନ୍ତ୍ରୀ ବେହେରାଙ୍କ ବିଭିନ୍ନ ଠିକଣାରେ ଚଢାଉ ଜାରି ରହିଛି ।

Odisha’s No.1 Odia Daily

Share