ଫିଲ୍ମରେ ସଫଳ ମାତ୍ର ପ୍ରେମରେ ବିଫଳ ଏହି କଳାକାର

ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀ-ଅଭିନେତା ଏକାଠି କାମ କରୁକରୁ କେତେବେଳେ ସେମାନଙ୍କ ମଧ୍ୟରେ ପ୍ରେମ ହୋଇଯାଇଥାଏ। ଏଥିରୁ କିଛ ପ୍ରେମ ସଫଳ ହୋଇଥିବାବେଳେ ଆଉ କିଛି ବିଫଳ ହୋଇଛି। ବଲିଉଡ୍‌ର କିଛି ଅଭିନେତା ଅଭିନୟରେ ବେଶ୍‌ ସଫଳ ହୋଇଥିବାବେଳେ ପ୍ରେମରେ ବିଫଳ ହୋଇଛନ୍ତି।

ଅକ୍ଷୟ କୁମାର-ଶିଳ୍ପା ସେଟ୍ଟୀ:

ଖିଲାଡି ଅକ୍ଷୟ କୁମାର ଶିଳ୍ପା ସେଟ୍ଟୀଙ୍କୁ ପ୍ରେମ କରୁଥିଲେ। ଏପରିକି ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବୋଲି ସେତେବେଳେ ଚର୍ଚ୍ଚା ଜୋର୍‌ ଧରିଥିଲା। ଅକ୍ଷୟ ଚାହଁୁଥିଲେ ସେ ଯାହାକୁ ବିବାହ କରିବେ ସେ ଫିଲ୍ମ ଲାଇନ୍‌ରେ କାମ କରିବେନି। କିନ୍ତୁ ଶିଳ୍ପା ଚାହୁଁଥିଲେ ବଲିଉଡ୍‌ରେ ନିଜକୁ ସଫଳ କରି ଦେଖାଇବେ। ଏହା ପରେ ଦୁହିଁଙ୍କର ବ୍ରେକ୍‌ଅପ୍‌ ହୋଇଯାଇଥିଲା। ଅକ୍ଷୟ ଟ୍ବିଙ୍କିଲ୍‌ ଖାନ୍ନାଙ୍କୁ ବିବାହ କରିଥିବାବେଳେ ଶିଳ୍ପା ପ୍ରତିଷ୍ଠିତ ବ୍ୟବସାୟୀ ରାଜ୍‌ କୁନ୍ଦ୍ରାଙ୍କୁ ବିବାହ କରିଛନ୍ତି।

ସଲମାନ୍‌ ଖାନ୍‌ – ଐଶ୍ୱର୍ଯ୍ୟା ରାୟ:
୯୦ ଦଶକରେ ବଲିଉଡ୍‌ର ଦବଙ୍ଗ ସଲମାନ୍‌ ଐଶ୍ୱର୍ଯ୍ୟାଙ୍କୁ ପ୍ରେମ କରୁଥିଲେ। ଏହା ପ୍ରାୟ ସମସ୍ତଙ୍କୁ ଉଣା ଅଧିକ ଜଣା। କିନ୍ତୁ ଏହି ଯୋଡ଼ିଙ୍କ ପ୍ରେମ ସଫଳ ହୋଇ ନ ଥିଲା। କେତେକ କ୍ଷେତ୍ରରେ ସଲମାନ ଐଶ୍ୱର୍ଯ୍ୟାଙ୍କ ଜୀବନରେ ଅନଧିକାର ପ୍ରବେଶ କରୁଥିଲେ। ଏପରିକି ଐଶ୍‌୍‌ଙ୍କୁ ନ ଜଣାଇ ଶୁଟିଂ ସେଟ୍‌ରେ ସିଧା ପହଞ୍ଚି ଯାଉଥିଲେ ସଲ୍‌ମାନ। କିନ୍ତୁ ଏହା ଐଶ୍‌ଙ୍କୁ ପସନ୍ଦ ଆସୁ ନ ଥିଲା। ତେଣୁ ଐଶ୍ୱର୍ଯ୍ୟା ସଲମାନ୍‌ଙ୍କ ପ୍ରେମରେ ପୂର୍ଣ୍ଣଚ୍ଛେଦ ପକାଇ ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ।

ଅଭିଷେକ ବଚ୍ଚନ-କରିସ୍ମା କପୁର :
ବଲିଉଡ୍‌ର ଦୁଇ ସମ୍ଭ୍ରାନ୍ତ ପରିବାର ହେଲେ କପୁର ଏବଂ ବଚ୍ଚନ ପରିବାର। ଅଭିଷେକ ଏବଂ କରିସ୍ମାଙ୍କ ପ୍ରେମ ସମ୍ପର୍କ ବଲିଉଡ୍‌ର ସମସ୍ତଙ୍କୁ ଜଣାଥିଲା। ଏପରିକି ଦୁଇଜଣଙ୍କ ବିବାହକୁ ନେଇ ସମଗ୍ର ଇଣ୍ଡଷ୍ଟ୍ରି ବି ଖୁସି ଥିଲା। କିନ୍ତୁ ହଠାତ୍‌ ଶୁଣିବାକୁ ମିଳିଥିଲା କୌଣସି କାରଣକୁ ନେଇ ଦୁଇଜଣଙ୍କର ବ୍ରେକ୍‌ଅପ୍‌ ହୋଇଥିଲା। ଯାହାର କାରଣ କେହି ଜାଣି ପାରି ନ ଥିଲେ। ଏହା ପରେ କରିସ୍ମା ବ୍ୟବସାୟୀ ସଞ୍ଜୟ କପୁରଙ୍କୁ ବିବାହ କରିଥିବାବେଳେ ଅଭିଷେକ ଐଶ୍ୱର୍ଯ୍ୟାଙ୍କ ହାତ ଧରିଥିଲେ। ସେହିପରି କରୀନା କପୁର ଶାହିଦ୍‌ କପୁରଙ୍କୁ ପ୍ରେମ କରୁଥିଲେ ମଧ୍ୟ ଏଥିରେ ବିଫଳ ହୋଇଥିଲେ। ଦୀପିକା ପାଦୁକୋନ୍‌ ଏବଂ ରଣବୀର କପୁରଙ୍କ ପ୍ରେମ ମଧ୍ୟ ଅଧୁରା ରହିଗଲା।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri