Posted inଫୁରସତ

ସ୍ପୋର୍ଟସ୍‌ କାର୍‌ଠୁ ବି ଫାଷ୍ଟ୍‌ ଏଇ ଟ୍ରାକ୍ଟର

ଚାଷୀର ସାଥୀ ଟ୍ରାକ୍ଟର। କେବଳ ଚାଷରେ ଯେ ଏହା ସାହାଯ୍ୟ କରେ ତାହା ନୁହେଁ ବରଂ ଭାରି ଜିନିଷ ନେବା ଆଣିବାରେ ବି ଏହାକୁ ବ୍ୟବହାର କରାଯାଏ। ଏଇ ଟ୍ରାକ୍ଟର କିନ୍ତୁ ଦ୍ରୁତ ଗତିରେ ଯାଇପାରି ନ ଥାଏ। ବହୁତ ଧୀର ଗତିରେ ଯାଏ। ହେଲେ ଏବେ ଆସିଛି ଏମିତି ଏକ ଟ୍ରାକ୍ଟର ଯାହା ଏତେ ଦ୍ରୁତଗତିରେ ଯାଏ ଯେ, କୌଣସି ସ୍ପୋର୍ଟସ୍‌ କାର୍‌ ବି ଏତେ ଦ୍ରୁତ ଗତିରେ ଯାଇପାରିବ ନାହିଁ। ଟ୍ରାକ୍ଟର ନିର୍ମାଣକାରୀ କମ୍ପାନୀ ଜେସିବି ପୃଥିବୀର ଏହି ଦ୍ରୁତତମ ଟ୍ରାକ୍ଟରକୁ ତିଆରି କରିଛନ୍ତି। ଏହାର ଟପ୍‌ ସ୍ପିଡ୍‌ ଘଣ୍ଟା ପ୍ରତି ୨୪୭ କି.ମି.। କମ୍ପାନୀ ଗିନିଜ ଓ୍ବାର୍ଲଡ ରେକର୍ଡସରେ ନିଜ ଟ୍ରାକ୍ଟରକୁ ସବୁଠାରୁ ଦ୍ରୁତତମ ଭାବେ ସ୍ଥାନିତ କରିବାକୁ ଚାହୁଁଥିଲେ। ତେଣୁ ଏଭଳି ଏକ ଟ୍ରାକ୍ଟର ନିର୍ମାଣ କରିଥିଲେ। ୨୦୧୯ ଏହାର ଟେଷ୍ଟ କରାଯାଇଥିଲା। ଟ୍ରାକ୍ଟରଟି ୨ କି.ମି ଯାତ୍ରା କରିଥିଲା। ଯେଉଁଥିରେ ଏହାର ହାରାହାରି ଗତି ଘଣ୍ଟାପ୍ରତି ୨୧୭ କି.ମି. ଓ ସର୍ବାଧିକ ଗତି ଘଣ୍ଟାପ୍ରତି ୨୪୭ କି.ମି. ଥିଲା। ଏହି ଟ୍ରାକ୍ଟରରେ ୭.୨ ଲିଟର, ୬ ସିଲିଣ୍ଡର ବିଶିଷ୍ଟ ଡିଜେଲ ମ୍ୟାକ୍ସ ଇଞ୍ଜିନ ଅଛି। ଏହାର ପିକ୍‌ ପାଓ୍ବାର ୧୦୧୬ ହର୍ଷ ପାଓ୍ବାର। ଏହା ଏତେ ଦ୍ରୁତଗତିରେ ଯାଉଥିଲେ ହେଁ ଏହାର ଓଜନ କିଛି କମ୍‌ ନୁହେଁ। ୫ ଟନ୍‌ ହେଉଛି ଏହାର ଓଜନ। ଜେସିବିର ଚିଫ୍‌ ଇନୋଭେସନ୍‌ ଓ ଗ୍ରୋଥ ଅଫିସର ଟିମ୍‌ ବର୍ନହୋପ କୁହନ୍ତି, ଏତେ ଭାରି ଟ୍ରାକ୍ଟରକୁ ସୁରକ୍ଷିତଭାବେ ଟପ୍‌ ସ୍ପିଡ୍‌ ପର୍ଯ୍ୟନ୍ତ ପହଞ୍ଚାଇବା ଓ ପୁଣିଥରେ ତା’ର ସ୍ପିଡକୁ କମାଇବା ସହଜ କଥା ନୁହେଁ। ତଥାପି ଏହାକୁ ସମ୍ଭବ କରି ଦେଖେଇବା ସହ ଓ୍ବାର୍ଲଡ ରେକର୍ଡ କରିପାରି ଥିବାରୁ ବହୁତ ଖୁସି ଲାଗେ।’


Enter your email to get our daily news in your inbox.

All Right Reserved By Dharitri.Com

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri