Posted inଫୁରସତ

ସାପ ମୁଣ୍ଡକୁ ଚୁମ୍ବନ ଦେଇ କାତି ଛଡ଼ାଇବାକୁ ଲାଗିଲେ ଏହି ବ୍ୟକ୍ତି: ଦେଖନ୍ତୁ ଲୋମଟାଙ୍କୁରା ଭିଡ଼ିଓ

ସାରା ବିଶ୍ୱରେ ଅନେକ ପ୍ରଜାତିର ସାପ ଅଛନ୍ତି, ସେମାନଙ୍କ ମଧ୍ୟରୁ କେତେକ ଶାନ୍ତିପୂର୍ଣ୍ଣ ଏବଂ କେତେକ ଅତ୍ୟନ୍ତ ଭୟାନକ। କିଛି ଲୋକ ସାପ ବିଷୟ ଉଠିଲା ମାତ୍ରେ ଭୟଭୀତ ହୁଅନ୍ତି। କିନ୍ତୁ କିଛି ଲୋକ ଅଛନ୍ତି ସାପଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ଭାବେ ନଜର ଆସନ୍ତି। ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଜଣେ ବ୍ୟକ୍ତି ପ୍ରଥମେ ସାପର କପାଳକୁ ଚୁମ୍ବନ ଦେଇଥାଏ ଏବଂ ତା’ପରେ ଆରାମରେ ସାପର କାତିକୁ ହାତରେ କାଢୁଥିବାର ଦେଖାଯାଏ। ଭିଡିଓରେ ଥିବା ବ୍ୟକ୍ତିଙ୍କ ଏହି ଭୟାନକ କାର୍ଯ୍ୟକୁ ଦେଖି ନିଶ୍ଚିତ ଭାବରେ ଲୋମ ଟାଙ୍କୁରି ଉଠିବ।
ଭିଡିଓରେ ଏହା ଦେଖିବାକୁ ମିଳେ ଯେ, ଜଣେ ବ୍ୟକ୍ତି କିପରି ନିଜ ହାତରେ ସାପର କାତି ହଟାଉଛନ୍ତି। ଏଥିପାଇଁ ସର୍ବପ୍ରଥମେ ସେ ସାପର କାତିକୁ ପାଟି ପାଖରେ ଧରି ରଖନ୍ତି ଏବଂ ପରେ ଧୀରେ ଧୀରେ ଏହାକୁ ବାହାର କରିବା ଆରମ୍ଭ କରନ୍ତି। ଏହି ସମୟରେ ସାପ ମଧ୍ୟ ଚର୍ମକୁ ସଙ୍କୁଚିତ କରୁଥିବା ଦେଖାଯାଏ। ସାପର ଶୈଳୀକୁ ଦେଖିଲେ ଲାଗୁଛି ଯେପରି ସେ ମଧ୍ୟ ଚାହୁଁଛି ଯେ ବ୍ୟକ୍ତି ଜଣକ ସହଜରେ ତା’ କାତି ଛଡାଇ ଦିଅନ୍ତୁ। ବ୍ୟକ୍ତି ଜଣକ ବର୍ଷ ବର୍ଷ ଧରି ପୋଷା ସାପକୁ କାତି ଛଡାଇବାରେ ସାହାଯ୍ୟ କରିଆସୁଛନ୍ତି।
ଏହା କୁହାଯାଉଛି ଯେ ଏହା ଏକ ଇଷ୍ଟର୍ନ ଇଣ୍ଡିଗୋ ଚର୍ମ, ଯାହା ବିଷାକ୍ତ ନୁହେଁ ଏବଂ ଆମେରିକାରେ ମିଳିଥାଏ। ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ @therealtarzann ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି।

 

View this post on Instagram

 

A post shared by Mike Holston (@therealtarzann)


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri