କେବେ ବାହାରିବ କହି ହେବନାହିଁ

ଭୁବନେଶ୍ୱର,୧୭।୭(ବ୍ୟୁରୋ): ଯୁକ୍ତ ୨ ପରୀକ୍ଷାଫଳ ବାହାରିବା ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଶୁକ୍ରବାର ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଭାଗୀୟ ମନ୍ତ୍ରୀ। କେବେ ବାହାରିବ କହି ହେବନାହିଁ ବୋଲି ସେ କହିଛନ୍ତି। ଏଯାଏ ଯୁକ୍ତ ୨ ଖାତା ଦେଖା ସରିନି, ତେଣୁ ରେଜଲ୍ଟ କଥା କହି ହେବନି। ଶନିବାର ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ଜିଲାପାଳ, ଏସ୍‌ପି, ଡିଏସ୍‌ପିଙ୍କୁ ଲେଖିଥିଲେ। ସଟ୍‌ଡାଉନ୍‌ ବେଳେ ଖାତା ଦେଖା ବ୍ୟବସ୍ଥା କରିବାକୁ ଚିଠି ଲେଖିଥିଲେ। ଲକ୍‌ଡ଼ାଉନ୍‌ ହେବାକୁ ଥିବା ୪ ଜିଲାରେ ୩୫ ମୂଲ୍ୟାୟନ କେନ୍ଦ୍ର ରହିଛି। ଜିଲାପାଳମାନେ ଜିଲାର ଅବସ୍ଥା ଦେଖି ବିଚାର କରିବେ ବୋଲି ସେ କହିଛନ୍ତି।