ଏହି ପ୍ରସିଦ୍ଧ ଅଭିନେତା କଲେ ଆତ୍ମହତ୍ୟା

ମୁମ୍ବାଇ,୧୬।୨: ଏମଏସ ଧୋନୀ ଦ ଅନଟୋଲ୍ଡ ଷ୍ଟୋରୀ ଏବଂ କେସରୀ ଭଳି ହିଟ ଫିଲ୍ମରେ କାମ କରିଥିବା ଅଭିନେତା ସନ୍ଦୀପ ନାହର ମୁମ୍ବାଇର ଗୋରେଗାଓଁରେ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ମୁମ୍ବାଇ ପୋଲିସର ସୂଚନାନୁସାରେ, ଏନେଇ ଏକ ମାମଲା ରୁଜୁ ହୋଇଛି ଏବଂ ମାମଲାର ତଦନ୍ତ ଚାଲିଛି। ଆତ୍ମହତ୍ୟା କରିବା ପୂର୍ବରୁ ସନ୍ଦୀପ ନାହର ଫେସବୁକରେ ନିଜର ଏକ ଭିଡିଓ ପୋଷ୍ଟ କରି ଏକ ଆତ୍ମହତ୍ୟା ନୋଟ ଲେଖିଥିଲେ। ସେ ବ୍ୟକ୍ତିଗତ ଜୀବନ ଏବଂ ବୃତ୍ତିଗତ ଜୀବନର ସମସ୍ୟା ବିଷୟରେ ଉଲ୍ଲେଖ କରିଥିଲେ। ସସନ୍ଦୀପଙ୍କର ହଠାତ୍‌ ଆତ୍ମହତ୍ୟା ଶୁଣି ସମଗ୍ର ମନୋରଞ୍ଜନ ଜଗତ ଚକିତ ହୋଇଯାଇଛି।

ଫେସବୁକରେ ସନ୍ଦୀପଙ୍କ ପୂର୍ବରୁ ପୋଷ୍ଟ କରାଯାଇଥିବା ଭିଡିଓରେ ସେ ଆତ୍ମହତ୍ୟାର କାରଣ ବର୍ଣ୍ଣନା କରି କହିଛନ୍ତି, ହେଲୋ ହେଲୋ, ମୁଁ ସନ୍ଦୀପ ନାହର। ଆପଣ ନିଶ୍ଚୟ ମୋତେ ଅନେକ ଫିଲ୍ମରେ ଦେଖିଥିବେ ଏବଂ ଆଜି ମୋର ଏହି ଭିଡିଓ ତିଆରି କରିବା ପଛରେ ଏକ ଉଦ୍ଦେଶ୍ୟ ଅଛି, ମୋ କଥା ଶୁଣିବାକୁ ପ୍ରଥମେ ଆପଣ ଟିକେ ଅଜବ ଅନୁଭବ କରିବେ, କିନ୍ତୁ ମୋ ଜୀବନରେ ଅନେକ ସମସ୍ୟା ଅଛି, କିନ୍ତୁ ମୁଁ ଆଜି ସ୍ଥିର ନୁହେଁ, କାରଣ ମୋ ସ୍ତ୍ରୀ କାଞ୍ଚନ ଶର୍ମା … ମୁଁ ତାଙ୍କୁ (କାଞ୍ଚନ ଶର୍ମା) ବୁଝାଇ ବୁଝାଇ ଥକି ଯାଇଛି। ଅତୀତର ସମାନ କଥାକୁ ପୁନରାବୃତ୍ତି କରିବା, ପ୍ରତିଦିନ ଝଗଡା କରିବା, ୩୬୫ ଦିନ ମଧ୍ୟରେ ୨୦୦ ଥର ଆତ୍ମହତ୍ୟା ବିଷୟରେ କହିବା, ମୁଁ ମରିବି, ତୁମକୁ ଫାନ୍ଦରେ ପକାଇବି, ତୁମର କ୍ୟାରିଅରକୁ ନଷ୍ଟ କରିଦେବି, ମୁଁ ବହୁତ ଚିଡିଗଲିଲି ବୋଲି କହିଥିଲେ ସନ୍ଦୀପ। ପୋଲି ଏନେଇ କାଞ୍ଚନଙ୍କୁ ପଚରାଉଚରା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ କର୍ତ୍ତବ୍ୟ ପଥ ପରେଡରେ ଭାଗ ନେଇ ଫେରିଲେ ରାଜ୍ୟର ଗୌରବ ରାକେଶ

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏନ୍‌ସିସି ଆର୍ମି ୱିଂଗର କ୍ୟାଡେଟ ରାକେଶ ଭୂୟାଁଙ୍କୁ ମଙ୍ଗଳବାର କଲେଜ ପକ୍ଷରୁ ସମ୍ବର୍ଦ୍ଧନା…

ନେଦରଲାଣ୍ଡ୍ସ ୭ ଉଇକେଟରେ ବିଜୟୀ: ସୁପର-୮ ଆଶା ଉଜ୍ଜୀବିତ

ନୂଆଦିଲ୍ଲୀ, ୧୦ା୨: ଆଇସିସି ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ୍‌ ‘ଏ’ ମ୍ୟାଚରେ ନେଦରଲାଣ୍ଡ୍ସ ୭ ଉଇକେଟରେ ନାମିବିୟାକୁ ହରାଇ ଦେଇଛି। ପ୍ରଥମ ମ୍ୟାଚରେ ପାକିସ୍ତାନଠାରୁ…

ଫେବୃଆରୀ ୧୨ରେ ଭାରତ ବନ୍ଦ, ଜାଣନ୍ତୁ ବ୍ୟାଙ୍କ ଖୋଲା ରହିବ ନା ବନ୍ଦ…

ନୂଆଦିଲ୍ଲୀ,୧୦।୨: ଯଦି ଆପଣଙ୍କର କୌଣସି ବ୍ୟାଙ୍କ କିମ୍ୱା ସରକାରୀ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ କାମ ଅଛି ଏବଂ ଆପଣ ଏହାକୁ ଫେବୃଆରୀ 12 ତାରିଖରେ ସମାପ୍ତ କରିବାକୁ ଯୋଜନା…

ଭାରତ ବନ୍ଦ ଡାକରା, ଓଡ଼ିଶାରେ ଏହି ୫ଟି ସେବାରେ ପଡିବ ବଡ ପ୍ରଭାବ!

ନୂଆଦିଲ୍ଲୀ,୧୦।୨: ବଡ ଖବର । ପୁଣି ଭାରତ ବନ୍ଦ ଡାକରା । ପୁଣି ଅଖ ଚକ ହେବ ଜାମ୍ । ଏ ନେଇ ବଡ ଖବର ସାମ୍ନାକୁ…

ସତ୍ୟବ୍ରତ ହତ୍ୟାକାଣ୍ଡ: ପ୍ରେମିକାଙ୍କୁ ଥାନାକୁ ନେଇ ଖଟାପାଣି ପିଆଇଥିଲା ପୋଲିସ

ଭୁବନେଶ୍ୱର,୧୦।୨: ଭୁବନେଶ୍ବର ଚନ୍ଦ୍ରଶେଖରପୁର ଟ୍ୟାକ୍ସି ଡ୍ରାଇଭର ହତ୍ୟା ଘଟଣା ଦିନକୁ ଦିନ ନୂଆ ମୋଡ ନେଇଛି। ଯାହା ଚାଞ୍ଚଲ୍ୟ ସୃଷ୍ଟ କରିଛି। ଏବେ ଯେଉଁ ଘଟଣା ସାମ୍ନାକୁ…

ଏମ୍‌କେସିଜିରେ ଭର୍ତ୍ତି ହେଲେ ବିକ୍ରମ: ହୋଇପାରେ ଅସ୍ତ୍ରୋପଚାର

ବ୍ରହ୍ମପୁର,୧୦ା୨(ସୁବାସ ଚନ୍ଦ୍ର ପାଢ଼ୀ): ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ମଙ୍ଗଳବାର ଏମ୍‌କେସିଜି ମେଡିକାଲରେ…

ସୁନା ୩ହଜାର ରୂପା ୯ହଜାର, ୧୦ଦିନରେ ଆହୁରି ଖସିବ…

ନୂଆଦିଲ୍ଲୀ,୧୦।୨: ୧ ଫେବୃଆରୀରୁ ୧୦ ଫେବୃଆରୀ, ୨୦୨୬ ପର୍ଯ୍ୟନ୍ତ ଗତ ୧୦ ଦିନ ମଧ୍ୟରେ ସୁନା ଏବଂ ରୂପା ମୂଲ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଦେଇଛି। ଜାନୁଆରୀ ଶେଷରେ…

ପାଞ୍ଜି, କ୍ୟାଲେଣ୍ଡରରେ ତଥ୍ୟ ନିର୍ଭୁଲ ରହିବ: ଭୁଲ ଛାପିଲେ ହେବ…

ପୁରୀ,୧୦।୨: ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମଙ୍ଗଳବାର ପଞ୍ଜିକା ସମୀକରଣ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଗଣମାଧ୍ୟମକୁ ଏକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri