ଏବକାର ଭାରତ-ପାକିସ୍ତାନ

୧୯୯୦ ଦଶକରୁ ଆରମ୍ଭ କରି ଏଇ ବିଗତ କିଛିବର୍ଷ ପର୍ଯ୍ୟନ୍ତ ଭାରତ ହାଇଫେନ୍‌ ଦୂରୀକରଣ (ଅର୍ଥାତ୍‌ ନିଜକୁ ସ୍ବତନ୍ତ୍ର ଭାବେ ଉପସ୍ଥାପନ କରିବା) ଉପରେ ଗୁରୁତ୍ୱ ଦେଇ ଆସୁଛି। ଏହି ଆଲୋଚ୍ୟ ହାଇଫେନ୍‌ଟି ବିଶେଷକରି ‘ଇଣ୍ଡୋ-ପାକ୍‌’ ବା ‘ଭାରତ-ପାକିସ୍ତାନ’ ଭିତରେ ଥିବା ହାଇଫେନ୍‌କୁ ସୂଚିତ କରୁଛି (ଅର୍ଥାତ୍‌ ଭାରତ ଓ ପାକିସ୍ତାନକୁ ଏକାଠି କରି ଦେଖାଯାଉଛି)। ଏହି ଦୁଇଟିଯାକ ଦେଶ ଭିତରୁ କୋଉ ଗୋଟିକୁ ବି ଅନ୍ୟର ଛାୟାଠାରୁ ଅଲଗା କରି ବିଶ୍ୱର କୌଣସି ଦେଶ ଦେଖନ୍ତି ନାହିଁ। ଏହି ବିଚାରଧାରା ଦୃଷ୍ଟିରୁ କ୍ଲିଣ୍ଟନ ପ୍ରଶାସନର ଜଣେ ଗୁରୁତ୍ୱପୂର୍ଣ୍ଣ ପଦାଧିକାରୀ ରବିନ ରାଫେଲଙ୍କ ସମେତ ଅନ୍ୟ ଆମେରିକୀୟ କୂଟନୀତିଜ୍ଞମାନେ ଭାରତ ଗସ୍ତରେ ଆସୁଥିବାବେଳେ ପାକିସ୍ତାନ ଗସ୍ତରେ ଯାଇଛନ୍ତି। ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ‘ସନ୍ତୁଳନ’ ରକ୍ଷା କରିବା ପାଇଁ ସେମାନେ ଏଭଳି ବାର୍ତ୍ତା ଦେବାକୁ ଚାହାନ୍ତି। ଏପରି କି ୨୦୦୦ରେ ରାଷ୍ଟ୍ରପତି କ୍ଲିଣ୍ଟନ ଭାରତ ଗସ୍ତରେ ଆସି ଫେରିବା ବାଟରେ ପାକିସ୍ତାନରେ କିଛି ଘଣ୍ଟା ରହିଥିଲେ।
ଭାରତ ତାହାର ପଡ଼ୋଶୀ ତଥା ସନ୍ତ୍ରାସବାଦକୁ ପ୍ରୋତ୍ସାହନ ଦେଉଥିବା ଦେଶକୁ ବିରୋଧ କରୁଥିବାରୁ ଏବଂ ନିଜକୁ ବୃହତ୍‌ ଶକ୍ତି, ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ର ଭାବୁଥିବାରୁ ହାଇଫେନ୍‌ ବିଚାରକୁ ଭଲ ପାଏନାହିଁ, ଅର୍ଥାତ୍‌ ନିଜକୁ ପୃଥକ୍‌ ଭାବେ ଦେଖିବାକୁ ଚାହେଁ। ୧୯୯୮ରେ ଭାରତ-ପାକିସ୍ତାନ ମଧ୍ୟରେ ବୈଦେଶିକ ସମ୍ପର୍କ ଛିନ୍ନ ହୋଇଥିଲା। ସେତେବେଳେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ଭାରତ ମେ’ ମଧ୍ୟଭାଗରେ ପରମାଣୁ ଅସ୍ତ୍ର ପରୀକ୍ଷଣ କରିବା ପରେ ନଓ୍ବାଜ ସରିଫ୍‌ଙ୍କ ନେତୃତ୍ୱାଧୀନ ପାକିସ୍ତାନ ୨୮ ମେ’ରେ ସମାନ କାର୍ଯ୍ୟ କରିଥିଲା। ୧୯୯୯ରେ କାର୍‌ଗିଲ ଯୁଦ୍ଧ ହୋଇଥିଲା। ପରମାଣୁ ଅସ୍ତ୍ରଧାରୀ ଦୁଇ ଦେଶ ପାରମ୍ପରିକ ଧାରାରେ ଲଢ଼ିଥିବା ବିଶ୍ୱ ଦେଖିଥିଲା। କ୍ଲିଣ୍ଟନ ଏ କ୍ଷେତ୍ରରେ ଆଗକୁ ଆସି ପାକିସ୍ତାନକୁ କାର୍‌ଗିଲରୁ ସେନା ପ୍ରତ୍ୟାହାର କରିବା ପାଇଁ ଚାପ ପକାଇଥିଲେ। ଏହା ପରେ ଦୁଇଟି ଘଟଣା ଘଟିଥିଲା, ଯାହା ହାଇଫେନ୍‌କୁ ଦୂର କରିଥିଲା, ଅର୍ଥାତ୍‌ ଦୁଇ ଦେଶକୁ ଅଲଗା ଭାବେ ଦେଖାଯାଇଥିଲା। ପ୍ରଥମଟି ହେଲା ୧୧ ସେପ୍ଟେମ୍ବର ୨୦୦୧ରେ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ଆକ୍ରମଣ ପରେ ଆମେରିକା ସନ୍ତ୍ରାସବାଦ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା। ତାଲିବାନ ନିୟନ୍ତ୍ରିତ ଆଫ୍‌ଗାନିସ୍ତାନ ଉପରେ ଆକ୍ରମଣ କରିବା ପାଇଁ ପାକିସ୍ତାନର ଆବଶ୍ୟକତା ଥିଲା । ଆମେରିକା / ନାଟୋ ମିଲିଟାରି ପାଇଁ ସମସ୍ତ ଇନ୍ଧନ ଓ ଅସ୍ତ୍ରଶସ୍ତ୍ର ସମୁଦ୍ରପଥରେ ପାକିସ୍ତାନ ଦେଇଯାଇଥିଲା। ଜେନେରାଲ ପରଭେଜ ମୁଶରଫ୍‌ ଏହାକୁ ଗ୍ରହଣ କରିଥିଲେ ଏବଂ ନଓ୍ବାଜ ସରିଫ୍‌ଙ୍କୁ ବିରୋଧକରି ଶାସନ ଦଖଲ କରିବା କାର୍ଯ୍ୟକୁ ଅଣଦେଖା କରାଯାଇଥିଲା। ବୈଶ୍ୱିକ ସ୍ତରରେ ମୁଶରଫ୍‌ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବାରୁ ଭାରତ ଈର୍ଷାଳୁ ହୋଇପଡ଼ିଥିଲା। କିନ୍ତୁ ବାଜପେୟୀ ଏଭଳି ଘଟଣାରୁ ନିଜକୁ ଦୂରେଇ ରଖିଥିଲେ। ପରେ ଆମେରିକୀୟମାନେ ପ୍ରଥମ ଥର ପାଇଁ ‘ଆଫ୍‌-ପାକ୍‌’ ଶବ୍ଦ କହିବାକୁ ଲାଗିଲେ। ଫଳରେ ‘ଭାରତ-ପାକିସ୍ତାନ’ ହାଇଫେନ୍‌ ଫିକା ପଡ଼ିଗଲା। ଦ୍ୱିତୀୟ କାରଣର ସବୁଠୁ ଭଲ ଉଦାହରଣ ହେଲା ‘ଭାରତ ଉଦୟ’ ଶବ୍ଦ। ଏହି କ୍ରମରେ ଆର୍ଥିକ ଅଭିବୃଦ୍ଧି ପରିପ୍ରେକ୍ଷୀରେ ଭାରତ ଚାଇନା ସହ ସମାନ ହୋଇଗଲା ବୋଲି ବିଜ୍ଞାପନ ଅଭିଯାନ ଆରମ୍ଭ ହୋଇଥିଲା। ୨୦୦୪ରେ ଉପା ସରକାରର ମନ୍ତ୍ରୀ ଜୟରାମ ରମେଶ ‘ଚିଣ୍ଡିଆ’ (ଚାଇନା-ଇଣ୍ଡିଆ) ଶବ୍ଦ ଆଣିଥିଲେ ଏବଂ ଆଶା ଥିଲା, ଭବିଷ୍ୟତରେ ଆହ୍ବାନଗୁଡ଼ିକୁ ସାମ୍ନା କରିବା ପାଇଁ ଚାଇନା ଓ ଭାରତ ସହଯୋଗଭିତ୍ତିରେ ଏକାଠି କାମ କରିପାରିବେ। ଦୁର୍ଭାଗ୍ୟବଶତଃ ‘ଚିଣ୍ଡିଆ’ ବେଶିଦିନ ଶବ୍ଦ ରହିଲା ନାହିଁ। ଭାରତ କେବଳ କିଛି ପ୍ରତିଶ୍ରୁତି ଦେଇଥିଲା ଏବଂ ତାହା ଲୋକଦେଖାଣିଆ ଥିଲା। ସତ କହିବାକୁ ଗଲେ ‘ଚିଣ୍ଡିଆ’ ଶବ୍ଦ ପୂରା ଖରାପ ନ ଥିଲା। ଦେଖନ୍ତୁ, ପାକିସ୍ତାନ ସହ ଭାରତ ରହିବାକୁ ଅରାଜି ହେବା ପଛରେ ସ୍ପଷ୍ଟତଃ ଅସନ୍ତୋଷ ରହିଥିଲା। ଆମେ ନିଜକୁ ଶ୍ରେଷ୍ଠ ଭାବେ ଦେଖିବାକୁ ଚାହିଁଲୁ ଏବଂ ତା’ ସହ ସମ୍ପର୍କ ରଖିଲୁ ନାହିଁ। ବାସ୍ତବତା ହେଉଛି ସେତେବେଳେ ଭାରତ ସୁବିଧାରେ ଥିଲା ଏବଂ ଏବେ ବି ସେହି ସ୍ଥିତିରେ ଅଛି।
ଜାତିସଂଘର ଆଲୋଚନା ମଞ୍ଚରେ ଭାରତ ତାହାର ମନୋଭାବ ପ୍ରକାଶ କରିଛି ଏବଂ ଆମ କୂଟନୀତିଜ୍ଞମାନେ ପାକିସ୍ତାନ ଉପରେ କହୁଥିବାବେଳେ ସେଭଳି ଭାବନା ଅନ୍ୟ ଦେଶଗୁଡ଼ିକ କ୍ଷେତ୍ରରେ ପ୍ରଦର୍ଶନ କରିନାହାନ୍ତି। ପାକିସ୍ତାନକୁ ବିରୋଧ କରିବା ବା ମୁକାବିଲା କରିବା ସବୁଠୁ ସନ୍ତୋଷଜନକ ସ୍ଥିତି; ଯେଉଁଥିରେ ଭାରତୀୟ ବ୍ୟବସ୍ଥା ନିଜକୁ ସବୁଠୁ ସୁବିଧାଜନକ ମଣିଥାଏ। ବିଶେଷକରି ଏହା ଭାଜପା ନେତୃତ୍ୱାଧୀନ ଭାରତ ପାଇଁ ସତ। ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ସମେତ ରଣନୀତି ବ୍ୟାପାର ସହ ଜଡ଼ିତ ଗୋଷ୍ଠୀ ପାକିସ୍ତାନ ବିରୋଧରେ ଯୁଦ୍ଧ ପାଇଁ ଉତ୍ସାହୀ ଥିବା ଲକ୍ଷ୍ୟ କରିପାରିବା। ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆରେ ସେମାନଙ୍କର ବିଭ୍ରାନ୍ତିକର ମତ ଏବଂ ଟିଭିରେ ବିତର୍କସବୁ ସାମ୍ନାକୁ ଆସୁଛି। ଏପରି କି ପାକିସ୍ତାନ ବିରୋଧୀ ଅଭିଯାନରେ ଭାରତୀୟ ନାଗରିକମାନେ ଅଧିକ ଭାଗ ନେଉଛନ୍ତି। ସମ୍ଭବତଃ ବିଶ୍ୱ ଭାରତ-ପାକିସ୍ତାନକୁ ଏକାଠି ଦେଖୁ ବୋଲି ଆମେ ନ ଚାହଁି ସେଥିରୁ ଆନନ୍ଦ ଅନୁଭବ କରିବାକୁ ଚାହଁୁଛୁ। କିନ୍ତୁ ଏହା ଭାରତ-ପାକିସ୍ତାନ ହାଇଫେନ୍‌ ଦୂରୀକରଣର ବିରୋଧାଭାସ। ପାକିସ୍ତାନ ସହ ଏକାଠି ରହିବା ଆମେ ଚାହିଁବା ଦରକାର ଓ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ। ଏଦିଗରେ ଶିକ୍ଷାବିତ୍‌ ଷ୍ଟିଫେନ୍‌ କୋହେନଙ୍କ ଦୃଷ୍ଟିକୋଣ ହେଉଛି, ”ବ୍ୟବସ୍ଥାଗତ ଦୃଷ୍ଟିରୁ ଭାରତ-ପାକିସ୍ତାନ ସମ୍ପର୍କ କ୍ଷତିକାରକ। ଏହା ହେଉଛି ଏକ ବିଶେଷ ଘଟଣା, ଯାହାକୁ ମୁଁ ଯୁଗ୍ମ ସଂଖ୍ୟାଲଘୁ ସଂଘର୍ଷ ବୋଲି କୁହେ। ଏହି ସବୁ ପରିସ୍ଥିତିରେ ଉଭୟ ପକ୍ଷ ନିଜକୁ ସୁରକ୍ଷିତ, ସଙ୍କଟଗ୍ରସ୍ତ, ସୀମିତ ଏବଂ ବିପଦଗ୍ରସ୍ତ ମଣନ୍ତି। ସେମାନଙ୍କର କ୍ଷମତା ପରିସର କ୍ଷୁଦ୍ର, ଅର୍ଥାତ୍‌ ପାରମ୍ପରିକ ନୈତିକତା ସେମାନଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ। ୨୦୧୯ରୁ କୋହେନଙ୍କ ଦେହାନ୍ତ ଘଟିଲାଣି ଏବଂ ବିଶ୍ୱ ଅନେକ ବର୍ଷ ହେଲା ହାଇଫେନ୍‌କୁ ବ୍ୟବହାର କରିନାହିଁ। କିନ୍ତୁ ବେଳେବେଳେ ଘଟଣାଗୁଡ଼ିକ ଆମକୁ ଏଥିସହିତ ଯୋଡ଼ିବାକୁ ସୁଯୋଗ ଦିଏ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri