ଏଇ ଭାରତରେ

ପକ୍ଷୀମାନଙ୍କ ପାଇଁ ଆମ୍ବୁଲାନ୍ସ ଚଳାଉଛନ୍ତି ଚଣ୍ଡିଗଡ଼ର ମନ୍‌ଜିତ ସିଂହ। ସେ ଏହି ଆମ୍ବୁଲାନ୍ସ ଚଳାଇଛନ୍ତି ଏକ ସାଇକେଲରେ। ମନ୍‌ଜିତ ଜଣେ ଆର୍ଟ ଶିକ୍ଷକ ଭାବେ ପିଲାଙ୍କୁ ଶିକ୍ଷା ଦେଉଥିଲେ। ଥରେ ଚଣ୍ଡିଗଡ଼ରେ ୫୦ ଜଣ ପିଲାଙ୍କୁ ନେଇ ଏକ କ୍ୟାମ୍ପରେ ଥିବାବେଳେ ଗୋଟିଏ ଡଷ୍ଟବିନ୍‌ରେ ପାରାଟିଏ ମରିପଡ଼ିଥିବା ଦେଖିଥିଲେ। ପରେ ସେ ପକ୍ଷୀମାନଙ୍କ ସେବା କରିବା ଲାଗି ନିଷ୍ପତ୍ତି ନେଇଥିଲେ। କ୍ୟାମ୍ପରୁ ଘରକୁ ଫେରିବା ପରେ ମନ୍‌ଜିତ ସ୍କୁଲରୁ ଚାକିରି ଛାଡ଼ି ପକ୍ଷୀ ଉଦ୍ଧାର ଓ ସେବା କାର୍ଯ୍ୟରେ ଲାଗି ପଡ଼ିଲେ। ଏହା ମଧ୍ୟରେ ସେ ବ୍ୟାଙ୍କ୍‌ରେ ଏକ ଚାକିରି ପାଇଥିଲେ, ଯାହା ତାଙ୍କ ସେବାକୁ ବଢ଼ାଇବାରେ ସାହାଯ୍ୟ କରିଛି। ସେ ପକ୍ଷୀ ଆମ୍ବୁଲାନ୍ସରେ ଚଣ୍ଡିଗଡ଼ର ବିଭିନ୍ନ ଜାଗାରେ ୧,୧୬୦ ପକ୍ଷୀଙ୍କର ଚିକିତ୍ସା କରିସାରିଲେଣି। ଏମିତି କି ଯେଉଁ ପକ୍ଷୀଙ୍କୁ ସେ ବଞ୍ଚାଇପାରୁନାହାନ୍ତି ସେମାନଙ୍କୁ ସମାଧି ଦେଉଛନ୍ତି। ଏବେସୁଦ୍ଧା ସେ ୧,୨୮୦ଟି କାଉ, ପାରା ଆଦି ମୃତପକ୍ଷୀଙ୍କୁ ସମାଧି ଦେଇସାରିଲେଣି। ସେ ବ୍ୟାଙ୍କ ଚାକିରିରୁ ଯାହା ଆୟ କରୁଛନ୍ତି ତାହାର ସିଂହଭାଗ ପକ୍ଷୀଙ୍କ ସେବାରେ ଖର୍ଚ୍ଚ କରୁଛନ୍ତି। ସେ ପ୍ରତିଦିନ ଅଫିସ କାମ ସାରି ଦିନ ୩ଟାରୁ ପକ୍ଷୀ ଉଦ୍ଧାର ଓ ଚିକିତ୍ସା କାର୍ଯ୍ୟରେ ତାଙ୍କ ପକ୍ଷୀ ଆମ୍ବୁଲାନ୍ସ ସହ ବାହାରି ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri