ନୂଆଦିଲ୍ଲୀ,୨୨।୨: ଭାରତ ଏବଂ ବାଂଲାଦେଶ ମ୍ୟାଚ ପାଇଁ ଚାମ୍ପିଅନ୍ସ ଟ୍ରଫି 2025 ବ୍ରାଣ୍ଡ ଆମ୍ବାସାଡର ଶିଖର ଧାୱନ ଦୁବାଇରେ ପହଞ୍ଚିଥିଲେ। ଏହି ମ୍ୟାଚ ସମୟରେ ଧାୱନଙ୍କୁ ଜଣେ ମିଷ୍ଟ୍ରି ଗାର୍ଲଙ୍କ ସହିତ ଦେଖିବାକୁ ମିଳିଥିଲା। କୁହାଯାଉଛି ଧାୱନ ଏହି ମହିଳାଙ୍କୁ ଡେଟ କରୁଛନ୍ତି । ଏହାକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି। କିନ୍ତୁ ଧାୱନ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ରିପୋର୍ଟ ଅନୁସାରେ, ଧାୱନଙ୍କ ସହିତ ଦେଖାଯାଇଥିବା ମହିଳା ଆୟରଲାଣ୍ଡର।
Shikhar Dhawan with Mystery Girl ଧାୱନ ଅନେକ ଥର ଟିମ ଇଣ୍ଡିଆ ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି। କିନ୍ତୁ ଏବେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି। ଏବେ ଧାୱନ ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାଇଁ ଦୁବାଇରେ ଅଛନ୍ତି। ସେ ଏହି ଟୁର୍ଣ୍ଣାମେଣ୍ଟର ବ୍ରାଣ୍ଡ ଆମ୍ବାସାଡର। ମ୍ୟାଚ ସମୟରେ ଧାୱନଙ୍କୁ ଜଣେ ମହିଳାଙ୍କ ପାଖରେ ବସିଥିବାର ଦେଖାଯାଇଥିଲା। ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଧାୱନଙ୍କ ପାଖରେ ବସିଥିବା ମହିଳା ହେଲେ ସୋଫି ସେନ। ସୋଫି ଆୟରଲାଣ୍ଡର ଏବଂ ପେଶାରେ ଜଣେ Product Consultant। କିନ୍ତୁ ଏ ସମ୍ପର୍କରେ କୌଣସି ସରକାରୀ ସୂଚନା ନାହିଁ।
ଟିମ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ମ୍ୟାଚ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିଲା। ଏଥିରେ ଭାରତ 6 ୱିକେଟରେ ବିଜୟୀ ହୋଇଥିଲା। ଶୁଭମନ ଗିଲ ଚମତ୍କାର ପ୍ରଦର୍ଶନ କରି ଶତକ ହାସଲ କରିଥିଲେ। ଭାରତର ପରବର୍ତ୍ତୀ ମ୍ୟାଚ ପାକିସ୍ତାନ ସହିତ। ରବିବାର ଦିନ ଦୁବାଇରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବ।
ସୂଚନାଥାଉ କି, ଶିଖର ଧାୱନଙ୍କ ବିବାହ ବିଚ୍ଛେଦ ହୋଇଯାଇଛି। ସେ ତାଙ୍କଠାରୁ ୧୦ ବର୍ଷ ବଡ଼ ମହିଳାଙ୍କୁ ବିବାହ କରିଥିଲେ। ଧାୱନ ଏବଂ ଆୟେଶା ମୁଖାର୍ଜୀ ୨୦୧୨ ମସିହାରେ ବିବାହ କରିଥିଲେ। କିନ୍ତୁ ଏବେ ସେମାନେ ଅଲଗା ହୋଇଯାଇଛନ୍ତି। ଧାୱନ ଏବଂ ଆୟେଶାଙ୍କର ଏକ ପୁଅ ମଧ୍ୟ ଅଛି। ତାଙ୍କ ନାମ ଜୋରାଭର।


