Posted inଖେଳ

ନିଜର ଡେବ୍ୟୁ ମ୍ୟାଚ୍‌ରେ ୧୬ ଉଇକେଟ ନେଇ ଚମକାଇଥିଲେ ଏହି ଭାରତୀୟ ସ୍ପିନର୍‌: ଆଜି ବି ଭାଙ୍ଗିନି ରେକର୍ଡ

ନୂଆଦିଲ୍ଲୀ,୧୪।୮: ଜଣେ କ୍ରିକେଟ ଖେଳାଳି ପ୍ରଥମଥର ପାଇଁ ପଡ଼ିଆକୁ ଓହ୍ଲାଇବା ବେଳେ ନିଜର ଛାପ ଛାଡ଼ିବାର ପ୍ରଚେଷ୍ଟା କରିଥାନ୍ତି। ଏପରି କରିବା ଦ୍ୱାରା ତାଙ୍କୁ ପୁନର୍ବାର ସୁଯୋଗ ମିଳିବାର ସମ୍ଭାବନା ଥାଏ। କ୍ରିକେଟ ମଇଦାନରେ ଅନେକ ଖେଳାଳି ନିଜର ଡେବ୍ୟୁ ମ୍ୟାଚ୍‌ରେ ଚମତ୍କାର କରିଛନ୍ତି। ସେମାନଙ୍କ ମଧ୍ୟରୁ ଏଭଳି ଜଣେ ଖେଳାଳି ଅଛନ୍ତି ଯିଏ ନିଜର ଡେବ୍ୟୁ ମ୍ୟାଚ୍‌ରେ ଏପରି କିଛି କରିଥିଲେ, ଯାହା ଅନ୍ୟପକ୍ଷେ କରିବା ସହଜ ହେବ ନାହିଁ। ସେ ହେଲେ ଲେଗ୍‌ବ୍ରେକ୍‌ ଗୁଗଲି ପାଇଁ ଖ୍ୟାତ ପୂର୍ବତନ ଭାରତୀୟ କ୍ରିକେଟର ନରେନ୍ଦ୍ର ହିରଓ୍ବାନୀ। ୧୯୮୮ରେ ୧୯ ବର୍ଷ ବୟସରେ ଏହି ଭାରତୀୟ ସ୍ପିନର ଟେଷ୍ଟରେ ଡେବ୍ୟୁ କରଥିଲେ। ଚେନ୍ନାଇରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଏହି ମ୍ୟାଚ୍‌ ଥିଲା। ସେତେବେଳେ ଭାରତୀୟ ଅଧିନାୟକ ରବି ଶାସ୍ତ୍ରୀ ହିରଓ୍ବାନୀଙ୍କ ଉପରେ ବିଶ୍ୱାସ ପ୍ରକଟ କରିଥିଲେ। ପରେ ଯାହା ହେଲା ତାହା ଆଜି ବି ଇତିହାସ ହୋଇ ରହିଛି।

ମ୍ୟାଚ୍‌ରେ ଭାରତ ପ୍ରଥମ ପାଳିରେ ୩୮୨ ରନ୍‌ କରିଥିଲା। ଏହାର ଜବାବ ଦେବାକୁ ପଡ଼ିଆକୁ ଓହ୍ଲାଇଥିବା ଓ୍ବେଷ୍ଟଇଣ୍ଡିଜ୍‌କୁ ୧୮୪ ରନ୍‌ରେ ଅଲଆଉଟ୍‌ କରିଥିଲା ଭାରତୀୟ ଦଳ। ଏହା ପଛରେ ହିରଓ୍ବାନୀଙ୍କ ବଡ଼ ହାତ ରହିଥିଲା। ସେ ୧୮.୩ ଓଭର ବୋଲିଂ କରି ୮ ଉଇକେଟ ନେଇଥିଲେ। ପ୍ରଥମ ପାଳିରେ ହିରଓ୍ବାନୀଙ୍କ ଐତିହାସିକ ବୋଲିଂ କେବଳ ଟ୍ରେଲର୍‌ ଥିଲା। ଦ୍ୱିତୀୟ ପାଳିରେ ଭାରତ ୨୧୭/୮ ରେ ପାଳି ଘୋଷଣା କରିଥିଲା। ଏଣୁ ଓ୍ବେଷ୍ଟଇଣ୍ଡିଜ ସମ୍ମୁଖରେ ୪୧୬ ରନ୍‌ର ବିଜୟ ଲକ୍ଷ୍ୟ ଥିଲା। ହିରଓ୍ବାନୀ ଦ୍ୱିତୀୟ ପାଳିରେ ୧୫.୨ ଓଭର ବୋଲିଂ କରିଥିଲେ। ଏଥିରେ ସେ ୭୫ ରନ୍‌ ଦେଇ ପୁଣି ୮ ଉଇକେଟ ନେଇଥିଲେ। ଏଭଳି ଭାବେ ଗୋଟିଏ ମ୍ୟାଚ୍‌ରେ ୧୬ ଉଇକେଟ ନେଇ ନିଜର ଡେବ୍ୟୁକୁ ସ୍ମରଣୀୟ କରିଦେଇଥିଲେ ହିରଓ୍ବାନୀ। ଆଜି ମଧ୍ୟ ଏହି ପ୍ରଦର୍ଶନ ସର୍ବଶ୍ରେଷ୍ଠ ବୋଲି ରେକର୍ଡ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri